ନୂଆଦିଲ୍ଲୀ: ଚଳିତ ବର୍ଷ ସାଉଦି ଆରବ ଭାରତୀୟଙ୍କୁ ନିର୍ବାସିତ କରାଇବାରେ ଆମେରିକାକୁ ପଛରେ ପକାଇ ପ୍ରଥମ ସ୍ଥାନରେ ପହଞ୍ଚିଛି। ଭାରତ ସରକାରଙ୍କ ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ସାଉଦି ଆରବରୁ ୩୩,୪୩୦ ଜଣ ଭାରତୀୟଙ୍କୁ ନିର୍ବାସିତ କରାଯାଇଛି, ଯାହା ଆମେରିକାରୁ ନିର୍ବାସିତ ହୋଇଥିବା ଭାରତୀୟଙ୍କ ସଂଖ୍ୟାଠାରୁ ଅଧିକ।

Advertisment

Operation Sindoor : ହଁ ! ଆମେ ଯୁଦ୍ଧବିରତି ପାଇଁ  ଭାରତକୁ ଅନୁରୋଧ କରିଥିଲୁ : ପାକ୍ ଉପ-ପ୍ରଧାନମନ୍ତ୍ରୀ

 ୩୩,୪୩୦ ଜଣ ଭାରତୀୟ ସାଉଦିରୁ ନିର୍ବାସିତ ହେଲେଣି
ଭିସା ଉଲ୍ଲଙ୍ଘନ ଓ ଅବୈଧ ରହଣି ମୁଖ୍ୟ କାରଣ

ସରକାରଙ୍କ ତଥ୍ୟ ଅନୁଯାୟୀ, ୨୦୨୫ରେ ସାଉଦି ଆରବରୁ ସର୍ବାଧିକ ଭାରତୀୟ ନିର୍ବାସିତ ହେବାର ମୁଖ୍ୟ କାରଣ ଭିସା ନିୟମ ଉଲ୍ଲଙ୍ଘନ, ଅବୈଧ ରହଣି ଓ କାର୍ଯ୍ୟ ଅନୁମତି ସମସ୍ୟା। ସାଉଦିର କଡ଼ା ଆପ୍ରବାସନ ନିୟମ ଓ ‘ସାଉଦିକରଣ’ ନୀତି ଯୋଗୁଁ ଅନେକ ଭାରତୀୟ ଶ୍ରମିକ ପ୍ରଭାବିତ ହୋଇଛନ୍ତି। ଆମେରିକାରୁ ନିର୍ବାସନ ସାଧାରଣତଃ ଅବୈଧ ପ୍ରବାସ ଓ ଭିସା ଉଲ୍ଲଂଘନ ଯୋଗୁଁ ହୋଇଥାଏ, କିନ୍ତୁ ଏବର୍ଷ ଆମେରିକା ତୁଳନାରେ ସାଉଦି ଅଧିକ କଡ଼ା ପଦକ୍ଷେପ ନେଇଛି।   ଯୁଏଇ, ମାଲେସିଆ ଓ କୁଏତ୍ ମଧ୍ୟ ଭାରତୀୟଙ୍କୁ ଚଳିତ ବର୍ଷ ଅଧିକ ସଂଖ୍ୟାରେ ନିର୍ବାସିତ କରିଛନ୍ତି।

Nimapara Mahotsav: ୨୫ତମ ନିମାପଡ଼ା ମହୋତ୍ସବ ଉଦଯାପିତ: ମନ ମୋହିଲା ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ଗୀତ, ମତୁଆଲା ହେଲେ ହଜାର ହଜାର ଦର୍ଶକ...

ସାଉଦି ଆରବରେ ପ୍ରାୟ ୨୬ ଲକ୍ଷରୁ ଅଧିକ ଭାରତୀୟ ରହୁଛନ୍ତି, ଯାହା ସେଠାରେ ସର୍ବବୃହତ ପ୍ରବାସୀ ସମୁଦାୟ। ଅନେକ ନିର୍ମାଣ, ସେବା ଓ ତୈଳ କ୍ଷେତ୍ରରେ କାମ କରନ୍ତି। ସାଉଦି ନିୟମ ଅନୁଯାୟୀ ଭିସା ମିଆଦ ପୂରଣ ହେଲେ ବା କମ୍ପାନି ସହ ସମସ୍ୟା ହେଲେ ନିର୍ବାସନ ହୋଇଥାଏ। ଭାରତ ସରକାର ଏହି ନିର୍ବାସିତମାନଙ୍କୁ ସହାୟତା ଦେବା ପାଇଁ ବିଶେଷ ବ୍ୟବସ୍ଥା କରିଛି ଏବଂ ସାଉଦି ସହ ଆଲୋଚନା ଜାରି ରଖିଛି। କିନ୍ତୁ ଏହି ବଢ଼ୁଥିବା ନିର୍ବାସନ ଭାରତୀୟ ଶ୍ରମିକଙ୍କ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।