Good News: ଦିଲ୍ଲୀ ପୁଲିସର କର୍ମଚାରୀଙ୍କୁ ଅବସର ଦିନ ମିଳିବ ସମ୍ମାନଜନକ ପଦବି

Advertisment

ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନା କନଷ୍ଟେବଳରୁ ସବ-ଇନସ୍ପେକ୍ଟର ପର୍ଯ୍ୟନ୍ତ ପୁଲିସ କର୍ମଚାରୀଙ୍କୁ ଅବସର ଦିନରେ ସମ୍ମାନଜନକ ପଦବୀ ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି।

ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନା କନଷ୍ଟେବଳରୁ ସବ-ଇନସ୍ପେକ୍ଟର ପର୍ଯ୍ୟନ୍ତ ପୁଲିସ କର୍ମଚାରୀଙ୍କୁ ଅବସର ଦିନରେ ସମ୍ମାନଜନକ ପଦବୀ ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି।

Untitled-12 (1)

delhi-good-news-government-employees Photograph: (@sambad.in)

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ହଜାରହଜାର ସରକାରୀ କର୍ମଚାରୀ ଏବଂ ଅଧିକାରୀଙ୍କ ପାଇଁ ଖୁସି ଖବର। ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନା କନଷ୍ଟେବଳରୁ ସବ-ଇନସ୍ପେକ୍ଟର ପର୍ଯ୍ୟନ୍ତ ପୁଲିସ କର୍ମଚାରୀଙ୍କୁ ଅବସର ଦିନରେ ସମ୍ମାନଜନକ ପଦବି ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ୮୮,୦୦୦ ରୁ ଅଧିକ ଦିଲ୍ଲୀ ପୁଲିସ କର୍ମଚାରୀ ଉପକୃତ ହେବେ ବୋଲି ଆଶା ରଖାଯାଇଛି। 

୨୦୨୫ ମଇରେ ଗୃହ ମନ୍ତ୍ରାଳୟ ସିଏପିଏଫ ଏବଂ ଆସାମ ରାଇଫଲ୍ସ ପାଇଁ ସମାନ ସମ୍ମାନଜନକ ପଦବୀ ମଞ୍ଜୁର କରିଥିଲା। ଏହି ପ୍ରସ୍ତାବ ପରେ ଦିଲ୍ଲୀ ପୁଲିସ ମଧ୍ୟ ସମାନ ପ୍ରସ୍ତାବ ଦାଖଲ କରିଥିଲା। ଯାହାକୁ ବର୍ତ୍ତମାନ ମଞ୍ଜୁରୀ ମିଳିଯାଇଛି। ସୂଚନାଯୋଗ୍ୟ, ଏହି ପଦୋନ୍ନତି ନାମମାତ୍ର କିନ୍ତୁ ଏହା ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠା ବହନ କରିବ। ସବ-ଇନସ୍ପେକ୍ଟରମାନେ ସମ୍ମାନଜନକ ଇନ୍ସପେକ୍ଟର ହେବେ। ସେହିପରି ଏଏସଆଇମାନେ ସବ-ଇନସ୍ପେକ୍ଟର, ହେଡ୍ କନଷ୍ଟେବଳମାନେ ଏଏସଆଇ, କନେଷ୍ଟବଳମାନେ ହେଡ୍ କନେଷ୍ଟବଳ ଭାବେ ମାନ୍ୟତା ପାଇବେ। ଏହି ସମ୍ମାନଜନକ ମାନ୍ୟତା କେବଳ ଅବସର ଦିନ ପ୍ରଦାନ କରାଯିବ, ଯାହା ଦ୍ଵାରା କର୍ମଚାରୀମାନେ ଗର୍ବର ସହିତ ଘରକୁ ଫେରିପାରିବେ।

ଅଧିକପଢ଼ନ୍ତୁ:ଫାର୍ମ ହାଉସରେ ଧଳା ପେଚା: ଦେଖିବାକୁ ଲୋକଙ୍କ ଜମୁଛି ଭିଡ଼

ଯୋଗ୍ୟତା ମାନଦଣ୍ଡ କ’ଣ?

ଆବେଦନ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ଆବଶ୍ୟକତା ସର୍ତ୍ତ ରହିଛି। ଅବସର ନେଉଥିବା ପଦବୀରେ ଅତି କମରେ ଦୁଇ ବର୍ଷ କାର୍ଯ୍ୟ କରିଥିବେ। ଗତ ପାଞ୍ଚ ବର୍ଷ ମଧ୍ୟରେ ଏକ ଭଲ କାର୍ଯ୍ୟଦକ୍ଷତା ରିପୋର୍ଟ ଥିବା ସହିତ ଚାକିରି ସମୟରେ କୌଣସି ବଡ଼ ଦଣ୍ଡ ମିଳି ନଥିବା ଆବଶ୍ୟକ। ଏହି ମାନଦଣ୍ଡ ପୂରଣ କରୁଥିବା ବ୍ୟକ୍ତିମାନେ ହିଁ ଏହି ସମ୍ମାନଜନକ ପଦବି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।

କେତେ ଜଣ ପୋଲିସ କର୍ମଚାରୀ ଉପକୃତ ହେବେ?

ଦିଲ୍ଲୀ ପୁଲିସରେ ମୋଟ ୮୮,୦୦୦ରୁ ଅଧିକ କର୍ମଚାରୀ ଅଛନ୍ତି ଏବଂ ଏହି ନିଷ୍ପତ୍ତି କନଷ୍ଟେବଳଙ୍କଠାରୁ ସବ-ଇନ୍ସପେକ୍ଟର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ଏହାର ଅର୍ଥ ହେଉଛି ଅଧିକାଂଶ କନଷ୍ଟେବଳ ଏବଂ ତଳସ୍ତରର ଅଧିକାରୀମାନେ ଅବସର ପରେ ଏହି ସମ୍ମାନ ପାଇବେ। କୌଣସି ଆର୍ଥିକ ଲାଭ ନମିଳିଲେ ବି କର୍ମଚାରୀଙ୍କ ମନୋବଳକୁ ଦୃଢ଼ କରିବ ବୋଲି ଆଶା ରଖାଯାଇଛି।

ଅଧିକପଢ଼ନ୍ତୁ: ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କଲା ଅଷ୍ଟ୍ରେଲିଆ ପୁଲିସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe