ନୂଆଦିଲ୍ଲୀ: କଂଗ୍ରେସ ମୁଖ୍ୟାଳୟରେ ବରିଷ୍ଠ କଂଗ୍ରେସ ନେତାମାନଙ୍କର ଉପସ୍ଥିତିରେ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି)ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଏହି ବୈଠକରେ କଂଗ୍ରେସ ନେତାମାନେ ଆସନ୍ତା ବର୍ଷ ଆସାମ, କେରଳ, ପଶ୍ଚିମବଙ୍ଗ, ତାମିଲନାଡ଼ୁ ଓ ପୁଡ଼ୁଚେରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନର ରଣନୀତି ଓ ସାଂଗଠନିକ ପ୍ରସ୍ତୁତି ସମେତ ଅନ୍ୟାନ୍ୟ ସାମ୍ପ୍ରତିକ ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବୈଠକରେ ‘ମନରେଗା’କୁ ବଦଳାଇ ବିକଶିତ ଭାରତ ନିଯୁକ୍ତି ଏବଂ ଆଜୀବିକା ମିସନ (ଗ୍ରାମୀଣ) ଆଇନ (ଭିବି- ଜି ରାମ ଜି)କୁ ଦୃଢ଼ ବିରୋଧ କରାଯାଇଥିଲା। କଂଗ୍ରେସ ସଭାପତି ଖଡ଼ଗେ ଗଣମାଧ୍ୟମକୁ କହିଛନ୍ତି ‘ମନରେଗା ଉଚ୍ଛେଦକୁ ନେଇ ଜନସାଧାରଣଙ୍କ କ୍ରୋଧ ବୃଦ୍ଧି ପାଉଛି ଏବଂ ବିଜେପି ସରକାରଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି। ‘ଭିବି- ଜି ରାମ ଜି’ କାର୍ଯ୍ୟକାରୀ କରିବା ଏକତରଫା ନିଷ୍ପତ୍ତି। ଏହି କାର୍ଯ୍ୟକ୍ରମ ରାଜ୍ୟମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପକାଇବ।
Operation Sindoor : ହଁ ! ଆମେ ଯୁଦ୍ଧବିରତି ପାଇଁ ଭାରତକୁ ଅନୁରୋଧ କରିଥିଲୁ : ପାକ୍ ଉପ-ପ୍ରଧାନମନ୍ତ୍ରୀ
‘ଭିବି-ଜି ରାମ୍ ଜି ଆଇନ ଗ୍ରାମୀଣ ରୋଜଗାରକୁ ଦୁର୍ବଳ କରିବ’
କାରଣ ଏହି ଯୋଜନା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ୬୦:୪୦ ଆର୍ଥିକ ଭାଗିଦାରୀରେ ପରିଚାଳିତ ହେବ। ଉପା ସରକାର ଅମଳରେ ଲାଗୁ ହୋଇଥିବା ‘ମନରେଗା’ ଯୋଜନାର ଉଚ୍ଛେଦ ବିରୋଧରେ କଂଗ୍ରେସ ଆସନ୍ତା ଜାନୁଆରି ୫ ତାରିଖରେ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିବ। ମହାତ୍ମା ଗାନ୍ଧୀଙ୍କ ନାମକୁ ହଟାଇବା ଏବଂ ଶ୍ରମିକଙ୍କ ଅଧିକାରକୁ ବିଜେପି ସରକାର ଯେପରି ଅଣଦେଖା କରିଛନ୍ତି ଏହାକୁ ସମଗ୍ର ଦେଶରେ କଂଗ୍ରେସ ଓ ଅନ୍ୟ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ବିରୋଧ କରିବେ ବୋଲି ସେ କହିଛନ୍ତି। ସମ୍ବିଧାନ ଏବଂ ଗଣତନ୍ତ୍ର ଉପରେ ବିଶ୍ୱାସ ରଖି ଆମେ ମନରେଗାର ସୁରକ୍ଷା, ଶ୍ରମିକଙ୍କ ଅଧିକାରର ସୁରକ୍ଷା ଏବଂ ପ୍ରତ୍ୟେକ ଗ୍ରାମରେ ଆମର ସ୍ୱର ଉତ୍ତୋଳନ କରିବାକୁ ଶପଥ ନେଉଛୁ ବୋଲି ସେ କହିଛନ୍ତି। ଦେଶବ୍ୟାପୀ ଏହି କାର୍ଯ୍ୟକ୍ରମରେ ସମସ୍ତ ବିରୋଧୀ ଦଳ କଂଗ୍ରେସ ସହିତ ଅଛନ୍ତି କି ବୋଲି ପଚାରିବାରୁ ସେ ‘ସମ୍ବାଦ’କୁ ନିଜ ପ୍ରତିକ୍ରିୟା ଦେଇ କହିଲେ, ସମସ୍ତ ବିରୋଧୀ ଦଳଙ୍କ ପରାମର୍ଶ ନିଆଯାଇଛି ଏବଂ ସମସ୍ତେ କଂଗ୍ରେସ ସହିତ ସାମିଲ ହୋଇ ଏହାକୁ ଦେଶବ୍ୟାପୀ ବିରୋଧ କରିବେ। ବିଜେପି ସରକାର ଏହି ଯୋଜନାରେ ବର୍ଷକୁ ୧୨୫ ଦିନ କାମ ଯୋଗାଇବା ନେଇ ପ୍ରତିଶ୍ରୁତି ଦେଉଛନ୍ତି ବୋଲି ପଚାରିବାରୁ ଖଡ଼ଗେ କହିଥିଲେ, କେବଳ ବୟସ୍କ ଅଣକୁଶଳୀ ଶ୍ରମିକ ଶାରୀରିକ ଶ୍ରମ କରିବାକୁ ଇଚ୍ଛୁକ ଥିଲେ ଗ୍ରାମାଞ୍ଚଳର ପରିବାରଗୁଡ଼ିକୁ ଗୋଟିଏ ଆର୍ଥିକ ବର୍ଷରେ ୧୨୫ ଦିନର ବେତନଭୋଗୀ ନିଶ୍ଚିତ ନିଯୁକ୍ତି ପ୍ରଦାନ କଥା କୁହାଯାଇଛି।
4007 Families Without Light: ୩୪୪ ଗାଁରେ ଅନ୍ଧାର ରାଜୁତି
ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ଏବଂ ଗରିବ ଲୋକଙ୍କ ଉପରେ ବିମୁଦ୍ରୀକରଣ ଭଳି ଅନ୍ୟ ଏକ ଭୟଙ୍କର ଆକ୍ରମଣ କରିଛନ୍ତି। ଯଦି ‘ଜମି ଅଧିଗ୍ରହଣ ଆଇନ ୨୦୧୫’କୁ ଆମେ ଫଳପ୍ରଦ ଭାବେ ପ୍ରତ୍ୟାହାରରେ ସଫଳ ହୋଇଥିଲୁ ଏବଂ ତିନି କୃଷି ଆଇନକୁ କୃଷକମାନଙ୍କ ବିରୋଧ ଏବଂ ବିରୋଧୀ ଦଳଙ୍କ ସମର୍ଥନ ନଥିବାରୁ ଏହାକୁ ରଦ୍ଦ କରିବାକୁ ପଡ଼ିଥିଲା ତେବେ ମନରେଗା ବଞ୍ଚାଅ ଅଭିଯାନରେ ଆମେ କାହିଁକି ସଫଳ ହେବୁନାହିଁ ବୋଲି ରାହୁଲ ପାଲଟା ପ୍ରଶ୍ନ କରିଥିଲେ। ବୈଠକରେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ, କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/28/fshhfsfhs-2025-12-28-00-15-38.jpg)