Chain Accident: ବାଇକ ଚାଳକଙ୍କୁ ଧକ୍କା ଦେଇ ଘୋଷାଡ଼ି ନେଲେ କାର ଚାଳକ

Advertisment

ତାଣ୍ଡବ ରଚିଥିଲା କାର। ଏକ କ୍ରେଟା କାର ରୟାଲ ଏନଫିଲ୍ଡ ମୋଟରସାଇକେଲକୁ ଧକ୍କା ଦେଇ ଅଧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଦୁର୍ଘଟଣାରେ ବାଇକ ଚାଳକ ହୋଇଛନ୍ତି ଗୁରୁତର ଆହତ।

ତାଣ୍ଡବ ରଚିଥିଲା କାର। ଏକ କ୍ରେଟା କାର ରୟାଲ ଏନଫିଲ୍ଡ ମୋଟରସାଇକେଲକୁ ଧକ୍କା ଦେଇ ଅଧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଦୁର୍ଘଟଣାରେ ବାଇକ ଚାଳକ ହୋଇଛନ୍ତି ଗୁରୁତର ଆହତ।

a3703f95-05d8-418a-b528-2e763215aaad

drunken driving triggers chain accident in bengalurus Photograph: (@SAMBAD.IN)

ବେଙ୍ଗାଲୁରୁ: ବେଙ୍ଗାଲୁରୁ ରାସ୍ତାରେ ଡିସେମ୍ବର ୨୪ ତାରିଖରେ ଏକ କାର ତାଣ୍ଡବ ରଚିଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ କ୍ରେଟା କାର ରୟାଲ ଏନଫିଲ୍ଡ ମୋଟରସାଇକେଲକୁ ଧକ୍କା ଦେଇ ଅଧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଲୋକମାନେ ଉକ୍ତ ମଦ୍ୟପ କାର ଚାଳକଙ୍କୁ କାବୁ ପୁଲିସକୁ ହସ୍ତାନ୍ତର କରିଥିଲେ।

ଦୁର୍ଘଟଣା ଘଟାଇଥିବା କାର ଚାଳକଙ୍କୁ ନିସ୍ତୁକମାଡ଼

ବେଙ୍ଗାଲୁରୁ ପୁଲିସର ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୭:୧୫ ସମୟରେ ସୁମନହଲ୍ଲି ଫ୍ଲାଏଓଭରରୁ ନାଗରଭାବି ସର୍କଲ ଅଭିମୁଖେ ରୟାଲ ଏନଫିଲ୍ଡ ମୋଟରସାଇକେଲରେ ଯାତ୍ରା କରୁଥିବା ରୋହିତ ଏସ୍.ଙ୍କୁ ପଛରୁ ଏକ କ୍ରେଟା କାର ଚାଳକ ଧକ୍କା ଦେଇ ୫୦୦ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ଏହି ସମୟରେ କାର ତଳୁ ନିଆଁ ବି ବାହାରିଥିଲା। ଉକ୍ତ କାର ଚାଳକ ବାଇକ ସହିତ ଅନ୍ୟ ଗାଡ଼ିକୁ ମଧ୍ୟ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ସହିତ ବାଇକ୍ ଆରୋହୀ ରୋହିତ ଏସଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ତାଙ୍କ ଛାତି, ଗୋଡ ଏବଂ ହାତରେ ଗଭୀର ଭାବେ ଆଘାତ ଲାଗିଛି।

ଅଧିକପଢ଼ନ୍ତୁ: ଆସନ୍ତାକାଲିଠାରୁ ଓଡ଼ିଶା ଗସ୍ତରେ ଆସିବେ ସିଇସି

ଦୁର୍ଘଟଣାକୁ ନେଇ ପୁଲିସ ସୂତ୍ରରୁ ପ୍ରକାଶ, ଧକ୍କା ଦେବା କାରଟି ଅଟକିବା ପରେ ଚାଳକଙ୍କୁ ଲୋକେ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ। ଘଟଣା ଘଟାଇଥିବା ଚାଳକଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ୨୦୨୩ର ଧାରା ୨୮୧ ଏବଂ ୧୨୫(ଏ),  ମୋଟର ଯାନ ଆଇନର ଧାରା ୧୮୫, ଅପରାଧ ନମ୍ବର ୪୧୦/୨୦୨୫ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।

ଅଧିକପଢ଼ନ୍ତୁ: ଆଖି ତଳ କଳା ପଡ଼ୁଛି କି? ଆପଣାନ୍ତୁ କିଛି ଘରୋଇ ଉପାୟ....

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe