ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନର ଆଜି ତୃତୀୟ ଦିବସରେ ଉଭୟ ଲୋକସଭା ଓ ରାଜ୍ୟସଭା ଅପେକ୍ଷାକୃତ ଶାନ୍ତିପୂର୍ଣ୍ଣ ରହିଥିଲା। ଆଜିର ଅଧିବେଶନରେ ପ୍ରଥମ ଥର ପାଇଁ ଲୋକସଭାରେ ପ୍ରଶ୍ନକାଳ ବିନା ବାଧାରେ ସମ୍ପନ୍ନ ହୋଇଛି। ସଞ୍ଚାର ସାଥୀ ଆପ୍, ରାଜଭବନର ନାମ ପରିବର୍ତ୍ତନ ଓ ମିଥ୍ୟା ଖବର ନିୟନ୍ତ୍ରଣ ଆଦି ପ୍ରସଙ୍ଗରେ ସାମାନ୍ୟ ବାକ୍ଯୁଦ୍ଧ ଦେଖିବାକୁ ମିଳିଥିବା ବେଳେ ଗୃହ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରହିବା ବେଶ୍ ଉଲ୍ଲେଖନୀୟ।
କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସଞ୍ଚାର ସାଥୀ ଆପ୍ ଉପରେ ଉଠିଥିବା ଗୋପନୀୟତା ଆଶଙ୍କାକୁ ଖଣ୍ଡନ କରି କହିଛନ୍ତି, ଏହି ଆପ୍ ମାଧ୍ୟମରେ କେହି ଗୁଇନ୍ଦାଗିରି କରିବା ସମ୍ଭବ ନୁହେଁ ଓ ଏହା କଦାପି ହୋଇପାରିବ ନାହିଁ।
Child Marriage: କାଲିଠୁ ଠାରୁ ଆରମ୍ଭ ହେବ ୧୦୦ ଦିନିଆ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ
‘ସଞ୍ଚାରସାଥୀ ଆପ୍’ରେ ଗୁଇନ୍ଦାଗିରି ସମ୍ଭବ ନୁହେଁ: ସରକାର
ବିନା ବାଧାରେ ପ୍ରଶ୍ନକାଳ ସଂପୂର୍ଣ୍ଣ
ଏହା ନାଗରିକଙ୍କୁ ସାଇବର ଠକେଇରୁ ରକ୍ଷା କରିବା ପାଇଁ ସଶକ୍ତୀକରଣ ଆପ୍।’ ସରକାରଙ୍କ ୨୮ ନଭେମ୍ବରର ଆଦେଶ ଅନୁଯାୟୀ ନୂଆ ସ୍ମାର୍ଟଫୋନ୍ରେ ଏହା ପୂର୍ବରୁ ଇନଷ୍ଟଲ୍ ହେବ ବୋଲି ଯାହା କୁହାଯାଇଥିଲା, ସେଥିରୁ ମଧ୍ୟ ସରକାର ଆଜି ଓହରିଛନ୍ତି। ଜନସାଧାରଣ ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରି ଏହି ଆପ୍ ଡାଉନ୍ଲୋଡ କରୁଥିବାରୁ ପ୍ରି-ଇନ୍ଷ୍ଟଲ ନିର୍ଦ୍ଦେଶ ପ୍ରତ୍ୟାହାର କରାଯାଇଥିବା କୁହାଯାଇଛି। ସିନ୍ଧିଆ କହିଛନ୍ତି, ଯେକୌଣସି ସମୟରେ ଏହି ଆପ୍କୁ ‘ଅନ୍ଇନ୍ଷ୍ଟଲ୍’ କରାଯାଇପାରିବ ଏବଂ ଏହା ସଂପୂର୍ଣ୍ଣ ନିରାପଦ। ଆଜି ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ‘ଏଆଇ ଡିପ୍ଫେକ୍’ ଓ ‘ଫେକ୍ ନ୍ୟୁଜ୍’କୁ ଗଣତନ୍ତ୍ର ପାଇଁ ବିପଦ ବୋଲି କହି ଶୀଘ୍ର ନୂଆ ନିୟମ ଆଣିବାକୁ ଗୃହରେ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ତମାଖୁ ଓ ପାନ ମସଲା ଉପରେ କର ବୃଦ୍ଧି କରୁଥିବା ସେଣ୍ଟ୍ରାଲ ଏକ୍ସାଇଜ୍ (ସଂଶୋଧନ) ବିଲ୍ ୨୦୨୫ ଲୋକସଭାରେ ଉପସ୍ଥାପନ କରିଥିଲେ ଏବଂ ଏହା ବାଚନିକ ଭୋଟ୍ରେ ଗୃହୀତ ହୋଇଥିଲା।
Ragging: ଘରୋଇ ଶିକ୍ଷାନୁଷ୍ଠାନରେ ରାଗିଂ: ଭିଡ଼ିଓ ଭାଇରାଲ୍ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ
ରାଜ୍ୟସଭାରେ ଆଜି କଂଗ୍ରେସ ସାଂସଦ ରଣଦୀପ ସିଂହ ସୁରଜେୱାଲା ସଞ୍ଚାରସାଥୀକୁ ‘ଡିଜିଟାଲ୍ କିଲ୍ ସ୍ୱିଚ୍’ କହି ସମାଲୋଚନା କରିବା ସହ ଆପ୍ର ଆଇନଗତ ସୁରକ୍ଷା ଓ ସଂସଦୀୟ ତଦାରଖ ଦାବି କରିଛନ୍ତି। ତୃଣମୂଳ ସାଂସଦ ଡୋଲା ସେନ୍ ରାଜଭବନକୁ ‘ଲୋକଭବନ’ କରିବା ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକୁ ବିରୋଧ କରିବା ସହ ରାଜ୍ୟମାନଙ୍କୁ ନ ପଚାରି ଏହି ନିର୍ଦ୍ଦେଶ କାହିଁକି ଜାରି କରାଗଲା ବୋଲି ପ୍ରଶ୍ନ କରିଥିଲେ। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏହା ‘ଗଣତନ୍ତ୍ରକୁ ବୁଲ୍ଡୋଜର୍ କରିବା ଷଡ୍ଯନ୍ତ୍ର’ ବୋଲି କହି ସରକାରକୁ ସମାଲୋଚନା କରିଥିଲେ। ତେବେ ଅଧ୍ୟକ୍ଷ ସି.ପି. ରାଧାକ୍ରିଷ୍ଣନ ଅପ୍ରାସଙ୍ଗିକ ମନ୍ତବ୍ୟକୁ ରେକର୍ଡରୁ ବାଦ୍ ଦେଇଛନ୍ତି। ଶୂନ୍ୟକାଳରେ ବିଜେପି ସାଂସଦମାନେ ଉତ୍ତରପ୍ରଦେଶର ଗ୍ରିନ୍ ଏନର୍ଜି ଗ୍ରିଡ୍, ବିହାରରେ ମୁଦ୍ରା-କିସାନ କ୍ରେଡିଟ୍ ଓ ଦିଲ୍ଲୀର ଔପନିବେଶିକ ରାସ୍ତାର ନାମ ପରିବର୍ତ୍ତନ ଆଦି ପ୍ରସଙ୍ଗ ଉଠାଇଥିଲେ। ଇଣ୍ଡି ମେଣ୍ଟ ସାଂସଦମାନେ ସଂସଦ ଭବନ ପରିସରରେ ନୂଆ ଶ୍ରମ ସଂହିତାକୁ ବିରୋଧ କରିବା ସହ ‘ଶ୍ରମିକ ବିରୋଧୀ’ ଓ ‘କର୍ପୋରେଟ୍ ଜଙ୍ଗଲ ରାଜ’ ବୋଲି ଲେଖାଥିବା ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/06/dcx9poKnBNNvGk0q9DtI.jpg)