ୱାଶିଂଟନ: ୨୦୨୦ରେ ଭାରତ ସମେତ ସମଗ୍ର ବିଶ୍ୱରେ ବିପର୍ଯ୍ୟୟ ଘଟାଇଥିବା କରୋନା ଭୁତାଣୁକୁ କେହି ଭୁଲି ପାରିବେ ନାହିଁ। ଏହି କାରଣରୁ ସମଗ୍ର ବିଶ୍ୱରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହି ଭୁତାଣୁ ଯୋଗୁ ଅଧିକାଂଶ ପରିବାର ନିଜ ପ୍ରିୟପରିଜନଙ୍କୁ ହରାଇଥିଲେ।
କୋଭିଡ-୧୯ ନାମକ ଏହି ଭୁତାଣୁ ପ୍ରଥମେ ଚୀନ୍ରେ ଚିହ୍ନଟ ହୋଇଥିଲା। ସେହି ଦିନଠାରୁ ଚୀନ୍ ଏହାକୁ ସମଗ୍ର ବିଶ୍ୱରେ ବିସ୍ତାର କରିଥିବାର ଅଭିଯୋଗ ହୋଇଥିଲା। ପୁଣି ଥରେ ଏକ ନୂଆ ରିପୋର୍ଟ ଆସିଛି, ଯେଉଁଥିରେ ଚୀନ୍ ଯୋଗୁ ଏହି ଭୁତାଣୁ ବ୍ୟାପିଥିବା ଅଭିଯୋଗ ହୋଇଛି। ଆମେରିକା କଂଗ୍ରେସର ଏକ କମିଟି ଏହି ସିଦ୍ଧାନ୍ତକୁ ସମର୍ଥନ କରିଛି ଯେ ଲ୍ୟାବରୁ ଲିକ୍ ହୋଇଥିବା କୋଭିଡ-୧୯ ମହାମାରୀ ସୃଷ୍ଟି କରିଥିଲା।
ସୋମବାର ପ୍ରକାଶିତ ଏକ ରିପୋର୍ଟରେ, ରିପବ୍ଲିକାନ୍ ନିୟନ୍ତ୍ରିତ ପ୍ରତିନିଧି ସଭାର କରୋନା ଭାଇରସ୍ ସଙ୍କଟ ଉପରେ ସବ୍ କମିଟି କହିଛନ୍ତି, ଏହା ସ୍ପଷ୍ଟ ହୋଇଛି, କରୋନା ଭାଇରସ୍ ଲାବୋରେଟୋରୀ କିମ୍ବା ଗବେଷଣା ସମ୍ବନ୍ଧୀୟ ଦୁର୍ଘଟଣା ଯୋଗୁ ଲିକ୍ ହୋଇଛି।
କଂଗ୍ରେସର ଏକ ନୂତନ ୫୨୦ପୃଷ୍ଠାର ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ କୁହାଯାଇଛି ଯେ, ଉହାନର ଏକ ଲ୍ୟାବରୁ କୋଭିଡ୍-୧୯ ଭୁତାଣୁ ଲିକ୍ ହୋଇଥିଲା। ରିପୋର୍ଟରେ କୁହାଯାଇଛି କୋଭିଡ କେଉଁଠାରେ ବ୍ୟାପିଛି ଜାଣିବା ପାଇଁ ନ୍ୟାୟ ବିଭାଗ ଏକ ଗୁପ୍ତ ଅନୁସନ୍ଧାନ କରିଥିଲା।
ଲ୍ୟାବରେ ଗବେଷଣା କରୁଥିବା ଲୋକମାନେ ପୂର୍ବରୁ କୋଭିଡ ଭଳି ଭାଇରସରେ ପୀଡ଼ିତ ଥିଲେ। ଏହା ବ୍ୟତୀତ ଚୀନ୍ ସରକାର ଏବଂ ଆମେରିକାର ସରକାରୀ ଏଜେନ୍ସିଗୁଡିକ ଏହି ମାମଲା ଲୁଚାଇଥିବା ଅଭିଯୋଗ କରାଯାଇଛି। ଚୀନ ଏବଂ ଆମେରିକା ଷଡ଼ଯନ୍ତ୍ର ରଚିଥିବା ଦାବି କରାଯାଇଛି।
ମହାମାରୀର ପ୍ରଥମ ଦିନରୁ ଇକୋହେଲଥ୍ ଆଲାଏନ୍ସ ସମ୍ବାଦରେ ରହିଆସିଛି । ୱୁହାନ ଲ୍ୟାବରେ ବାଦୁଡ଼ି କରୋନା ଭୁତାଣୁ ଉପରେ କରାଯାଇଥିବା ଅନୁସନ୍ଧାନ ବିରୋଧରେ ଅନେକ ଅଭିଯୋଗ ଅଣାଯାଇଛି।
ଅଧିକ ପଢ଼ନ୍ତୁ: ଭାରତ-ଚୀନ୍ ସାଧାରଣ ସମ୍ପର୍କ ପାଇଁ ସୀମାରେ ଶାନ୍ତି- ସ୍ଥିରତା ପ୍ରଥମ ସର୍ତ୍ତ
ଏହା ମଧ୍ୟ ଅନୁସନ୍ଧାନ କରାଯାଇଛି ଯେ ଆମେରିକା ସରକାରଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ ଉହାନ ଲ୍ୟାବରେ କରାଯାଇଥିବା ଗବେଷଣା ମାଧ୍ୟମରେ କୋଭିଡ ବିସ୍ତାର କରିଥିଲା। ଏହା ମଧ୍ୟ କୁହାଯାଇଛି ଯେ ଯଦି ଏହି ରୋଗର ପ୍ରାକୃତିକ କାରଣ ଥାନ୍ତା, ତେବେ ଏହା ବହୁ ପୂର୍ବରୁ ପ୍ରକାଶ ପାଇଥାନ୍ତା।
ସୂଚନାଯୋଗ୍ୟ, ୨୦୧୯ରେ ଚାଇନାର ଉହାନ ସହରରେ କୋଭିଡ-୧୯ର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା। ଯାହା ଡିସେମ୍ବରରେ ରେକର୍ଡ କରାଯାଇଥିଲା। ଭାରତରେ ଜାନୁଆରୀ ୩୦ରେ ପ୍ରଥମ ମାମଲା ପଞ୍ଜିକୃତ ହୋଇଥିଲା। ଏହା ପରେ, ବିଶ୍ବର ଅନେକ ଦେଶରେ ଲକଡାଉନ୍ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିବିସି ରିପୋର୍ଟ ଅନୁଯାୟୀ, କେବଳ ଭାରତରେ କରୋନା ଯୋଗୁ ପ୍ରାୟ ୪୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା।
ଅଧିକ ପଢ଼ନ୍ତୁ: ଭୁଲ ସୂଚନା ଦେଲା ଗୁଗୁଲ ମ୍ୟାପ; କେନାଲକୁ ଖସିପଡ଼ିଲା କାର