Advertisment

Cuba is Now on Trump's target: ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟରେ କ୍ୟୁବା

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ପରେ ଇରାନକୁ ଟା‌ର୍ଗେଟ କରିଥିଲେ। ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଯୁଦ୍ଧ କରୁଥିବାବେଳେ ସମ୍ପୂର୍ଣ୍ଣ ପଶ୍ଚିମ ଏସିଆ ଅଶାନ୍ତ ହୋଇପଡ଼ିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ପରେ ଇରାନକୁ ଟା‌ର୍ଗେଟ କରିଥିଲେ। ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଯୁଦ୍ଧ କରୁଥିବାବେଳେ ସମ୍ପୂର୍ଣ୍ଣ ପଶ୍ଚିମ ଏସିଆ ଅଶାନ୍ତ ହୋଇପଡ଼ିଛି।

Cuba is Now on Trump's target

Cuba is Now on Trump's target

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ପରେ ଇରାନକୁ ଟା‌ର୍ଗେଟ କରିଥିଲେ। ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଯୁଦ୍ଧ କରୁଥିବାବେଳେ ସମ୍ପୂର୍ଣ୍ଣ ପଶ୍ଚିମ ଏସିଆ ଅଶାନ୍ତ ହୋଇପଡ଼ିଛି। ଦୁଇ ପକ୍ଷର ଘନ ଘନ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣରେ ମଧ୍ୟପ୍ରାଚ୍ୟ ଅସୁରକ୍ଷିତ ହୋଇପଡ଼ିଛି। ଏହି ମହାଯୁଦ୍ଧର ଭୟାବହତା ସାରା ବିଶ୍ବକୁ ତୈଳ ସଙ୍କଟ ଭିତରକୁ ଠେଲି ଦେଇଥିବାବେଳେ ଟ୍ରମ୍ପ ତାଙ୍କ ଆଗାମୀ ଟାର୍ଗେଟ ସମ୍ପର୍କରେ ସୂଚନା ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ତାଙ୍କ ପ୍ରଶାସନ ପ୍ରଥମେ ଇରାନ ବିରୋଧରେ ଯୁଦ୍ଧ ଶେଷ କରିବାକୁ ଲକ୍ଷ୍ୟ ରଖିଛି। ଏହାପରେ ତାଙ୍କ ଧ୍ୟାନ କ୍ୟୁବା ଆଡ଼େ ଯିବ। ତାଙ୍କ ବିଦେଶ ନୀତି ଇରାନ ସହିତ ଯୁଦ୍ଧ ଶେଷ ପରେ କ୍ୟୁବା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଅନୁମତି ଦେବ। ଅନ୍ୟପକ୍ଷରେ ଇରାନ ଯୁଦ୍ଧ ଶେଷ କରି ବୁଝାମଣା କରିବାକୁ ଚାହୁଥିବା ଟ୍ରମ୍ପ ଦାବି କରିଛନ୍ତି।

