ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାରର ମଜାଦାର ଭିଡିଓ ଭାଇରାଲ ହୁଏ, ଯାହାକୁ ଦେଖି ହସ ରୋକିବା କଷ୍ଟକର ହୋଇପଡ଼େ। ଏବେ ସେଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଶତ୍ରୁ ଦେଶ ପାକିସ୍ତାନର ଏହି ଭିଡିଓ ଭାରତରେ ଖୁବ ଭାଇରାଲ ହେଉଛି। ଭିଡିଓରେ ଏକ ଗଧ କିଭଳି ସଂସଦ ଭିତରେ ପଶି ସମସ୍ତଙ୍କ ଉପରେ ଆକ୍ରମଣ କରୁଛି, ତାହା ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ ହେବା ପରେ ଗଧଙ୍କ ସଂସଦ ଭିତରେ ଗଧ ପଶିଯାଇଥିବା ଲୋକେ କମେଣ୍ଟ କରିବା ଆରମ୍ଭ କରିଛନ୍ତି।

Advertisment

ଆଲୋଚନା ମଧ୍ୟରେ ପଶିଲା ଗଧ

ଭିଡିଓରେ ଦେଖାଯାଇଛି ‌ଯେ, ସଂସଦରେ ଜରୁରୀ ବିଲ୍‌କୁ ନେଇ ଆଲୋଚନା ଚାଲିଥିବା ବେଳେ ଗଧଟି ହଠାତ୍ ଭିତରକୁ ପଶିଯାଇଥିଲା, ଯାହା ଫଳରେ ସଦସ୍ୟମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ପରେ ହସିବାକୁ ଲାଗିଥିଲେ। ଗଧ ପଶିବା ଦେଖି ସୁରକ୍ଷା କର୍ମୀମାନେ ତୁରନ୍ତ ତାକୁ ବାହାର କରିବାକୁ ଦୌଡ଼ିଆସିଥିଲେ। କିନ୍ତୁ ଗଧ ବାହାରକୁ ବାହାରିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ଭିତରକୁ ପଶିଯାଇଥିଲା। ଏହି ସମୟରେ ସେ ଅନେକ ସାଂସଦକୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା। ସମଗ୍ର ଘଟଣାଟି କ୍ୟାମେରାରେ କଏଦ ହୋଇଥିବା ବେଳେ ଏବେ ଏହା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: IndiGo Crisis: ଇଣ୍ଡିଗୋ ପାଇଁ ଆଖିରେ ଲୁହ: ଅଖିଆ-ଅପିଆ ମଣିଷ, ଅସନ୍ତୋଷ-ଅପେକ୍ଷାରେ ବିତୁଛି ସମୟ…

ଗଧ ବି ନୂଆ ଆଇନକୁ ନେଇ କିଛି କହିବାକୁ ଆସିଛି: ସିନେଟ୍ 

ଗଧ ପଶିବା ଦେଖି ସିନେଟ୍ ୟୁସଫ୍ ରଜା ଗିଲାନୀ କହିଥିଲେ ଯେ, ନୂଆ ଆଇନ୍ ଉପରେ ପ୍ରାଣୀମାନେ ମଧ୍ୟ ମତ ରଖିବାକୁ ଚାହାନ୍ତି। ସେଥିପାଇଁ ଗଧଟି ଭିତରକୁ ଚାଲି ଆସିଲା। ଏହା ଶୁଣି ଉପସ୍ଥିତ ସାଂସଦମାନେ ହସିବାକୁ ଲାଗିଥିଲେ। ତେବେ ଏହି ଘଟଣା ପରେ ଗଧଟି କିଭଳି ସଂସଦ ଭିତରକୁ ପଶିଲା ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: Babri Masjid: ବାବ୍ରି ତିଆରି କରିବୁ...ଏଭଳି କହି ମୁଣ୍ଡରେ ଇଟା ଧରି ବାହାରିଛନ୍ତି ସଫୀକୁଲ ଇସ୍‌ଲାମ