Delhi Red Fort Explosion: ଧିରେ ଧିରେ ଆସି ଟ୍ରାଫିକରେ ଅଟକିଲା… ତାପରେ ବିରାଟ ବିସ୍ଫୋରଣ ଘଟିଲା, ହସ୍ପିଟାଲ ଅଭିମୁଖେ ଶାହ

କେମିତି ହେଲା ଦିଲ୍ଲୀରେ ବିସ୍ଫୋରଣ ? ଲାଲକିଲ୍ଲା ନିକଟରେ ବଡ଼ ବିସ୍ଫୋରଣ ପରେ ଦୋହଲିଗଲା ଦିଲ୍ଲୀ ? ତେବେ କେମିତି ଦିଲ୍ଲୀ ଛାତି ଉପରେ ଏତେ ବଡ଼ ବିସ୍ଫୋରଣ ହେଲା ସେନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ପୋଲିସ କମିଶନର

Delhi Red Fort LIVE Updates

Delhi Red Fort LIVE Updates Photograph: (sambad.in)

ନୂଆଦିଲ୍ଲୀ: କେମିତି ହେଲା ଦିଲ୍ଲୀରେ ବିସ୍ଫୋରଣ ? ଲାଲକିଲ୍ଲା ନିକଟରେ ବଡ଼ ବିସ୍ଫୋରଣ ପରେ ଦୋହଲିଗଲା ଦିଲ୍ଲୀ ? ତେବେ କେମିତି ଦିଲ୍ଲୀ ଛାତି ଉପରେ ଏତେ ବଡ଼ ବିସ୍ଫୋରଣ ହେଲା ସେନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ପୋଲିସ କମିଶନର । ସେ କହିଛନ୍ତି- ଆଜି ସନ୍ଧ୍ୟା ପ୍ରାୟ ୬.୫୨ ମିନିଟରେ ଏକ ଧୀର ଗତିରେ ଯାଉଥିବା ଗାଡି ରେଡ୍ ଲାଇଟରେ ଅଟକିଥିଲା। ସେହି ଗାଡିରେ ହିଁ ବଡ଼ ବିସ୍ଫୋରଣ ହୋଇଥିଲା ଏବଂ ବିସ୍ଫୋରଣର ମାତ୍ର ଏତେ ଅଧିକ ଥିଲା ଯେ ତାହା ଯୋଗୁଁ ନିକଟରେ ଥିବା ଗାଡିଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। 

ବିସ୍ଫୋରଣରେ ୧୦ ମୃତ

ତେବେ ବିସ୍ଫୋରଣରେ ଏବେ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ୨୪ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କୁହାଯାଉଛି ବିସ୍ଫୋରଣ ହୋଇଥିବା ଗାଡ଼ର ନମ୍ବର ହରିଆଣାର ବୋଲି । ତେବେ ଘଟଣାସ୍ଥଳକୁ ଏବଂ ହସ୍ପିଟାଲକୁ ଗୃହମନ୍ତ୍ରୀ ଅମିତ ଶାହା ଯାଉଛନ୍ତି । 

ଆହୁରି ପଢନ୍ତୁ- Delhi Red Fort Explosion: ଭୟଙ୍କର ବିସ୍ଫୋରଣ ପରେ ଦିଲ୍ଲୀ-ମୁମ୍ବାଇରେ ହାଇଆଲର୍ଟ ଜାରି, ସିଲ୍ ହେଲା ପୂରା ଅଞ୍ଚଳ...

ସେପଟେ ସମସ୍ତ ଏଜେନ୍ସି, ସେଠାରେ ଅଛନ୍ତି । ପରିସ୍ଥିତି ଉପରେ ନଜର ରଖାଯାଇଛି। ଘଟଣା ପରେ ଦିଲ୍ଲୀ, ମୁମ୍ବାଇ, ହରିୟାଣା, ଉତ୍ତରପ୍ରଦେଶ ଏବଂ ପୁରୀରେ ହାଇଆଲର୍ଟ ଜାରି କରାଯାଇଛି । ଦିଲ୍ଲୀ ଏନସିଆରକୁ ଯୋଡୁଥିବା ରାସ୍ତା ସିଲ୍ କରାଯାଇଛି । 

ଆହୁରି ପଢନ୍ତୁ- Delhi Red Fort Explosion: ଭୟଙ୍କର ବିସ୍ଫୋରଣ ପରେ ଦିଲ୍ଲୀ-ମୁମ୍ବାଇରେ ହାଇଆଲର୍ଟ ଜାରି, ସିଲ୍ ହେଲା ପୂରା ଅଞ୍ଚଳ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe