ନୂଆଦିଲ୍ଲୀ: ଦିଲ୍ଲୀର ତିମାରପୁର ଅଞ୍ଚଳରେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ରାମକେଶ ମୀନାଙ୍କ ହତ୍ୟା ମାମଲାର ତଦନ୍ତ ଚାଲିଥିବା ବେଳେ ପୁଲିସ ହାତରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି।

Advertisment

ମୃତଦେହ ମିଳିବା ପରେ ପୁଲିସ ରାମକେଶ ମୀନା ରହୁଥିବା ଘରକୁ ଜବତ କରି ଦେଇଥିଲା।  ତଦନ୍ତ ସମୟରେ ପୁଲିସ ରାମକେଶ ରହୁଥିବା ଘରୁ ଏକ ହାର୍ଡ ଡ୍ରାଇଭ୍ ପାଇଥିଲା। ଯାହାକୁ ଯାଞ୍ଚ ପାଇଁ ପଠାଇ ଦେଇଥିଲା ।  ଯାଞ୍ଚ ସମୟରେ ଜବତ ଏହି ହାର୍ଡ ଡ୍ରାଇଭରେ ପ୍ରାୟ ୧୫ ଜଣ ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଥିବା ଦେଖିବାକୁ ମିଳିଛି। ପୁଲିସ ଉକ୍ତ ହାର୍ଡ ଡ୍ରାଇଭକୁ ଫରେନସିକ୍ ପରୀକ୍ଷା ପାଇଁ ପଠାଇ ଦେଇଛି।

ଜବତ ହାର୍ଡ ଡ୍ରାଇଭରୁ ମିଳିିଛି ପ୍ରାୟ ୧୫ ଜଣ ମହିଳାଙ୍କ ଅଶ୍ଳୀଳ

ରାମକେଶ ମୀନାଙ୍କ ହତ୍ୟା ଘଟଣାରେ ଗିରଫ ଲିଭ-ଇନ୍ ପାର୍ଟନର ଅମୃତା ସିଂହ ଚୌହାନ ପଚରାଉଚରା ସମୟରେ ପୁଲିସକୁ କହିଥିଲେ, ‘ ରାମକେଶଙ୍କ ପାଖରେ ତାଙ୍କର କିଛି ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ଥିଲା, ଯାହା ତାଙ୍କ ଅନୁମତି ବିନା ନିଆଯାଇଥିଲା। 

ଅଧିକପଢ଼ନ୍ତୁ:ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଘୂର୍ଣ୍ଣିବାତ୍ୟାର ରୂପ ନେଲା 'ମେଲିସା', ଜମାଇକାରେ ରଚିବ ତାଣ୍ଡବ

ଅନେକଥର ଅନୁରୋଧ ସତ୍ତ୍ୱେ ରାମକେଶ ଉକ୍ତ ଭିଡିଓ ଓ ଫଟୋଗୁଡ଼ିକୁ ଡିଲିଟ୍ କରୁ ନଥିଲେ। ଏହାପରେ ତାଙ୍କର ରାଗଚରମ ସୀମାରେ ପହଞ୍ଚିଯିବାରୁ ସେ ତାଙ୍କ ପୂର୍ବତନ ପ୍ରେମିକଙ୍କ ସହ ମିଛି ରାମକେଶଙ୍କ ହତ୍ୟା କରିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ରାମକେଶ ମୀନାଙ୍କ ଜବତ ହୋଇଥିବା ହାର୍ଡ ଡ୍ରାଇଭରୁ ମିଳିଥିବା ଭିଡିଓଗୁଡ଼ିକ ମହିଳାଙ୍କ ସମ୍ମତିରେ ତିଆରି କରାଯାଇଥିଲା ନା ସେମାନେ ଏ ବିଷୟରେ ଅଜ୍ଞ ସେନେଇ ତଦନ୍ତ ଚାଲିଛି।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୬ ତାରିଖରେ ଦିଲ୍ଲୀର ତିମାରପୁର ଅଞ୍ଚଳରେ ଥିବା ଏକ କୋଠାରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ରାମକେଶ ମୀନାଙ୍କ ମୃତଦେହ ଜବତ କରିଥିଲେ।

ଅଧିକପଢ଼ନ୍ତୁ:ବାତ୍ୟା ‘ମୋନ୍ଥା’ ପ୍ରଭାବ: ଲଗାଣ ବର୍ଷା ଫଳରେ ଗଛ ପଡ଼ିଲା, ଘର ଭାଙ୍ଗିଲା, ତୁରନ୍ତ ସହାୟତା ଯୋଗାଇଲା ପ୍ରଶାସନ

ଅଗ୍ନିକାଣ୍ଡ ନୁହେଁ ଯୋଜନାବଦ୍ଧ ହତ୍ୟାକାଣ୍ଡ

ପ୍ରାରମ୍ଭିକ ତଦନ୍ତରୁ ସନ୍ଦେହ ହୋଇଥିଲା ଯେ ସିଲିଣ୍ଡର କିମ୍ବା ଏସି ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଥିଲା, ଯାହା ଫଳରେ ରାମକେଶ ମୀନାଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଲିଭଇନ ପାର୍ଟନର ହିଁ ରାମକେଶ ମୀନାଙ୍କ ହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା। 

UPSC murder delhi