Delhi Blast: ଗୁଗୁଲରେ ଦିଲ୍ଲୀ କାର ବିସ୍ଫୋରଣ ସମ୍ପର୍କ ଏସବୁ ତଥ୍ୟ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି ପାକିସ୍ତାନୀ

ସେପ୍ଟେମ୍ବର ୧୩ରେ ଦିଲ୍ଲୀ କରୋଲ ବାଗ, କନ୍ନଟ ପ୍ଲେସ୍ ଓ ଗ୍ରେଟର କୈଳାସରେ ଗୋଟିଏ ସମୟରେ ବିସ୍ଫୋରଣ ହୋଇଥିଲା। ଏଥିରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକଲୋକ ଆହତ ହୋଇଥିଲେ।

Untitled-20

delhi blast pakistanis are searching online Photograph: (@sambad.in)

ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖ... ଦିନ ଥିଲା ସୋମବାର....ସମୟ ସନ୍ଧ୍ୟା ୬.୫୦ ମିନିଟ... ହଠାତ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ଗେଟ ନମ୍ବର-୧ ନିକଟରେ ଭୟାବହ ବିସ୍ଫୋରଣ ହୋଇ ସମଗ୍ର ଦିଲ୍ଲୀକୁ ଥରାଇ ଦେଇଥିଲା। 
ରାଜଧାନୀରେ ହୋଇଥିବା ଆଇ ୨୦କାର ବିସ୍ଫୋରଣ ଦିଲ୍ଲୀ ସମେତ ପୂରା ଦେଶକୁ ଦୋହଲାଇ ଦେଇଛି।

କିଛିକ୍ଷଣ ମଧ୍ୟରେ ସବୁକିଛି ଜଳି‌ପୋଡ଼ି ହୋଇଗଲା ପାଉଁସ

ଦୀର୍ଘ ୧୪ ବର୍ଷ ପରେ ଦିଲ୍ଲୀରେ ହୋଇଥିବା ଭୟାବହ ବିସ୍ଫୋରଣରେ ଏଯାବତ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ଅନେକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି କ୍ଷଣ ମଧ୍ୟରେ ଘଟଣାସ୍ଥଳରେ ଛିଡ଼ା ହୋଇଥିବା ସମସ୍ତଗାଡ଼ି, ଦୋକାନବଜାର ଜଳି ପାଉଁଶ ହୋଇଯାଇଥିଲା।

ଅଧିକପଢ଼ନ୍ତୁ:ବିସ୍ଫୋରଣରେ ବ୍ୟବହୃତ କାର୍ ୧୦ ଦିନ ପୂର୍ବେ ପ୍ରଦୂଷଣ ଯାଞ୍ଚ ପାଇଁ ଯାଇଥିଲା: ସିସିଟିଭିରେ ୩ ଜଣ ଯାତ୍ରୀ ଥିବାର ପ୍ରମାଣ

 ଦିଲ୍ଲୀର ଭୟାବହ କାର  ବିସ୍ଫୋରଣ ସମ୍ପର୍କରେ ଅଧିକରୁ ଅଧିକ ଖବର ଜାଣିବା ପାଇଁ ଲୋକେ ଗୁଗୁଲ ସର୍ଚ୍ଚର ସାହାରା ନେଉଛନ୍ତି। ଭାରତ ସମେତ ବିଶ୍ବର ମିଡିଆ ସଂସ୍ଥା ସହିତ ପାକିସ୍ତାନ ମିଡିଆ ବି ଏହି ବିସ୍ଫୋରଣ ଘଟଣାକୁ କଭର କରିବାକୁ ଚେଷ୍ଟା କରୁଛି।

ଦିଲ୍ଲୀ କାର ବିସ୍ଫୋରଣକୁ ନେଇ ଗୁଗୁଲରେ ଚାଲିଛି ସର୍ଚ୍ଚ 

ପାକିସ୍ତାନୀ ସୋସିଆଲ ମିଡିଆ ବ୍ୟବହାରକାରୀ ଅଧିକମାତ୍ରାରେ ଗୁଗୁଲରେ ଦିଲ୍ଲୀ କାର ବିସ୍ଫୋରଣକୁ ନେଇ ସର୍ଚ୍ଚ କରୁଥିବା ତାଲିକାରେ ରହିଛି, ‘ କେମିତି ଏହି ବିସ୍ଫୋରଣ ହୋଇଛି, କେତେ କ୍ଷତି ହୋଇଛି, ବିସ୍ଫୋରଣ ଘଟଣାର ଯାଞ୍ଚ କେଉଁ ଦିଗରେ ଆଗକୁ ବଢ଼ୁଛି।

କିଛିବର୍ଷ ପୂର୍ବେ ଅର୍ଥାତ ୨୦୦୮ରେ ଦିଲ୍ଲୀରେ ୨ଥର ବିସ୍ଫୋରଣ ହୋଇଥିଲା। ସେହିବର୍ଷ  ସେପ୍ଟେମ୍ବର ୨୭ରେ ମେହରୋଲିର ଫୁଲ ବଜାରରେ ଟିଫିନ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ  ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୩ ଜଣ ଆହତ ହୋଇଥିଲେ।

ଏହାପୂର୍ବରୁ  ସେପ୍ଟେମ୍ବର ୧୩ରେ ଦିଲ୍ଲୀ କରୋଲ ବାଗ, କନ୍ନଟ ପ୍ଲେସ୍ ଓ ଗ୍ରେଟର କୈଳାସରେ ଗୋଟିଏ ସମୟରେ ବିସ୍ଫୋରଣ ହୋଇଥିଲା। ଏଥିରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଥିଲା। 

ଅଧିକପଢ଼ନ୍ତୁ:ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରେମ ଚୋପ୍ରା; ସ୍ବାସ୍ଥ୍ୟାବସ୍ଥାକୁ ନେଇ ଡାକ୍ତର ଦେଲେ ପ୍ରତିକ୍ରିୟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe