Newdelhi Air Pollution Photograph: (sambad.in)
ନୂଆଦିଲ୍ଲୀ: ଦିଲ୍ଲୀରେ କଲବଲ କଲାଣି ବାୟୁ ପ୍ରଦୂଷଣ। ବାୟୁ ଗୁଣବତ୍ତା ବିପଦ ସଙ୍କେତ ପାର୍ କରିବା ପରେ ଜୀବନ ନେଉଛି ଘନ କୁହୁଡ଼ି। ପ୍ରଦୂଷଣ ପାଇଁ ଦିଲ୍ଲୀରେ ଏବେ ରହିବା କଷ୍ଟକର ହୋଇପଡ଼ିଲାଣି। ବିଭିନ୍ନ ରୋଗର କାରଣ ପାଲଟିଛି ବାୟୁ ପ୍ରଦୂଷଣ। ଏହାକୁ ଆଖି ଆଗରେ ରଖି ସୁପ୍ରିମକୋର୍ଟ ୧୦ ବର୍ଷ ପୁରୁଣା ଡିଜେଲ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଯାନକୁ ନେଇ ପୂର୍ବରୁ ଦେଇଥିବା ଆଦେଶରେ ସଂଶୋଧନ କରିଛନ୍ତି। ତାଙ୍କର ନୂତନ ଆଦେଶରେ, ସୁପ୍ରିମକୋର୍ଟ କହିଛନ୍ତି ଯେ, ଦିଲ୍ଲୀ-ଏନସିଆରରେ କେବଳ BS4 ଏବଂ ନୂତନ ଯାନଗୁଡ଼ିକୁ ଛାଡ଼ ଦିଆଯିବ। ସଂଶୋଧିତ ଆଦେଶରେ BS-3 ଯାନଗୁଡ଼ିକୁ ଛାଡ଼ରୁ ବାଦ ଦିଆଯାଇଛି।
ଆଜିଠୁ ଲାଗୁ ହେବ ନିୟମ
ଏହା ସହିତ ଘରୁ କାମ କରିବା, ନିର୍ମାଣ ସାମଗ୍ରୀ ବୋଝେଇ ଯାନବାହନ ଉପରେ ପ୍ରତିବନ୍ଧନକ ଓ ରାଜଧାନୀକୁ ଆସୁଥିବା ସବୁ ଗାଡ଼ି ପାଖରେ Pollution Under Control certificates ରଖିବାର ନିୟମ ଲାଗୁ କରାଯାଇଛି। ଆଜିଠୁ ଦିଲ୍ଲୀରେ ଏହି ନିୟମ ଲାଗୁ ହେବ।
Work from home ଗାଇଡ୍ଲାଇନ୍
ଦିଲ୍ଲୀର ଶ୍ରମ ମନ୍ତ୍ରୀ କପିଲ ମିଶ୍ର କହିଛନ୍ତି ଯେ, ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନର କର୍ମଚାରୀ ଗୁରୁବାରଠାରୁ ଘରୁ କାମ କରିବେ। ଏଭଳି ନହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଅତ୍ୟାବଶ୍ୟକ ସେବା ଏବଂ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କ ଉପରେ ଏହି ନିୟମ ଲାଗୁ ହେବ ନାହିଁ। ସେମାନଙ୍କର ଅଧାରୁ ଅଧିକ କର୍ମଚାରୀ ଘରୁ କାମ କରୁଛନ୍ତି ବୋଲି ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ମଧ୍ୟରେ କାର୍ଯ୍ୟ କରୁଥିବା ସମସ୍ତ ଘରୋଇ କାର୍ଯ୍ୟାଳୟଗୁଡ଼ିକୁ ନିଶ୍ଚିତ କରିବାକୁ ପଡିବ। ନିର୍ମାଣ କାର୍ଯ୍ୟ ବନ୍ଦ ହେବା ଦ୍ୱାରା ପ୍ରଭାବିତ ନିର୍ମାଣ ଶ୍ରମିକମାନଙ୍କୁ ୧୦ହଜାର କ୍ଷତିପୂରଣ ଦିଆଯିବ।
Pollution Under Control certificates ବାଧ୍ୟତାମୂଳକ
ବାୟୁ ଗୁଣବତ୍ତା କ୍ରମାଗତ ଭାବରେ ଖରାପ ହେଉଥିବାରୁ, ଦିଲ୍ଲୀ ସରକାର ପ୍ରଦୂଷଣକାରୀ ଯାନବାହନକୁ ନେଇ ନିୟମ କଡ଼ାକଡ଼ି କରିଛନ୍ତି। ବୈଧ PUC ପ୍ରମାଣପତ୍ର ବିନା ଗାଡିଗୁଡ଼ିକୁ ପେଟ୍ରୋଲ ପମ୍ପରେ ଇନ୍ଧନ ଯୋଗାଇ ଦିଆଯିବ ନାହିଁ ବୋଲି କହିଛନ୍ତି ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା।
ଆହୁରି ପଢ଼ନ୍ତୁ: Ram Sutar Passed Away: 'ଷ୍ଟାଚ୍ୟୁ ଅଫ୍ ୟୁନିଟି'ର ନିର୍ମାତା ପ୍ରଖ୍ୟାତ ମୂର୍ତ୍ତିକାର ରାମ ଭାଞ୍ଜୀ ସୂତାରଙ୍କ ଦେହାନ୍ତ
Follow Us