ଇରାନ ନେତା ଯୁଦ୍ଧ ସମାପ୍ତ କରିବାକୁ ଚାହୁଛନ୍ତି

ଟ୍ରମ୍ପ କହିଛନ୍ତି, ଇରାନ ନେତା ଯୁଦ୍ଧ ସମାପ୍ତ କରିବାକୁ ଚାହୁଛନ୍ତି। ସେମାନେ ଚୁକ୍ତି କରିବାକୁ ଫୋନ କରୁଛନ୍ତି, କିନ୍ତୁ ସେମାନେ ଏଥିରେ ଟିକେ ବିଳମ୍ବ କରିଦେଲେ। ଏହି ସମୟରେ ସେ ଇରାନର କୂଟନୀତିଜ୍ଞଙ୍କୁ ତାଙ୍କ ଦେଶର ରାଜନୈତିକ ଭବିଷ୍ୟତ ସଜାଡ଼ିବାକୁ କହିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଯେଉଁମାନେ ସହଯୋଗ କରିବେ ସେମାନେ ପ୍ରଚୁର ସମ୍ଭାବନା ସହିତ ଏକ ନୂତନ ଏବଂ ଉତ୍ତମ ଇରାନ ଗଠନ କରିବାରେ ଆମକୁ ସାହାଯ୍ୟ କରିପାରିବେ ଏବଂ ଚେତାବନୀ ଦେଇ କହିଛନ୍ତି ଯେ, ସଂଘର୍ଷ ଜାରି ରହିବା ଇରାନ ପାଇଁ ଗମ୍ଭୀର ପରିଣାମ ଆଣିପାରେ। ଟ୍ରମ୍ପ ଆହୁରି କହିଛନ୍ତି, ଇସ୍ରାଏଲ ସହିତ ମିଳିତ ଭାବେ ଆମେରିକା ଇରାନର ସାମରିକ କ୍ଷମତାକୁ ପୂରା ନଷ୍ଟ କରିପାରିଛି। ସେମାନଙ୍କର ବାୟୁସେନା ନାହିଁ କି ବାୟୁୂ ପ୍ରତିରକ୍ଷା ବ୍ୟବସ୍ଥା ନାହିଁ। ଇରାନ ନୌସେନା ପୂରାପୂରି କ୍ଷତିଗ୍ରସ୍ତ ହୋଇଛି। ଗତ ୩ ଦିନରେ ଏହାର ୨୪ ଜାହାଜ ନଷ୍ଟ ହୋଇଛି ବୋଲି ଟ୍ରମ୍ପ କହିଛନ୍ତି। ତେବେ ଯୁଦ୍ଧ ଯୋଗୁଁ ବିଶ୍ବ ତୈଳ ବଜାର ପ୍ରଭାବିତ ହୋଇ ନଥିବା ଆମେରିକା ରାଷ୍ଟ୍ରପତି କହିଛନ୍ତି। ତେବେ ଆମେରିକା ଏବେ ଇରାନ ସହିତ ଯୁଦ୍ଧ ଉପରେ ଏହାର ସମସ୍ତ ଧ୍ୟାନ କେନ୍ଦ୍ରିତ କରିଛି ବୋଲି ଟ୍ରମ୍ପ କହିଛନ୍ତି। ଏହାପରେ ତାଙ୍କ ଦୃଷ୍ଟି କ୍ୟୁବା ଆଡ଼କୁ ଯିବ ବୋଲି ଟ୍ରମ୍ପ ଧମକ ଦେଇ କହିଛନ୍ତି।

ଅନେକ କ୍ୟୁବା ଆମେରିକାନ୍‌ ସେଠାକୁ ଫେରିବାକୁ ଚାହୁଛନ୍ତି

ହ୍ବାଇଟ୍‌ ହାଉସରେ ଏକ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମ ଅବସରରେ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ହାଭାନା ୱାସିଂଟନ ସହିତ ଏକ ଚୁକ୍ତି କରିବାକୁ ବ୍ୟଗ୍ର ହେଉଛି। ସେ କହିଛନ୍ତି ଅନେକ କ୍ୟୁବା ଆମେରିକାନ୍‌ ସେଠାକୁ ଫେରିବାକୁ ଚାହୁଛନ୍ତି। ସୂଚନାଯୋଗ୍ୟ, କମ୍ୟୁନି‌ଷ୍ଟ ଦେଶ କ୍ୟୁବା ସହିତ ଆମେରିକାର ସମ୍ପର୍କ ସର୍ବଦା ଖରାପ ରହିଥାଏ। ତେବେ ଟ୍ରମ୍ପଙ୍କ ରାଷ୍ଟ୍ରପତି ଭାବେ ଦ୍ବିତୀୟ କାର୍ଯ୍ୟକାଳରେ ଦୁଇ ଦେଶର କୂଟନୈତିକ ସମ୍ପର୍କ ଅଧିକ ଖରାପ ହୋଇଥିଲା।

ଆହୁରି ପଢ଼ନ୍ତୁ: Saras Mela: ସରସ ସ୍ବଦେଶୀ ମେଳା: ବେପାର ନାହିଁ, ଚିନ୍ତାରେ ବ୍ୟବସାୟୀ... ସୁରକ୍ଷା ବ୍ୟବସ୍ଥା ଢ଼ିଲା, ଷ୍ଟଲରୁ ଚୋରି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe