upsc student murder case: ଲିଭ-ଇନ ପାର୍ଟନରଙ୍କୁ ହତ୍ୟା:  ଦୁର୍ଘଟଣାଜନିତ ଅଗ୍ନିକାଣ୍ଡ ନୁହେଁ ଥିଲା ଯୋଜନାବଦ୍ଧ ହତ୍ୟାକାଣ୍ଡ

ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ରାମକେଶ ମିଣାଙ୍କ ହତ୍ୟା ରହସ୍ୟ ଉପରୁ ଉଠିଲା ପର୍ଦ୍ଦା। ଯୋଜନା ବଦ୍ଧ ଭାବେ ପ୍ରେମିକା ତାର ପୂର୍ବତନ ପ୍ରେମିକ ଓ କିଛି ସାଥୀମାନଙ୍କ ସହ ମିଶି କରିଛି ହତ୍ୟା।

Untitled-10

delhi-upsc-student-murder-case Photograph: (sambad.in)

ନୂଆଦିଲ୍ଲୀ: ଦିଲ୍ଲୀର ଗାନ୍ଧୀ ବିହାର ଅଞ୍ଚଳରେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ରାମକେଶ ମିଣାଙ୍କ ହତ୍ୟା ରହସ୍ୟ ଘେରରେ ଥିବା ବେଳେ ସମ୍ପ୍ରତି ଏହା ଉପରୁ ପର୍ଦ୍ଦା ଉଠି ଯାଇଛି।  ରାମକେଶଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ତାଙ୍କ ଲିଭ-ଇନ ପାର୍ଟନରଙ୍କ ସମେତ ଦୁଇଜଣ ସାଥୀଙ୍କୁ ଗିରଫ କରାଯାଇଛି। ଗିରଫ ତିନିଜଣଙ୍କ ନାମ ଅମୃତା ଚୌହ୍ବାନ (୨୧), ସୁମିତ କଶ୍ୟପ (୨୭) ଓ ସନ୍ଦୀପ କୁମାର (୨୯) ଥିବା ଜଣାପଡ଼ିଛି। ଏମାନେ ସମସ୍ତେ ମୁରାଦାବାଦର ବାସିନ୍ଦା ଥିବା ଉତ୍ତର ଦିଲ୍ଲୀର ଡିସିପି ରାଜା ବଣ୍ଟିଆ ସୂଚନା ଦେଇଛନ୍ତି।

ହତ୍ୟା ପାଇଁ ଅନେକ କ୍ରାଇମ ସିରିଜ ଦେଖିଥିଲା ପ୍ରେମିକା

ଅମୃତା ଚୌହ୍ବାନ ଅଭିଯୋଗ କରି କହିଛନ୍ତି, ‘ମୃତକ ରାମକେଶ ମୋର ଅଶ୍ଳୀଳ ଫଟୋ ଓ ଭିଡିଓ କରି ଫୋନ ଓ ଲ୍ୟାପଟପରେ ରଖିଥିଲା। ମୁଁ ଏହାକୁ ଡିଲିଟ ପାିଇଁ କହିବାରୁ ରାମକେଶ ରୋକଠୋକ ମନା କରି ଦେଇଥିଲା। ରାଗରେ ମୁଁ ତାକୁ ହତ୍ୟା କରିବାକୁ ସ୍ଥିର କରିଥିଲି। ଏଥିପାଇଁ ଅନେକ କ୍ରାଇମ ସିରିଜ ମଧ୍ୟ ଦେଖିଥିଲି। ଏହି ସିରିଜ ଦେଖିବା ପରେ ରାମକେଶକୁ କିଭଳି ହତ୍ୟା କରିବାର ଅଛି ସେ ଉପାୟ ପାଇ ଯାଇଥିଲି।’

ଅଧିକପଢ଼ନ୍ତୁ:ଯାତ୍ରୀଙ୍କ ମନ ମୋହୁଛି "ବନ୍ଦେ ଭାରତ ସ୍ଲିପର" ର ପ୍ରଥମ ଝଲକ

ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର

ଅକ୍ଟୋବର ୬ ତାରିଖରେ ଗାନ୍ଧି ବିହାରର ଚତୁର୍ଥ ମହଲାରେ ନିଆଁ ଲାଗିବାର ସୂଚନା ମିଳିଥିଲା। ପ୍ରାରମ୍ଭିକ ସୂଚନାରେ ଏସି ବିସ୍ଫୋରଣ ହେତୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିଲା। ନିଆଁ ଲିଭାଇବାକୁ ଯାଇଥିବା ପୁଲିସ ଦଳ ଘର ଭିତରୁ ରାମକେଶଙ୍କ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର କରିଥିଲା। ସିସିଟିଭି ଯାଞ୍ଚରେ ଦୁଇଜଣ ବ୍ୟକ୍ତି ରାମକେଶଙ୍କ ଘର ଭିତରୁ ବାହାରୁଥିବା ଦେଖିବାକୁ ମିଳୁଥିଲା। ଯେମିତି ହିଁ ଦୁହେଁ ବାହାରି ଆସିଥିଲେ ବିସ୍ଫୋରଣ ହୋଇଥିବା ସିସିଟିଭିରେ ସ୍ପଷ୍ଟ ଭାବେ ନଜର ଆସିବା ଦେଖି ପୁଲିସ ତଦନ୍ତକୁ କଡ଼ାକଡ଼ା କରି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା।

ଲିଭ-ଇନ ପାର୍ଟନର ଗିରଫ

ପୁଲିସ ଯାଞ୍ଚ ଆରମ୍ଭ କରିବା ପରେ ଜାଣିବାକୁ ପାଇଥିଲା କି ରାମକେଶ ଜଣେ ମହିଳାଙ୍କ ସହିତ ଲିଭ-ଇନରେ ରହୁଥିଲେ। ମୋବାଇଲ ଲୋକେସନ ଟ୍ରାକ କରି ପୁଲିସ ରାମକେଶଙ୍କ ଲିଭ-ଇନ ପାର୍ଟନର ଅମୃତାଙ୍କୁ ଗିରଫ କରି ପଚରାଉଚରା କରିଥିଲା। ପଚରଉଚରା ସମୟରେ ପୁଲିସ ସମ୍ମୁଖରେ ଅମୃତା ନିଜ ଦୋଷ ସ୍ବୀକାର କରିଥିଲେ।

ଅଧିକପଢ଼ନ୍ତୁ:ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ୯୭ ଗର୍ଭବତୀ ମା’ ଗୃହକୁ ସ୍ଥାନାନ୍ତର

delhi UPSC Boys student murder 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe