ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୧ ନିକଟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏକ ଗାଡିରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ୨୪ ଲୋକ ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ୫ରୁ ଅଧିକ ଦମକଳ ଗାଡି ପହଞ୍ଚିଛି। ବିସ୍ଫୋରଣ ପରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଲାଲକିଲ୍ଲାର ଗେଟ ନମ୍ବର ୧ ନିକଟରେ ଏହି ବିସ୍ଫୋରଣ ଘଟିଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି।
ଦିଲ୍ଲୀ ପୁଲିସର ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଛି। ଲାଲକିଲ୍ଲା ନିକଟରେ ପ୍ରବଳ ଭିଡ଼ ଜମା ହୋଇଛନ୍ତି। ଲାଲକିଲ୍ଲା ନିକଟରେ ଥିବା ବଡ଼ ବଜାର, ଚାନ୍ଦନୀ ଚୌକରେ ପ୍ରତିଦିନ ହଜାର ହଜାର ଲୋକଙ୍କର ସମାଗମ ହୋଇଥାଏ। ଏଭଳି ଜନବହୁଳ ଅଞ୍ଚଳରେ ବଡ଼ ଧରଣର ବିସ୍ଫୋରଣ ଘଟିଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।
#WATCH | Delhi: Delhi Police Commissioner Satish Golcha says, "Today at around 6.52 pm, a slow-moving vehicle stopped at the red light. An explosion happened in that vehicle, and due to the explosion, nearby vehicles were also damaged. All agencies, FSL, NIA, are here... Some… pic.twitter.com/uIt7NRziur
— ANI (@ANI) November 10, 2025
ଆହରୁ ପଢ଼ନ୍ତୁ:Explosion Near Red fort: ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣ, ଘଟଣାସ୍ଥଳରେ ପହଞ୍ଚିଲା ୫ ଦମକଳ ଗାଡ଼ି
ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି ଯେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୧ ନିକଟରେ ଏକ କାର୍ରେ ବିସ୍ଫୋରଣ ହୋଇଥିବା ରିପୋର୍ଟ ଆସିଥିଲା, ଏହା ପରେ ତିନିରୁ ଚାରୋଟି ଗାଡ଼ିରେ ମଧ୍ୟ ନିଆଁ ଲାଗିଯାଇଥିଲା।
#WATCH | Delhi: Blast near Red Fort | Kishor Prasad, DIG CRPF reaches the spot.
— ANI (@ANI) November 10, 2025
He says, "It is too early to say anything. I am just going to the site..." pic.twitter.com/JCpKlWZqu5
ଭୟଙ୍କର ବିସ୍ଫୋରଣ
ବିସ୍ଫୋରଣ ନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହା ନିକଟବର୍ତ୍ତୀ ଘରଗୁଡ଼ିକୁ ଥରାଇ ଦେଇଥିଲା। ଏହା ବ୍ୟତୀତ, ଘଟଣାସ୍ଥଳ ପାଖରେ ଥିବା ଦୋକାନଗୁଡ଼ିକର ଝରକା ଭାଙ୍ଗି ଯାଇଥିଲା। ଲୋକମାନେ ଭୟଭୀତ ହୋଇଯାଇଥିଲେ। ଆମେ କିଛି ବୁଝିବା ପୂର୍ବରୁ, ବିସ୍ଫୋରଣ ହୋଇଥିବା କାର ଏବଂ ରାସ୍ତାରେ ଥିବା କାରଗୁଡ଼ିକ ନିଆଁ ପିଣ୍ଡୁଳା ହୋଇଯାଇଥିଲା।
#WATCH | Delhi: Senior police officials at the spot following a blast near Gate No. 1 of Red Fort Metro Station
— ANI (@ANI) November 10, 2025
Multiple casualties have been brought to the LNJP hospital due to the blast near Gate No. 1 of Red Fort Metro Station. Several people have been injured in the… pic.twitter.com/FPpfsQfl70
ଆହରୁ ପଢ଼ନ୍ତୁ:Jawaharlal Nehru Stadium to Demolish: ଜବାହରଲାଲ ନେହେରୁ ଷ୍ଟାଡିୟମ ଭଙ୍ଗାଯିବ, ନିର୍ମାଣ ହେବ ସ୍ପୋର୍ଟ୍ସ ସିଟି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/11/10/redfort-blast-incident-8-people-lost-their-lives-2025-11-10-20-15-03.jpg)