R-Day: ଦିଲ୍ଲୀକୁ ଟା‌ର୍ଗେଟ କରିପାରିନ୍ତି ଖଲିସ୍ତାନୀ, ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ

Advertisment

ସାଧାରଣତନ୍ତ୍ର ଦିବସ ପାଖେଇ ଆସୁଥିବାବେଳେ ରାଜଧାନୀ ଦିଲ୍ଲୀ ପ୍ରତି ଆତଙ୍କବାଦୀ ଆକ୍ରମଣ ଆଶଙ୍କା ବୃଦ୍ଧି ପାଇଛି। ୨୬ ଜାନୁଆରି ପୂର୍ବରୁ ଖଲିସ୍ତାନୀ ଆତଙ୍କବାଦୀ ଓ ବାଂଲାଦେଶରେ ଥିବା ଆତଙ୍କବାଦୀ ସଙ୍ଗଠନ ଦିଲ୍ଲୀ ସମେତ ଅନ୍ୟ କେତେକ ସହରକୁ ଟାର୍ଗେଟ କରିପାରନ୍ତି...

ସାଧାରଣତନ୍ତ୍ର ଦିବସ ପାଖେଇ ଆସୁଥିବାବେଳେ ରାଜଧାନୀ ଦିଲ୍ଲୀ ପ୍ରତି ଆତଙ୍କବାଦୀ ଆକ୍ରମଣ ଆଶଙ୍କା ବୃଦ୍ଧି ପାଇଛି। ୨୬ ଜାନୁଆରି ପୂର୍ବରୁ ଖଲିସ୍ତାନୀ ଆତଙ୍କବାଦୀ ଓ ବାଂଲାଦେଶରେ ଥିବା ଆତଙ୍କବାଦୀ ସଙ୍ଗଠନ ଦିଲ୍ଲୀ ସମେତ ଅନ୍ୟ କେତେକ ସହରକୁ ଟାର୍ଗେଟ କରିପାରନ୍ତି...

17bbs_30_17012026_112

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପାଖେଇ ଆସୁଥିବାବେଳେ ରାଜଧାନୀ ଦିଲ୍ଲୀ ପ୍ରତି ଆତଙ୍କବାଦୀ ଆକ୍ରମଣ ଆଶଙ୍କା ବୃଦ୍ଧି ପାଇଛି। ୨୬ ଜାନୁଆରି ପୂର୍ବରୁ ଖଲିସ୍ତାନୀ ଆତଙ୍କବାଦୀ ଓ ବାଂଲାଦେଶରେ ଥିବା ଆତଙ୍କବାଦୀ ସଙ୍ଗଠନ ଦିଲ୍ଲୀ ସମେତ ଅନ୍ୟ କେତେକ ସହରକୁ ଟାର୍ଗେଟ କରିପାରନ୍ତି ବୋଲି ଶନିବାର ଗୁଇନ୍ଦା ସଂସ୍ଥାପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ସୂତ୍ର ଅନୁଯାୟୀ, ପଞ୍ଜାବରେ ଗ୍ୟାଙ୍ଗଷ୍ଟରଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଛି।

ଏହି ଗ୍ୟାଙ୍ଗଷ୍ଟରମାନେ ଖଲିସ୍ତାନୀ ଏବଂ ବିଦେଶରୁ କାର୍ଯ୍ୟ କରୁଥିବା ମୌଳବାଦୀ ହ୍ୟାଣ୍ଡଲରଙ୍କ ହାତରେ ମୋହରା ସାଜି ସେମାନଙ୍କ ପଦାତିକ ବାହିନୀ ପରି କାମ କରୁଛନ୍ତି। ବିଦେଶୀ ହ୍ୟାଣ୍ଡଲରମାନେ ସେମାନଙ୍କର ଏଜେଣ୍ଡାକୁ ଆଗକୁ ବଢାଇବା ଏବଂ ଆଭ୍ୟନ୍ତରୀଣ ସୁରକ୍ଷାକୁ ବାଧା ଦେବା ପାଇଁ ଅପରାଧିକ ନେଟୱାର୍କ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ, ଗ୍ୟାଙ୍ଗଷ୍ଟରମାନେ ହରିୟାଣା, ଦିଲ୍ଲୀ-ଏନ୍‌ସିଆର୍‌, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରେ ସକ୍ରିୟ ଅଛନ୍ତି। ସେମାନେ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ସମ୍ପର୍କ ସ୍ଥାପନ କରୁଛନ୍ତି।

ଆହୁରି ପଢ଼ନ୍ତୁ: Modi Inagurate Sleeper Vande Bharat: ହାୱଡାରୁ କାମାକ୍ଷା ଲାଗିବ ୧୪ ଘଣ୍ଟା: ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

କର୍ତ୍ତବ୍ୟ ପଥରେ ୩୦ରୁ ଅଧିକ ପ୍ରଜ୍ଞାପନ ମେଢ଼!

ସାଧାରଣତନ୍ତ୍ର ଦିବସ ପରେଡ ପୂର୍ବରୁ ଦିଲ୍ଲୀରେ ନର୍ଥ ଡିଷ୍ଟ୍ରିକ୍ଟ ପୁଲିସ୍‌ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ମକ୍‌ଡ୍ରିଲ କରି ବିଭିନ୍ନ ସୁରକ୍ଷା ଏଜେନ୍ସିଙ୍କ ପ୍ରସ୍ତୁତି ଯାଞ୍ଚ କରିଛି। ଉତ୍ତର ଦିଲ୍ଲୀର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନ ତଥା ଐତିହାସିକ ସ୍ଥାନ, ବଡ଼ ବଡ଼ ବଜାର ଓ ପରିବହନ ପେଣ୍ଠସ୍ଥଳୀଠାରେ ଜାନୁଆରି ମାସର ପ୍ରଥମ ୧୫ ଦିନରେ ୪ ଥର ମକ୍‌ଡ୍ରିଲ କରାଯାଇଛି। ଏଥିରେ ଲାଲକିଲ୍ଲା, ଆଇଏସ୍‌ବିଟି କାଶ୍ମୀର ଗେଟ୍‌, ଚାନ୍ଦିନୀ ଚୌକ, ଖାରି ବାଓଲି, ସଦର ବାଜାର ଓ ମେଟ୍ରୋ ଷ୍ଟେସନ ରହିଛି। ସୁରକ୍ଷା ଦୃଷ୍ଟିକୋଣରୁ ଏହିସବୁ ସ୍ଥାନ ଅତି ଗୁରୁତ୍ବପୂର୍ଣ୍ଣ ରହିଛି। ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା କରିବାକୁ ଲକ୍ଷ୍ୟ କରି ଏହି ଡ୍ରିଲ କରାଯାଇଥିଲା। ସାଧାରଣ ଲୋକ ତଥା ଏଜେନ୍ସିଗୁଡ଼ିକ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମୟରେ କିପରି ସତର୍କ ରହିବେ ସେ ନେଇ ଡ୍ରିଲ କରାଯାଇଥିଲା। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ କର୍ତ୍ତବ୍ୟ ପଥରେ ୩୦ରୁ ଅଧିକ ପ୍ରଜ୍ଞାପନ ମେଢ଼ ସାମିଲ ହୋଇପାରେ। ଏଥର ପ୍ରଜ୍ଞାପନ ମେଢ ‘ସ୍ବତନ୍ତ୍ରତା କା ମନ୍ତ୍ର- ବନ୍ଦେ ମାତରଂ’ ଓ ସମୃଦ୍ଧି କା ମନ୍ତ୍ର- ଆତ୍ମନିର୍ଭର ଭାରତ’ ବିଶଷୟବସ୍ତୁ ଉପରେ ଆଧାରିତ ହେବ।

ଆହୁରି ପଢ଼ନ୍ତୁ: Cricket: ଭାରତୀୟ ହୋଇଥିବାରୁ ଆଇସିସି ଅଧିକାରୀଙ୍କୁ ଭିସା ଦେବାକୁ ମନା କଲା ବାଂଲାଦେଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe