ନୂଆଦିଲ୍ଲୀ:ସଂସଦର ଶୀତ ଅଧିବେଶନ ଆରମ୍ଭରୁ ଜାରି ରହିଥିବା ରାଜନୈତିକ ଉତ୍ତେଜନା ଆଜି ଥଣ୍ଡା ପଡ଼ିଛି। ଶାସକ ଦଳ ଓ ବିରୋଧୀ ଦଳମାନେ ୧୨ଟି ରାଜ୍ୟରେ ଚାଲିଥିବା ଭୋଟର ତାଲିକ ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍) ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ସହମତିରେ ପହଞ୍ଚିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଉଭୟ ପକ୍ଷ ପରସ୍ପରର ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ଅଚଳାବସ୍ଥାର ଅବସାନ ଘଟିଥିବା କୁହାଯାଇଛି।
ସର୍ବଦଳୀୟ ବୈଠକରେ ନିଷ୍ପତ୍ତି
୯-୧୦ ଡିସେମ୍ବରରେ ଏସ୍୍ଆଇଆର୍ ବିତର୍କ
‘ବନ୍ଦେ ମାତରମ୍’ ଆଲୋଚନା ପାଇଁ ବିରୋଧୀ ରାଜି
Virat Kohli : ୧୬ ବର୍ଷ ପରେ ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ
ବିରୋଧୀ ଦଳମାନେ ଅଭିଯୋଗ କରିଥିଲେ ଯେ, ଏସ୍ଆଇଆର୍ ପ୍ରକ୍ରିୟା ସଂପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଏବଂ ଏହା ଦ୍ବାରା ଲକ୍ଷ ଲକ୍ଷ ଭୋଟରଙ୍କ ନାମ କଟାଯାଉଛି। ଏବେ ସରକାର ଏହି ପ୍ରସଙ୍ଗରେ ଗୃହରେ ବିସ୍ତୃତ ଆଲୋଚନା ପାଇଁ ବିରୋଧୀଙ୍କ ଦାବି ଗ୍ରହଣ କରିଛନ୍ତି। ୯-୧୦ ଡିସେମ୍ବରରେ ଏହାକୁ ନେଇ ଲୋକସଭାରେ ବିତର୍କ ହେବ। ଏସ୍ଆଇଆର୍ ପ୍ରକ୍ରିୟା ଉପରେ ଆଲୋଚନା କରାଯିବ ଏବଂ କୌଣସି ବୈଧ ଭୋଟରଙ୍କୁ ବଞ୍ଚିତ କରାଯିବ ନାହିଁ ବୋଲି ସରକାର ଆଶ୍ବାସନା ଦେଇଛନ୍ତି। ଏହି ବିତର୍କ ପୂର୍ବରୁ ଡିସେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ‘ବନ୍ଦେ ମାତରମ’ ଉପରେ ଆଲୋଚନା ଆରମ୍ଭ କରିବେ। ଏସ୍ଆଇଆର୍ ବିତର୍କରେ ଭୋଟର ତାଲିକାରେ ସଂଶୋଧନ ସମେତ, ନିର୍ବାଚନରେ ସ୍ୱଚ୍ଛତା ଏବଂ ଅନିୟମିତତା ରୋକିବା ପାଇଁ ନୂଆ ବ୍ୟବସ୍ଥା ଉପରେ ଆଲୋଚନା ହେବ।
FIR Against Pradeep Majhi: ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଫାଇରିଂ କରିଦେବି କହିବା ମାମଲାରେ ପୂର୍ବତନ ସାଂସଦଙ୍କ ନାମରେ ଏତଲା
ଜାତୀୟ ଗୌରବର ପ୍ରତୀକ ‘ବନ୍ଦେ ମାତରମ୍’ର ୧୫୦ତମ ଜୟନ୍ତୀ ଉପରେ ଗୃହରେ ପ୍ରଥମେ ଆଲୋଚନା ହେବା ଆବଶ୍ୟକ ବୋଲି ସରକାରଙ୍କ ଯୁକ୍ତିକୁ ବିରୋଧୀ ଦଳମାନେ ଗ୍ରହଣ କରିବା ପରେ ବୁଝାମଣା ପାଇଁ ବାଟ ଫିଟିଥିଲା। ଏହାପରେ ସରକାର ଏସ୍ଆଇଆର୍ ବାବଦ ବିସ୍ତୃତ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ଏହି ପଦକ୍ଷେପ ଦ୍ବାରା ସଂସଦ ସୁରୁଖୁରୁରେ ଚାଲିବା ପାଇଁ ବାଟ ଖୋଲିଯାଇଛି। ବିଧେୟକଗୁଡ଼ିକ ଗୃହୀତ ହେବାର ରାସ୍ତା ମଧ୍ୟ ସୁଗମ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/03/gjgdgjcbnbn-2025-12-03-01-18-50.jpg)