Delhi Terrorist Attack: ଲାଲକିଲ୍ଲା ନିକଟରେ ଆକ୍ରମଣ ପୂର୍ବରୁ ମସଜିଦ୍ ଯାଇଥିଲା ମୁଖ୍ୟ ସନ୍ଦିଗ୍ଧ ଡାକ୍ତର ଉମର ନବି… ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ

ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ଲୋମଟାଙ୍କୁରା ସତ । ଆତଙ୍କୀ ହମଲାର ମୁଖ୍ୟ ସନ୍ଦିଗ୍ଧ ଡାକ୍ତର ଉମର ନବିକୁ ନେଇ ଆସିଲା ବଡ଼ ଖବର । ଲାଲକିଲ୍ଲାରେ ବିସ୍ଫୋରଣ ପୂର୍ବରୁ ସନ୍ଦିଗ୍ଧ ଯାଇଥିଲା ମସଜିଦ

Faiz Elahi Mosque

Faiz Elahi Mosque Photograph: (sambad.in)

ନୂଆଦିଲ୍ଲୀ: ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ଲୋମଟାଙ୍କୁରା ସତ । ଆତଙ୍କୀ ହମଲାର ମୁଖ୍ୟ ସନ୍ଦିଗ୍ଧ ଡାକ୍ତର ଉମର ନବିକୁ ନେଇ ଆସିଲା ବଡ଼ ଖବର । ଲାଲକିଲ୍ଲାରେ ବିସ୍ଫୋରଣ ପୂର୍ବରୁ ସନ୍ଦିଗ୍ଧ ଯାଇଥିଲା ମସଜିଦ । ଆଉ ସେଠାରୁ ଫେରି ସେ ଦିଲ୍ଲୀ ଛାତି ଉପରେ ଆତଙ୍କ ରଚିଥିଲା । ବିସ୍ଫୋରଣ କରି ଜୀବନ ଉଡାଇ ଦେଇଥିଲା । 

Dr Umar Nabi
Dr Umar Nabi Photograph: (sambad.in)

ମସଜିଦରୁ ଫେରି ମୁଣ୍ଡନେଲା

ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପୂର୍ବରୁ ବିସ୍ଫୋରକ ଭର୍ତ୍ତି ହୋଇଥିବା କାରକୁ ଡାକ୍ତର ଉମର ନବି ସହର ସାରା ଧରି ବୁଲୁଥିବା ବେଳେ ବିସ୍ଫୋରଣ ପୂର୍ବରୁ ୧୫ ମିନିଟ୍ ପାଇଁ ପୁରୁଣା ଦିଲ୍ଲୀର ଏକ ମସଜିଦକୁ ଯାଇଥିଲା । ରାମଲୀଳା ମଇଦାନ ନିକଟ ଆସଫ ଅଲି ରୋଡରେ ଥିବା ଏକ ମସଜିଦରେ ରହିଥିଲା । ମସଜିଦ ଛାଡିବା ପରେ, ଅଭିଯୁକ୍ତ ସିଧା ସୁନେହରି ମସଜିଦ ପାର୍କିଂ ଲଟ୍ କୁ ଯାଇଥିଲା । ସେ ଅପରାହ୍ନ ପ୍ରାୟ ୩ଟା ୧୯ରେ ପାର୍କିଂ ଲଟ୍ ରେ ତାର କାର ପାର୍କିଂ କରିଥିଲା ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ତେବେ ଦିଲ୍ଲୀ ପୋଲିସ ସୂତ୍ର ଅନୁଯାୟୀ, ଜମ୍ମୁ ଏବଂ କାଶ୍ମୀରର ପୁଲୱାମାର ବାସିନ୍ଦା ଡାକ୍ତର ଉମର ବିସ୍ଫୋରଣ ଦିନ ମସଜିଦ ପରିଦର୍ଶନ କରି ସେଠାରେ ପ୍ରାୟ ୧୫ ମିନିଟ୍ ବିତାଇଥିଲା । ପରେ ସମୟ ଗଡ଼ିବା ପରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର 1 ନିକଟରେ ଧୀର ଗତିରେ ଚାଲୁଥିବା ହୁଣ୍ଡାଇ i20 ଭିଡ଼ ଭିତରେ ଭୟଙ୍କର ଭାବେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ତାସହ ଅନେକ ଯାନବାହନ ପୋଡ଼ି ଯାଇଥିଲା।

ଅଧିକ ପଢନ୍ତୁ- Delhi Blast, Heinous Terrorist Attack: ଦିଲ୍ଲୀ ବିସ୍ଫୋରଣକୁ ‘ଜଘନ୍ୟ ଆତଙ୍କୀ ଆକ୍ରମଣ’ କହିଲା କେନ୍ଦ୍ର… ଏହା କାପୁରୁଷତାର ପରିଚୟ, କାହାକୁ ଛଡ଼ାଯିବନି...

heinous terrorist attack
heinous terrorist attack Photograph: (india today)

ବିସ୍ଫୋରଣ ନୁହେଁ ଏହା ଥିଲା ଆତଙ୍କୀ ଆକ୍ରମଣ

ସେପଟେ ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି ମାନିଲା କେନ୍ଦ୍ର କ୍ୟାବିନେଟ୍ । ଏହା ସାଧାରଣ ହମଲା ନଥିଲା ବରଂ ଏକ ଜଘନ୍ୟ ଆତଙ୍କୀ ହମଲା ବୋଲି କହିଲା କେନ୍ଦ୍ର । ଗତ ବୁଧବାର ଦିନ ୧୦ ତାରିଖ ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିରାଟ ବିସ୍ଫୋରଣ ଘଟଣାକୁ କେନ୍ଦ୍ର କ୍ୟାବିନେଟ୍ ନିନ୍ଦା କରିବା ସହ ଏହାକୁ ଏକ ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରିଛି । ଏ ଦିଗରେ ତ୍ବରିତ ତଦନ୍ତ ପାଇଁ କେନ୍ଦ୍ର କ୍ୟାବିନେଟର ନିର୍ଦ୍ଦେଶ ଦେବା ସହ ଦୋଷୀ ଓ ସହଯୋଗୀଙ୍କୁ ଶୀଘ୍ର ଚିହ୍ନଟ କରାଯିବ ଏବଂ ବିଳମ୍ବ ନକରି ଦୋଷୀଙ୍କ ବିରୋଧରେ କଡ଼ା ଆକ୍ସନ ହେବ । ଆତଙ୍କବାଦକୁ ବରଦାସ୍ତ କରାଯିବନି । ଆତଙ୍କବାଦ ପ୍ରତି ଶୂନ୍ୟସହନଶୀଳତା ବୋଲି କେନ୍ଦ୍ର କହିଛି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ଦିଲ୍ଲୀ ହମଲାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । କ୍ୟାବିନେଟ୍ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛି । ପୀଡିତମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିଥିବା ଡାକ୍ତରୀ କର୍ମଚାରୀ ଏବଂ ଜରୁରୀକାଳୀନ ବ୍ୟବସ୍ଥାକୁ ପ୍ରଶଂସା କରାଯାଇଛି । 

ଅଧିକ ପଢନ୍ତୁ- Delhi Red Fort Blast, Odisha Link: ଦିଲ୍ଲୀ ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍ ! ଜେରା ବେଳେ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ...!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe