Deadly road accident in Mexico: Bus collides with truck, burns, 41 alive Photograph: (Sambad.in)
ମେକ୍ସିକୋ ସିଟି: ଦକ୍ଷିଣ ମେକ୍ସିକୋରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪୧ ଜଣଙ୍କର ମୃତ୍ୟୁ ଘଟିଛି। ମେକ୍ସିକୋର ଟବାସ୍କୋ ରାଜ୍ୟ ସରକାର ଏକ ବିବୃତିରେ କହିଛନ୍ତି ଯେ, ୪୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଏକ ଟ୍ରକ୍ ସହିତ ଧକ୍କା ଦେଇଥିଲା। ବସ୍ଟି କାନକୁନ୍ରୁ ଟବାସ୍କୋ ଯାଉଥିଲା।
ଅଧିକ ପଢ଼ନ୍ତୁ: ଆପର ପରାଜୟ ପରେ ମିମ୍ସର ସୁନାମୀ, ମୋଦୀ କେଜ୍ରିୱାଲଙ୍କୁ ଧରି ପିଟିଲେ!
ଟବାସ୍କୋ ସରକାରୀ ସଚିବ ରାମିରୋ ଲୋପେଜ୍ କହିଛନ୍ତି ଯେ, କର୍ତ୍ତୃପକ୍ଷ ଖୁବ୍ ଶୀଘ୍ର ମୃତ ଲୋକଙ୍କ ସଂଖ୍ୟା ଏବଂ ସେମାନଙ୍କ ପରିଚୟ ସମ୍ପର୍କରେ ଚୂଡ଼ାନ୍ତ ସୂଚନା ପ୍ରଦାନ କରିବେ। ସ୍ଥାନୀୟ ପୌର ପରିଷଦ, ପାଲାସିଓ ମ୍ୟୁନିସିପାଲ୍ ଡି କୋମାଲକାଲ୍କୋ କହିଛି, ବସ୍ ଦୁର୍ଘଟଣାରେ ମୃତକଙ୍କ ମୃତଦେହକୁ ସେମାନଙ୍କ ଜନ୍ମସ୍ଥାନକୁ ନେବା ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ।
ଅଧିକ ପଢ଼ନ୍ତୁ: ବଢୁଛି କ୍ରିକେଟ୍ କ୍ରେଜ୍: ବାରବାଟୀରେ ବଡ ଲଢେଇ, ଦିନିକିଆରେ ଦମ୍ ଦେଖାଇବ ଟିମ୍ ଇଣ୍ଡିଆ
Follow Us