Delhi Air Pollution: ଦିଲ୍ଲୀର ଏକ୍ୟୁଆଇ ଲଗାତାର ଦ୍ୱିତୀୟ ଦିନ ପାଇଁ ଖରାପ ରହିଛି, ଅନେକ କ୍ଷେତ୍ରରେ ମଧ୍ୟମ

ଦିଲ୍ଲୀର ବାୟୁ ଅବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଶନିବାର ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ଲଗାତାର ଦ୍ୱିତୀୟ ଦିନ ପାଇଁ 'ଖରାପ' ବର୍ଗରେ ରହିଛି। ଶୁକ୍ରବାର ଦିଲ୍ଳୀର ବାୟୁ ଗୁଣବତ୍ତା ସୂଚନାଙ୍କ (ଏକ୍ୟୁଆଇ) ୨୧୮ ଥିବା ବେଳେ ଶନିବାର ସମାନ୍ୟ ବୃଦ୍ଧି ପାଇ ୨୩୩ରେ ପହଞ୍ଚିଛି। 

Untitled

Photograph: ((Photo: PTI))

ନୂଅ‌ାଦିଲ୍ଲୀ: ଦିଲ୍ଲୀର ବାୟୁ ଅବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଶନିବାର ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ଲଗାତାର ଦ୍ୱିତୀୟ ଦିନ ପାଇଁ 'ଖରାପ' ବର୍ଗରେ ରହିଛି। ଶୁକ୍ରବାର ଦିଲ୍ଳୀର ବାୟୁ ଗୁଣବତ୍ତା ସୂଚନାଙ୍କ (ଏକ୍ୟୁଆଇ) ୨୧୮ ଥିବା ବେଳେ ଶନିବାର ସମାନ୍ୟ ବୃଦ୍ଧି ପାଇ ୨୩୩ରେ ପହଞ୍ଚିଛି। 

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦିଓ ଏକ୍ୟୁଆଇ 'ମଧ୍ୟମ' ଏବଂ 'ଖରାପ' ବର୍ଗ ମଧ୍ୟରେ ରହିଛି, ଉତ୍ତର ଦିଲ୍ଲୀର ୱାଜିରପୁର ସବୁଠାରୁ ପ୍ରଦୂଷିତ ଅଞ୍ଚଳ ଥିଲା, ଯାହାର ଏକ୍ୟୁଆଇ ଥିଲା ୩୨୩। ଯାହାକି ‘ଅତ୍ୟନ୍ତ ଖରାପ’ ବର୍ଗ ଅନ୍ତର୍ଭୂକ୍ତ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ପୁଲିସ ଏବଂ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨୭ ବର୍ଷୀୟ ଭାରତୀୟଙ୍କ ମୃତ୍ୟୁ

ଏକ୍ୟୁଆଇ କେବେ ଭିତରେ ରହିଲେ ଭଲ

ଆମେ ଜାଣନ୍ତି ଯେ ୦ରୁ ୫୦ ମଧ୍ୟରେ ଏକ୍ୟୁଆଇ ରହିଲେ ଭଲ, ୫୧-୧୦୦ ଭିତରେ ସନ୍ତୋଷଜନକ, ୧୦୧-୨୦୦ ମଧ୍ୟରେ ମଧ୍ୟମ, ୨୦୧-୩୦୦ ମଧ୍ୟରେ ଖରାପ, ୩୦୧-୪୦୦ ମଧ୍ୟରେ ଅତି ଖରାପ, ୪୦୧-୫୦୦ ମଧ୍ୟରେ ଗମ୍ଭୀର ବୋଲି ବିବେଚନା କରାଯାଏ।

ପୁସା (୧୮୫), ଲୋଧି ରୋଡ୍ (୧୭୭), ଆଇଜିଆଇ ବିମାନବନ୍ଦର ଟି୩ (୧୭୫), ମଥୁରା ରୋଡ୍ (୧୫୮) ଏବଂ ଡକ୍ଟର କରଣୀ ସିଂହ ସୁଟିଂ ରେଞ୍ଜ (୧୯୭) ଭଳି ଦିଲ୍ଳୀର ଅନେକ ଅଞ୍ଚଳରେ ଏକ୍ୟୁଆଇ 'ମଧ୍ୟମ' ବର୍ଗରେ ଥିଲା।

ସେହିପରି ଆନନ୍ଦ ବିହାର (୨୮୫), ପଞ୍ଜାବୀ ବାଗ (୨୫୬), ବାୱାନା (୨୯୪), ଅଶୋକ ବିହାର (୨୮୨) ଏବଂ ଆରକେ ପୁରମ (୨୮୪) ଭଳି କିଛି ପ୍ରଦୂଷଣ ହଟସ୍ପଟ୍ 'ଖରାପ' ବର୍ଗରେ ଥିଲା।

ଆହୁରି ପଢ଼ନ୍ତୁ: ଆଜିଠାରୁ ଆରମ୍ଭ ହେଲା ପଞ୍ଚୁକ, ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

ଦୀପାବଳିଠାରୁ ବାୟୁ ଗୁଣବତ୍ତା ହ୍ରାସ

ଦୀପାବଳି ପରଠାରୁ ବାୟୁ ଗୁଣବତ୍ତା ହ୍ରାସ ପାଇଥିବା ଦିଲ୍ଲୀରେ ଗୁରୁବାର ୩୭୩ ଏକ୍ୟୁଆଇ ସହିତ 'ଅତ୍ୟନ୍ତ ଖରାପ' ବାୟୁ ଗୁଣବତ୍ତା ରେକର୍ଡ କରାଯାଇଛି, ଯାହା ଗତ ତିନି ବର୍ଷ ମଧ୍ୟରେ ସର୍ବାଧିକ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe