ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ବ୍ୟାପକ ହେଉଥିବାରୁ ଏୟାର୍ ପ୍ୟୁରିଫାୟର୍ର ଚାହିଦା ବୃଦ୍ଧି ପାଇଛି। କିନ୍ତୁ ସରକାର ତା’ ଉପରୁ ୧୮ ପ୍ରତିଶତ ଜିଏସ୍ଟି ଆଦାୟ କରୁଛନ୍ତି। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବୁଧବାର ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ଆମେ ଦିନକୁ ୨୧,୦୦୦ ଥର ନିଃଶ୍ୱାସ ନେଉ। ତେଣୁ ପ୍ରଦୂଷକ ବାୟୁ ସେବନ ଦ୍ବାରା ଆମର କେତେ କ୍ଷତି ହେଉଛି ସରକାର ତାହା ହିସାବ କରନ୍ତୁ। ଏୟାର୍ ପ୍ୟୁରିଫାୟରକୁ ଏକ ସ୍ବାସ୍ଥ୍ୟ ଉପକରଣ ବଦଳରେ ଏକ ବିଳାସୀ ଉପକରଣ ଭାବେ କାହିଁକି ବର୍ଗୀକରଣ କରାଯାଇଛି ଏବଂ ୧୮ ପ୍ରତିଶତ ଜିଏସ୍ଟି କାହିଁକି ଆଦାୟ କରାଯାଉଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରି କୋର୍ଟ ଦୁଇ ଦିନ ମଧ୍ୟରେ ଜବାବ ମାଗିଛନ୍ତି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୬କୁ ଧାର୍ଯ୍ୟ କରିଛନ୍ତି।
Chief Secretary: ଅନୁ ଗର୍ଗ ପ୍ରଥମ ମହିଳା ମୁଖ୍ୟ ସଚିବ: ଜାନୁଆରି ପହିଲାରୁ ନୂଆ ଦାୟିତ୍ବ ସମ୍ଭାଳିବେ
ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ଓ ଜଷ୍ଟିସ୍ ତୁଷାର ରାଓ ଗେଡେଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏୟାର ପ୍ୟୁରିଫାୟରକୁ ଚିକିତ୍ସା ଉପକରଣ ଭାବରେ ପୁନଃଶ୍ରେଣୀଭୁକ୍ତ କରିବା ପାଇଁ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିଥିଲେ। କୋର୍ଟ କହିଛନ୍ତି ଯେ, ଯଦି କର୍ତ୍ତୃପକ୍ଷ ନାଗରିକମାନଙ୍କୁ ବିଶୁଦ୍ଧ ବାୟୁ ଯୋଗାଇବାରେ ବିଫଳ ହୁଅନ୍ତି, ତେବେ ସେମାନେ ଅନ୍ତତଃ ପକ୍ଷେ ଏୟାର୍ ପ୍ୟୁରିଫାୟର୍ ଉପରେ ଜିଏସ୍ଟି ହ୍ରାସ କରି କିଛିଟା ଆରାମ ଦେଇପାରିବେ।
How will prison reform be done: କେମିତି ହେବ ଜେଲ୍ ସଂସ୍କାର? ଅଭିଯୋଗ ଥିବା ଅଧିକାରୀଙ୍କୁ ପ୍ରୋତ୍ସାହନ
ସରକାର ଅଧିକ ସମୟ ମାଗିବାକୁ ବିରୋଧ କରି ଖଣ୍ଡପୀଠ କହିଛନ୍ତି, ଏହି ସହରର ପ୍ରତ୍ୟେକ ନାଗରିକ ସ୍ୱଚ୍ଛ ବାୟୁ ଆବଶ୍ୟକ କରନ୍ତି ଏବଂ ଆପଣ ତାହା ଯୋଗାଇ ପାରୁ ନାହାନ୍ତି। ଆପଣ ଅତି କମ୍ରେ ସେମାନଙ୍କୁ ଏୟାର୍ ପ୍ୟୁରିଫାୟର୍ ସୁବିଧା ଦିଅନ୍ତୁ। ବିଚାରପତିମାନେ ତୁରନ୍ତ ରିଲିଫ୍ ପ୍ରଦାନର ସମ୍ଭାବନା ମଧ୍ୟ ଉଠାଇଥିଲେ। ଏହି ‘ବାୟୁ ଜରୁରିକାଳୀନ ପରିସ୍ଥିତି’ ସମୟରେ ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ ଅସ୍ଥାୟୀ ପଦକ୍ଷେପ ଭାବରେ ଆପଣ କାହିଁକି ଏହାକୁ ତତ୍କାଳ ଛାଡ଼ କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ଖଣ୍ଡପୀଠ ତୁରନ୍ତ ଜିଏସ୍ଟି ପରିଷଦ ବୈଠକ ଡକାଇ ଏୟାର୍ ପ୍ୟୁରିଫାୟର୍ ଉପରୁ ଜିଏସ୍ଟି ହ୍ରାସ କରିବାକୁ କହିଛନ୍ତି। ଦିଲ୍ଲୀର ଗମ୍ଭୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏୟାର୍ ପ୍ୟୁରିଫାୟର୍କୁ ଚିକିତ୍ସା ଉପକରଣ ଭାବରେ ଶ୍ରେଣୀଭୁକ୍ତ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ଆଡଭୋକେଟ୍ କପିଲ ମଦନ କୋର୍ଟଙ୍କୁ ଅନୁରୋଧ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/25/air-purifier-2025-12-25-04-05-57.jpg)