ଲକ୍ଷ୍ନୌ: ଉତ୍ତରପ୍ରଦେଶର ସମ୍ୱାଲର ଶାହି ଜାମା ମସଜିଦ ଉପରେ ହେଉଥିବା ସର୍ଭେ ସମୟରେ ଜମା ହୋଇଥିବା ଭିଡ଼ ପୁଲିସ ଦଳ ଉପରକୁ ପଥର ଫିଙ୍ଗିଥିଲେ। ଏହା ପରେ ପୁଲିସ ଲୁହବୁହା ଗ୍ୟାସ୍ ସେଲ ଛାଡି ଭିଡ଼ଙ୍କୁ ଘଉଡାଇ ଦେଇଥିଲା। ଘଟଣାସ୍ଥଳରେ ଡିଏମ ଏବଂ ଏସପିଙ୍କ ସମେତ ୫ଟି ପୁଲିସ ଷ୍ଟେସନର ପୁଲିସ ନିୟୋଜିତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ସ୍ଥିତି ରହିଛି। ପୁଲିସ କିଛି ଲୋକଙ୍କୁ ଘଟଣାସ୍ଥଳରୁ ଅଟକ ରଖିଛି।
ସମ୍ୱାଲର ଶାହି ଜାମା ମସଜିଦ ନେଇ ହିନ୍ଦୁ ପକ୍ଷ ଦାବି କରୁଛନ୍ତି ଯେ,ଏହା ହରିହର ମନ୍ଦିର। ରବିବାର ସକାଳ ସାଢ଼େ ୭ଟାଠାରୁ ଏହି ବିଷୟରେ ଏକ ସର୍ଭେ କରାଯାଉଥିଲା। କୋର୍ଟଙ୍କ ନିର୍ଦ୍ଦେଶରେ ଆଡଭୋକେଟ୍ କମିସନର ଏହି ସର୍ଭେ ପାଇଁ ଆସିଥିଲେ।
ପଥର ଫିଙ୍ଗିବା ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ କିଛି ଲୋକେ ପୁଲିସକୁ ଟାର୍ଗେଟ କରି ପଥର ଫିଙ୍ଗିଥିବାର ନଜର ଆସିଛନ୍ତି। ଯେଉଁଠାରେ ପଥର ଫିଙ୍ଗିବା ଘଟଣା ଘଟିଥିଲା ​​ସେହି ରାସ୍ତାରେ ଅନେକ ଲୋକଙ୍କ ଚପଲ ଦେଖିବାକୁ ମିଳିଛି। ଏହି ଘଟଣା ପରେ ବଜାର ବନ୍ଦ କରାଯାଇଥିବା ଜଣାପଡିଛି। ଅଞ୍ଚଳରେ ସମସ୍ତ ଦୋକାନ ବନ୍ଦ ରଖାଯାଇଛି।
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ନେଇ ସୋସିଆଲ ମିଡିଆରେ ଭାଇରାଲ ମେମ୍
ହିନ୍ଦୁ ପକ୍ଷ ସମ୍ବାଲ ଜିଲ୍ଲାର ଜାମା ମସଜିଦକୁ କୋର୍ଟରେ ହରିହର ମନ୍ଦିର ବୋଲି ଦାବି କରିବା ପରେ କୋର୍ଟ ଏହାର ଆବେଦନ ଶୁଣାଣି କରି ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୧୯ ନଭେମ୍ବରରେ ରାତିରେ ମସଜିଦ ଉପରେ ଏକ ସର୍ଭେ କରାଯାଇଥିଲା। ଆଜି ପୁଣି ୨୪ ନଭେମ୍ବରରେ ସର୍ଭେ ଦଳ ସର୍ଭେ ପାଇଁ ଶାହି ଜାମା ମସଜିଦରେ ପହଞ୍ଚିଥିଲେ। ତେବେ ଏହି ସର୍ଭେ ପାଇଁ ମସଜିଦ କମିଟି ଏହାର ସମ୍ମତି ପ୍ରଦାନ କରିଛି ଏବଂ ଉଭୟ ପକ୍ଷଙ୍କ ଉପସ୍ଥିତିରେ ମସଜିଦ ସର୍ଭେ କରାଯାଉଛି।
ଅଧିକ ପଢ଼ନ୍ତୁ: 'କୁଲି ନମ୍ବର ୱାନ' ଭିଡିଓ ଭାଇରାଲ: ଝରକା ବାଟେ ଯାତ୍ରୀଙ୍କୁ ଟ୍ରେନରେ ବସାଇଛନ୍ତି
Follow Us