ନୂଆଦିଲ୍ଲୀ: ବନ୍ଦେ ମାତରମ୍କୁ ୧୫୦ ବର୍ଷ ପୂର୍ତ୍ତି ଅବସରରେଲୋକସଭାରେ ହୋଇଥିବା ସ୍ବତନ୍ତ୍ର ଆଲୋଚନାରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭାଗନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରିୟଙ୍କା କହିଛନ୍ତି, ସଂସଦରେ ଜାତୀୟ ଗୀତ ଉପରେ ବିତର୍କ ହେବାର ୨ଟି କାରଣ ରହିଛି। ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ଭୂମିକା ନିର୍ଣ୍ଣୟ କରିବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି। ସେହିପରି ଯେଉଁମାନେ ସ୍ବାଧୀନତା ସଂଗ୍ରାମ ଲଢ଼ି ଦେଶ ପାଇଁ ତ୍ୟାଗ କରିଛନ୍ତି, ସରକାର ସେମାନଙ୍କ ବିରୋଧରେ ନୂଆ ଅଭିଯୋଗ ବାଢ଼ିବାକୁ ଏକ ସୁଯୋଗ ଖୋଜୁଛନ୍ତି। ମୋଦୀ ସରକାର ଏମିତି କାମ କରି ଲୋକଙ୍କ ପାଇଁ ଚିନ୍ତାର କାରଣ ଥିବା ବିଭିନ୍ନ ପ୍ରସଙ୍ଗ ଉପରୁ ନଜର ହଟାଇବାକୁ ଚାହିଛନ୍ତି। ଏହି ମର୍ମରେ ପ୍ରିୟଙ୍କା କହିଛନ୍ତି, ଆପଣମାନେ (ବିଜେପି) ନିର୍ବାଚନ ପାଇଁ। ଆମେମାନେ ଦେଶ ପାଇଁ। ଆମେ ଯେତେ ନିର୍ବାଚନ ହାରିଲେ ବି ଏଠାରେ ବସି ରହିବୁ ଏବଂ ଆପଣଙ୍କ ବିଚାରଧାରା ବିରୋଧରେ ଲଢ଼ିବୁ।
Questions On Quality Education: ଗୁଣାତ୍ମକ ଶିକ୍ଷାକୁ ନେଇ ପ୍ରଶ୍ନ : ପୂରଣ ହେଉନି ୯୪୨ ଶିକ୍ଷକ ପଦବି
ଲଗାତାର ଜବାହରଲାଲ ନେହରୁଙ୍କୁ ସମାଲୋଚନା କରିବା ପ୍ରସଙ୍ଗରେ ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ଏବଂ ବିଜେପି ଉପରେ ବର୍ଷିଛନ୍ତି। ପ୍ରିୟଙ୍କା କହିଛନ୍ତି, ମୋଦୀ ୧୨ ବର୍ଷ ହେବ ପ୍ରଧାନମନ୍ତ୍ରୀ ରହିଲେଣି। ନେହରୁ ଦେଶର ସ୍ବାଧୀନତା ପାଇଁ ପାଖାପାଖି ଏହି ସମାନ ସମୟ ଜେଲ୍ରେ ରହିଥିଲେ। ଏହାପରେ ସେ ୧୭ ବର୍ଷ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ଆପଣମାନେ ତାଙ୍କୁ ଅନେକ ସମାଲୋଚନା କରିଛନ୍ତି। କିନ୍ତୁ ଯଦି ସେ ଇସ୍ରୋ ଆରମ୍ଭ କରି ନ ଥାନ୍ତେ ତେବେ ଆପଣଙ୍କ ପାଖରେ ମଙ୍ଗଳଯାନ ନ ଥାନ୍ତା। ଯଦି ସେ ଡିଆର୍ଡିଓ ଆରମ୍ଭ କରି ନ ଥାନ୍ତେ ତେବେ ତେଜସ୍ ନ ଥାନ୍ତା। ଯଦି ସେ ଆଇଆଇଟି ଏବଂ ଆଇଆଇଏମ୍ ଆରମ୍ଭ କରି ନ ଥାନ୍ତେ ତେବେ ଆମେ ଆଇଟିରେ ଆଗକୁ ବଢ଼ି ପାରି ନ ଥାନ୍ତେ। ଯଦି ସେ ଏମ୍ସ ଆରମ୍ଭ କରି ନ ଥାନ୍ତେ ତେବେ ଆମେ କରୋନାକୁ କିଭଳି ଚ୍ୟାଲେଞ୍ଜ କରିଥାନ୍ତେ। ପଣ୍ଡିତ ନେହରୁ ଦେଶ ପାଇଁ ବଞ୍ଚିଥିଲେ ଏବଂ ଦେଶ ସେବା କରି ମରିଛନ୍ତି। ସ୍ବାଧୀନତା ଆନ୍ଦୋଳନ ସମୟରେ ନେହରୁ ୯ ଥର ଜେଲ୍ ଯାଇଥିଲେ। ସେ ମୋଟ୍ ୩୨୦୦ ଦିନ ଜେଲ୍ରେ ରହିଥିଲେ, ଯାହା ପାଖାପାଖି ୯ ବର୍ଷ ବୋଲି ପ୍ରିୟଙ୍କା କହିଥିଲେ।
Japan Earthquake : ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା
ଲୋକସଭାରେ ବିରୋଧୀ ଦଳ ଉପନେତା ଗୌରବ ଗୋଗୋଇ କହିଥିଲେ କଂଗ୍ରେସ ବନ୍ଦେ ମାତରମ୍କୁ ଜାତୀୟ ଗୀତ କରିବା ପାଇଁ ଗୁରୁତ୍ବ ଦେଇଥିଲା। ଗୋଗୋଇ କହିଥିଲେ, ପ୍ରତ୍ୟେକ ବିତର୍କରେ ମୋଦୀ ପଣ୍ଡିତ ନେହରୁଙ୍କ ନାମ ନେଉଛନ୍ତି। ଅପରେସନ୍ ସିନ୍ଦୂର ବିତର୍କରେ ସେ ନେହରୁଙ୍କ ନାମ ୧୪ ଥର ଓ କଂଗ୍ରେସର ନାମ ୫୦ ଥର ନେଇଛନ୍ତି। ସେହିପରି ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ନେହରୁଙ୍କ ନାମ ୧୦ଥର, କଂଗ୍ରେସ ନାମ ୨୬ ଥର, ରାଷ୍ଟ୍ରପତିଙ୍କ ଅଭିଭାଷଣ ୨୦୨୨ ସମୟରେ ନେହରୁଙ୍କ ନାମ ୧୫ଥର, ୨୦୨୦ରେ ୨୦ ଥର ନେଇଛନ୍ତି। ତେବେ ମୁଁ ଅତ୍ୟନ୍ତ ବିନମ୍ରତାର ସହ କହିବାକୁ ଚାହେଁ ଯେ ନରେନ୍ଦ୍ର ମୋଦୀ ଓ ତାଙ୍କ ସଂପୂର୍ଣ୍ଣ ବ୍ୟବସ୍ଥା ଯେତେ ଚେଷ୍ଟା କଲେ ମଧ୍ୟ ପଣ୍ଡିତ ନେହରଙ୍କୁ ଯୋଗଦାନ ଉପରେ ଗୋଟିଏ ବି କଳା ଚିହ୍ନ ଲଗାଇ ପାରିବେ ନାହିଁ। ବିଜେପି ଆଜି ଜାତୀୟତାବାଦ ପ୍ରସଙ୍ଗ ଉଠାଉଛି। କିନ୍ତୁ ଯେତେବେଳେ ଲକ୍ଷ ଲକ୍ଷ ବ୍ୟକ୍ତି ବ୍ରିଟିସମାନଙ୍କ ବିରୋଧରେ ଲଢ଼ୁଥିଲେ ସେତେବେଳେ ବିଜେପିର ପୂର୍ବସୂରୀ ମାନେ କୂଆଡ଼େ ଥିଲେ। କଂଗ୍ରେସ ନେତାମାନେ ଅନେକକିଛି ତ୍ୟାଗ କରି ଜେଲ୍ ଯାଇଥିଲେ ଏବଂ ଜୀବନ ଦେଇଥିଲେ। ବିଜେପି ନେତୃତ୍ବାଧୀନ ସରକାର ଇତିହାସକୁ ପୁନଃଲିଖନ କରିପାରିବ ନାହିଁ ବୋଲି ଗୋଗୋଇ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/09/dagdagdgazvcv-2025-12-09-02-00-24.jpg)