ନୂଆଦିଲ୍ଲୀ: ଦିଲ୍ଲୀର ବାହ୍ୟ ଜିଲ୍ଲାର ନାଙ୍ଗଲୋଇ-ନଜଫଗଡ଼ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଡିଟିସି ବସ୍ ପଥଚାରୀମାନଙ୍କୁ ଧକ୍କା ଦେଇଥିଲା। ଇ-ରିକ୍ସା ଓ ସ୍କୁଟର ଆରୋହୀଙ୍କ ସମେତ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ବସ୍ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ। ବସ୍‌ ପୋଡ଼ିବା ପରେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଶାନ୍ତ ହୋଇ ନଥିଲେ। ସେମାନେ ସେହି ବାଟ ଦେଇ ଯାଉଥିବା ଅନ୍ୟ କିଛି ବସ୍‌କୁ ଅଟକାଇ ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ।

Advertisment

ଅଧିକପଢ଼ନ୍ତୁ:ସ୍ପିଡ ବାଇକ ଧକ୍କାରେ ସରକାରୀ ଆୟୁର୍ବେଦିକ କଲେଜ ଛାତ୍ରୀଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ଉତ୍ତ୍ୟକ୍ତ ଲୋକମାନେ ତିନିରୁ ଚାରୋଟି ବସ୍‌ର ଝରକା ଭାଙ୍ଗି ଦେଇଥିଲେ, ଯାହା ଫଳରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସୂଚନା ପାଇବା ପରେ ଦିଲ୍ଲୀ ପୁଲିସର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି।

ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଛି ପୁଲିସ

ଦୁର୍ଘଟଣା ପାଇଁ ଦାୟୀ ବସ୍ ଡ୍ରାଇଭରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେବା ପରେ, ପରିସ୍ଥିତି ଧୀରେ ଧୀରେ ଶାନ୍ତ ହୋଇଥିଲା। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଅଧିକପଢ଼ନ୍ତୁ:ପ୍ରଭାବିତ କରିଛି ଗ୍ୟାସ୍ ମୂଲ୍ୟ ବୃଦ୍ଧି: ଭାରତୀୟଙ୍କ ଦୈନନ୍ଦିନ ଜୀବନ ବିପର୍ଯ୍ୟସ୍ତ