Fact Check, Mamata Banerjee: ମାଆ କାଳୀଙ୍କ ପାଇଁ ଭୋଗ ପ୍ରସ୍ତୁତ କଲେ ମମତା, ଭାଇରାଲ ହେଲା ଭିଡିଓ… ୟୁଜର୍ସ କହିଲେ AIର କମାଲ୍

ମାଆ କାଳୀଙ୍କ ପାଇଁ ଭୋଗ ପ୍ରସ୍ତୁତ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଶ୍ୟାମାକାଳୀଙ୍କ ପାଇଁ ନିଜ ହାତରେ ନିଜ ବାସଭବନରେ ଦିଦି ଭୋଗ ରାନ୍ଧୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଭୋଗ ପ୍ରସ୍ତୁତିର ଫଟୋ ଏବଂ ଭିଡିଓ ଖୁବ୍ ଭାଇରାଲ ହେଉଛି । 

Mamata Banerjee cooked bhog

Mamata Banerjee cooked bhog Photograph: (tmc social media page)

କୋଲକାତା: ରୋଷେଇ କଲେ ମମତା ଦିଦି । ମାଆ କାଳୀଙ୍କ ପାଇଁ ଭୋଗ ପ୍ରସ୍ତୁତ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଶ୍ୟାମାକାଳୀଙ୍କ ପାଇଁ ନିଜ ହାତରେ ନିଜ ବାସଭବନରେ ଦିଦି ଭୋଗ ରାନ୍ଧୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଭୋଗ ପ୍ରସ୍ତୁତିର ଫଟୋ ଏବଂ ଭିଡିଓ ଖୁବ୍ ଭାଇରାଲ ହେଉଛି । 

ai
ai Photograph: (sacial media)

ଆହୁରି ପଢନ୍ତୁ-

Pakistan market conditions worse: ପାକିସ୍ତାନରେ ଟମାଟୋ କିଲୋ ୬୦୦ ଟଙ୍କା, ଅଦା କିଲୋ ୭୫୦ ଟଙ୍କା

ସତ ନା AI ଭିଡିଓ

ତେବେ ଦିଦିଙ୍କ ଏହି ଫଟୋ ଏବଂ ଭିଡିଓକୁ କେହି କେହି ଏଆଇ ଦ୍ବାରା ନିର୍ମିତ ବୋଲି କହୁଛନ୍ତି । କାରଣ ଭାଇରାଲ ହେଉଥିବା ଫଟୋରେ ପ୍ରଥମେ ଦିଦି ଯେଉଁ ଗ୍ୟାସରେ ରୋଷେଇ କରୁଛନ୍ତି ସେହି ଗ୍ୟାସ୍ ବନ୍ଦ ଅଛି ଏବଂ ଉକ୍ତ କଡେଇରେ ଭୋଗ ପୂର୍ଣ୍ଣ ରହିଛି । ମାତ୍ର ୬ ସେକେଣ୍ଡ ପରେ ଦେଖାଯାଉଥିବା ଦୃଶ୍ୟରେ ଗ୍ୟାସ୍ ଜଳୁଥିବା ବେଳେ କଡେଇରେ ଭୋଗ ଅଧା ଥିବା ଜଣାପଡୁଛି । ତେଣୁ ଏହାକୁ ଏଆଇ ଭିଡିଓ ବୋଲି କେହି କେହି କହୁଥିବା ବେଳେ ଦିଦି ନିଜେ ତାଙ୍କ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ।

ଖାଲି ଦିଦି ନୁହଁନ୍ତି ତୃଣମୂଳ କଂଗ୍ରେସର ଅଫିସିଆଲ ଫେସବୁକ ପେଜରେ ଫଟୋ ଏବଂ ଭିଡିଓ ଛଡା ଯାଇଛି ଯେଉଁଥିରେ ରୋଷେଇ ଘରେ ମମତା ବାନାର୍ଜୀ ମାଆ କାଳୀଙ୍କ ପାଇଁ ଭୋଗ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି ଏବଂ ମାଆଙ୍କ ପୂଜାରେ ସେ ନିଜକୁ ନିମଗ୍ନ କରିଛନ୍ତି ।

didi
didi Photograph: (tmc facebook page)

ଆହୁରି ପଢନ୍ତୁ-

Minor Girl Gang Rape: ଭୁବନେଶ୍ବରରେ ନାବାଳିକା ଗଣଦୁଷ୍କର୍ମ ମାମଲା: ତଦନ୍ତ ପାଇଁ ପହଞ୍ଚିଲେ ଝାଡ଼ଖଣ୍ଡର ଟିମ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe