Delhi Blast Investigation Fsl Team: ବିସ୍ଫୋରଣସ୍ଥଳରୁ ସଂଗ୍ରହ କରାଗଲା ଅନେକ ପ୍ରମାଣ ଓ ନମୁନା

ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣସ୍ଥଳରୁ ସଂଗ୍ରହ ହୋଇଥିବା ୪୦ଟି  ପ୍ରମାଣ ଓ ନମୁନା ମଧ୍ୟରେ ଯାନବାହାନଗୁଡ଼ିକର କିଛିକ୍ଷତିଗ୍ରସ୍ତ ଅଂଶ ଓ ମଣିଷଶରୀର ଅଙ୍ଗ ସାମିଲ ରହିଥିବା ଜଣାପଡ଼ିଛି।

New Project (1)

Delhi Blast Investigation Fsl Team Photograph: (@SAMBAD.IN)

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଭୟାବହ ବିସ୍ଫୋରଣ ପରେ ଦେଶର ବିଭିନ୍ନ ସୁରକ୍ଷା ସଂସ୍ଥା ମାମଲାର ତଦନ୍ତରେ ଜୋରସୋର ଲାଗିପଡ଼ିଛନ୍ତି। ଏହି କ୍ରମରେ ଫରେନ୍ସିକ ସାଇନ୍ସ ଲାବୋରଟୋରି (ଏଫଏସଏଲ)ର ଟିମ ଘଟଣାସ୍ଥଳରେ ପହଞ୍ଚି ଗୋଟିଗୋଟି କରି ପ୍ରମାଣ ଓ ନମୁନା ଏକାଠି କରିବା ପାଇଁ ଲାଗି ପଡ଼ିଛନ୍ତି। ଦିନରାତି ଖୁବ ପରିଶ୍ରମ କରୁଛନ୍ତି।

 ବିସ୍ଫୋରଣସ୍ଥଳରୁ ସଂଗ୍ରହ ହୋଇଛି ୪୦ଟି ପ୍ରମାଣ ଓ ନମୁନା

ଖବର ଲେଖାହେଲା ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ଏଯାବତ ବିସ୍ଫୋରଣସ୍ଥଳରୁ ଫରେନ୍ସିକ ସାଇନ୍ସ ଲାବୋରଟୋରି ଟିମକୁ ୪୦ଟି ପ୍ରମାଣ  ଓ ନମୁନା ମିଳିଛି। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି, ବିସ୍ଫୋରଣର ଏକ ନମୁନା ଅମୋନିୟମ ନାଇଟ୍ରେଟ ହୋଇପାରେ। ଗତ ସୋମବାର ଫରିଦାବାଦରୁ ଏକ ଯାଞ୍ଚ ସମୟରେ ୩୬୦କିଲୋଗ୍ରାମର ଅମୋନିୟମ ନାଇଟ୍ରେଟ ଜବତ କରାଯାଇଛି। ।

ବିସ୍ଫୋରଣସ୍ଥଳର ତଦନ୍ତ କରୁଥିବା ଜଣେ ଅଧିକାରୀଙ୍କ କହିବାନୁସାରେ,ଫରେନ୍ସିକ ସାଇନ୍ସ ଲାବୋରଟୋରି(ଏଫଏସଏଲ)ର ଟିମ ଘଟଣାସ୍ଥଳର ନୀରିକ୍ଷଣ କରୁଥିବା ସମୟରେ ବିସ୍ଫୋରଣ ସହିତ ଜଡ଼ିତ ବିଭିନ୍ନ ପ୍ରକାର ପ୍ରମାଣ ଓ ନମୁନା ପ‌ାଇଛି। ଯାହା ତଦନ୍ତରେ ସାହାଯ୍ୟ କରିବ ବୋଲି ଆଶା ରଖାଯାଇଛି।

ଘଟଣାସ୍ଥଳରୁ ସଂଗ୍ରହ ହୋଇଥିବା ୪୦ଟି  ପ୍ରମାଣ ଓ ନମୁନା ମଧ୍ୟରେ ଯାନବାହାନଗୁଡ଼ିକର କିଛିକ୍ଷତିଗ୍ରସ୍ତ ଅଂଶ ଓ ମଣିଷଶରୀର ଅଙ୍ଗ ସାମିଲ ରହିଥିବା ଜଣାପଡ଼ିଛି।

ଅଧିକପଢ଼ନ୍ତୁ:ପାଠ ପଢ଼ାରେ ଭଲ ଥିଲେ ଶାହିନ୍, ଏଭଳି କାମ କରୁଥିବ ବୋଲି ବିଶ୍ବାସ ହେଉନି: ଶାହିନ୍‌ଙ୍କ ଭାଇ

ଅଧିକପଢ଼ନ୍ତୁ:ଗୋଟିଏ ଦିନ ବଢ଼ିଲା କଟକ ବାଲିଯାତ୍ରା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe