ଯୋଗୀଙ୍କୁ ହତ୍ୟା ଧମକ: ୧୦ ଦିନରେ ଇସ୍ତଫା ନ ଦେଲେ ବାବା ସିଦ୍ଦିକିଙ୍କ ଅବସ୍ଥା ହେବ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦିଆଯାଇଛି। ଏନେଇ ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ୍ ଆସିଛି। ଏହି ଧମକ ଏକ ଅଜ୍ଞାତ ନମ୍ବରରୁ ଦିଆଯାଇଛି...

ଅଦ୍ୟତନ ହୋଇଛି
6ammzxa

ମୁମ୍ବାଇ : ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ୍ ଆସିଛି। ଯେଉଁଥିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି। ଏହି ଧମକ ଏକ ଅଜ୍ଞାତ ନମ୍ବରରୁ ଦିଆଯାଇଛି। ୧୦ ଦିନରେ ଇସ୍ତଫା ନ ଦେଲେ ବାବା ସିଦ୍ଦିକିଙ୍କ ଭଳି ଅବସ୍ଥା ହେବ ବୋଲି ଧମକରେ କୁହାଯାଇଛି।

ଶନିବାର ସନ୍ଧ୍ୟାରେ ଆସିଥିବା ଧମକପୂର୍ଣ୍ଣ କଲ ପରେ ମୁମ୍ବାଇ ପୁଲିସକୁ ସତର୍କ କରାଯାଇଛି। କଲ୍ କରିଥିବା ବ୍ୟକ୍ତିଙ୍କୁ ଖୋଜାଯାଉଛି।

ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମକୁ ମିଳିଥିବା କଲ୍‌ର ତଦନ୍ତ ଆରମ୍ଭ କରିଛି ପୁଲିସ। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡର ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ ନେଇଥିଲେ।

ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ଲକ୍ଷ୍ନୌର ମହାନଗରରେ ଅବସ୍ଥିତ କଣ୍ଟ୍ରୋଲ ରୁମ ସୁରକ୍ଷା ମୁଖ୍ୟାଳୟରେ ଯୋଗୀଙ୍କୁ ବୋମାରେ ତାଙ୍କୁ ଉଡ଼ାଇଦେବାକୁ ଧମକ ମିଳିଥିଲା।  ଡ୍ୟୁଟିରେ ଥିବା ହେଡ କନଷ୍ଟେବଳ ଉଦାମ ସିଂଙ୍କ ଅନୁଯାୟୀ, ରାତି ପ୍ରାୟ ୧୦ଟା ୮୮୮୯୯୯୧୯୧୬ ନମ୍ବରରୁ ଏହି କଲ୍ ଆସିଥିଲା। ଯୋଗୀଙ୍କୁ ସିୟୁଜି ନମ୍ବର ଉପରେ ଧମକ ଦିଆଯାଇଥିଲା।

ଯୁବକ ଜଣକ ଫୋନ୍ କରି କହିଥିଲେ ଯେ ସିଏମ୍ ଯୋଗୀ ଆଦିତ୍ୟନାଥଙ୍କୁ ବୋମା ବିସ୍ଫୋରଣରେ ଉଡ଼ାଇ ଦିଆଯିବ। ଯେତେବେଳେ କନଷ୍ଟେବଳ ପଚାରିଥିଲେ ସେ କେଉଁଠାରୁ ଫୋନ କରୁଛନ୍ତି, ଯୁବକ ଜଣକ ସଙ୍ଗେ ସଙ୍ଗେ ଫୋନ୍ ବିଚ୍ଛିନ୍ନ କରିଥିଲେ। ଯୋଗୀଙ୍କୁ ନେଇ ଏଭଳି ଧମକ ମିଳିବା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅଧିକ ପଢ଼ନ୍ତୁ: ଆମେରିକାର ସାମରିକ ବେସ୍ ନିକଟରେ ଚୀନ୍ ଜମି କିଣୁଛି: ଚିନ୍ତାରେ ବାଇଡେନ ପ୍ରଶାସନ

ସେହିଭଳି ଡିସେମ୍ବର ୨୦୨୩ରେ ସିଏମ ଯୋଗୀ, ଶ୍ରୀରାମ ମନ୍ଦିର ଏବଂ ୟୁପି ଏସଟିଏଫ ମୁଖ୍ୟଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା। ଡିଜିପି ମୁଖ୍ୟାଳୟ ଏବଂ ଏସଟିଏଫ ମୁଖ୍ୟାଳୟର କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ ଆସିଥିଲା। କୁହାଯାଇଥିଲା ଯେ ଆଇଏସ ସହ ଜଡିତ ଜୁବର ଖାନ ଏକ ମେଲ୍‌ରେ ଯୋଗୀ ଆଦିତ୍ୟନାଥ, ତତ୍କାଳୀନ ଏସଟିଏଫ ମୁଖ୍ୟ ଅମିତାଭ ୟଶଙ୍କ ସହ ଅଯୋଧ୍ୟାର ଶ୍ରୀରାମ ମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ କୁହାଯାଇଥିଲା।

ଅଧିକ ପଢ଼ନ୍ତୁ: କାଶ ଔଷଧ ନିଶା: ବାଂଲାଦେଶକୁ କୋଟିକୋଟି ଟଙ୍କାର ଭାରତୀୟ କଫ୍ ସିରପ୍‌ ଚୋରା ଚାଲାଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe