ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ବଡ଼ ବିସ୍ଫୋରଣ । ଭୟଙ୍କର ବିସ୍ଫୋରଣରେ ଏବେ ଏବେ ମିଳିଥିବା ସୂଚନା ଅନୁସାରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣରେ ୨୪ ଜଣ ଆହତ ହୋଇଥିବା ସୂଚନା ରହିଛି । ତେବେ ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ଚାରିଆଡେ ଆତଙ୍କ ଖେଳିଗଲା । ସମସ୍ତେ ଭୟରେ ଧାଇଁଥିଲେ ।

Advertisment

ପ୍ରଚଣ୍ଡ ବିସ୍ଫୋରଣ 

ତେବେ ବିସ୍ଫୋରଣ ପରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ଘଟଣାସ୍ଥଳକୁ ପୋଲିସ ସିଲ୍ କରି ଦେଇଛି । ଘଟଣାସ୍ଥଳକୁ ଏନଆଇଏ, ଏନଏସଜିର ଟିମ୍ ଯାଉଛନ୍ତି । ବିସ୍ଫୋରଣର କାରଣ ତନାଘନା କରାଯାଉଛି । ବିଭିନ୍ନ ସ୍ଥାନକୁ ବନ୍ଦ କରାଯାଇଛି । ମୁମ୍ବାଇରେ ବି ହାଇ ଆଲର୍ଟ ଜାରି କରାଯାଇଛି । 

ଆହୁରି ପଢନ୍ତୁ- Delhi Car Blast: ଲାଲକିଲ୍ଲା ବିସ୍ଫୋରଣ ଘଟଣା: ୮ ଜଣଙ୍କ ଜୀବନ ଗଲା, ୨୪ ଆହତ

ପୂରା ଅଞ୍ଚଳକୁ ସିଲ୍ 

ତେବେ ଆଜି ସଞ୍ଜରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ପାର୍କିଂରେ ଛିଡା ହୋଇଥିବା ଏକ କାରରେ ବିସ୍ଫୋରଣ ହୋଇଥିଲା । ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା ଯେ ପାର୍କିଂରେ ଛିଡା ହୋଇଥିବା ଅନ୍ୟ ଅନେକ ଗାଡ଼ି ଜଳି ଯାଇଛି । ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣାସ୍ଥଳରେ ହଞ୍ଚିଥିଲା । ବିସ୍ଫୋରଣ କେମିତି ହେଲା ଏନେଇ ସ୍ପଷ୍ଟ ହୋଇନଥିବାବେଳେ ତଦନ୍ତ କରାଯାଉଛି । ପୁଲିସ ପୂରା ଅଞ୍ଚଳକୁ ସିଲ୍ କରି ତନାଘନା କରୁଛି । ଆଖପାଖ ଅଞ୍ଚଳର ସିସି ଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି । ଏହାସହ ଫୋରେନସିକ୍ ଦଳ ମଧ୍ୟ ପହଞ୍ଚୁଛି ।

ଆହୁରି ପଢନ୍ତୁ- Explosion Near Red fort: ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣ, ଘଟଣାସ୍ଥଳରେ ପହଞ୍ଚିଲା ୫ ଦମକଳ ଗାଡ଼ି