ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ୪୦୦ସ୍କୁଲରେ ବୋମା ଥିବା ନେଇ ମିଥ୍ୟା କଲ କରିଥିବା ପିଲାକୁ କାବୁ କରିଛି। ଏହି ଘଟଣାକୁ ପୁଲିସ ଗମ୍ଭୀରତାକୁ ସହ ନେଇ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ଯେଉଁ ପିଲାକୁ ପୁଲିସ କାବୁ କରିଛି ଉକ୍ତ ପିଲାର ପରିବାର ଏକ ଏନଜିଓ ସହିତ ସମ୍ପର୍କରେ ଅଛନ୍ତି। ଏହି ଏନଜିଓ ଅଫଜଲ ଗୁରୁକୁ ଦିଆଯାଇଥିବା ଫାଶୀଦଣ୍ଡର ବିରୋଧ କରୁଥିଲା।
ଅଧିକପଢ଼ନ୍ତୁ:ମଣିଷ ଜୀବନ କୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ;ହସଖୁସିରେ ବଞ୍ଚିବା ଶିଖନ୍ତୁ
ପୁଲିସର ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି, ‘ଏକା ସହିତ ୨୫୦ସ୍କୁଲକୁ ଯେଉଁ ମେଲ ଆସିଥିଲା। ସେହି ଘଟଣାରେ ବି ଏହି ପିଲା ସାମିଲ ଥିଲା।
ଅଧିକପଢ଼ନ୍ତୁ:ପ୍ରଥମ ଅମୃତ ସ୍ନାନ: ଅପରାହ୍ଣ ୩ଟା ସୁଦ୍ଧା ବୁଡ଼ ପକେଇଲେ ଅଢେଇ କୋଟି
ପୁଲିସ ଯାଞ୍ଚ କରି ଏହା ଜାଣିବା ପାଇଁ ଚେଷ୍ଟା କରୁଛି କି ଜାଣିଶୁଣି ଆଇନ ବ୍ୟବସ୍ଥାକୁ ଖରାପ କରିବା ପାଇଁ କେହି ଯୋଜନାବଦ୍ଧ ଭାବେ ଶିଶୁ ଦ୍ବାରା ଏଭଳି ମେଲ ଓ କଲ କରାଉ ନାହିଁ ତ? କାରଣ ପିଲା ଜଣକ ମେଲ ପାଇଁ ଯେଉଁ ଭଳି ଟେକ୍ନିକାଲ ଶବ୍ଦ ବ୍ୟବହାର କରିଛି ତାହା ଜଣେ ଚାଲକ ଚତୁର ଲୋକଙ୍କ ପରାମର୍ଶରେ ଲେଖାଯାଇଥିବା ଭଳି ଲାଗୁଛି।
Follow Us