କୋଲକାତା: ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ପୀଡ଼ିତା ମେଡିକାଲରୁ ଡିସ୍‌ଚାର୍ଜ ହେବା ପରେ ପୁଲିସ୍ ସୁରକ୍ଷାରେ ଅଛନ୍ତି । ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଟିଆଇ ପରେଡ୍ ପରେ ସେ ଘରକୁ ଆସିବେ । ତେବେ ଇତିମଧ୍ଯରେ ପୀଡ଼ିତାଙ୍କ ବାପା ଓଡ଼ିଶା ଫେରି ଆସିଥିବା ବେଳେ ଝିଅର ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି । 

Advertisment

ଆହୁରି ପଢନ୍ତୁ-

Diwali record business 2025: ଦୀପାବଳିରେ ବଡ଼ ଧମାକା, ୬.୦୫ ଲକ୍ଷ କୋଟି ଟଙ୍କାର ସ୍ୱଦେଶୀ ଲହର କାରବାର ଚୀନ୍‌କୁ ଦେଲା ଝଟକା

ଗଣମାଧ୍ଯମକୁ ପ୍ରତିକ୍ରିୟା ଦେଇ କହିଛନ୍ତି-

ଓଡ଼ିଶାରେ ଡାକ୍ତରୀ ପାଠ ପଢ଼ିବାର ସୁଯୋଗ ନ ମିଳିଲେ ବାଧ୍ୟ ହୋଇ ଝିଅ ସେଇଠି ପଢ଼ିବ । ଆଗେ ସିଏ ଘରକୁ ଫେରିଆସୁ, ତାପରେ ସେ ବାବଦରେ ଭାବିବା । ଯଦି ରାଜ୍ୟ ସରକାରଙ୍କ ତରଫରୁ କିଛି ବ୍ୟବସ୍ଥା ହେଇପାରିଲା ତାହାଲେ ଭଲ କଥା ନହେଲେ ସେଇଠି ହିଁ ପଡିବାକୁ ପଡିବ । ଝିଅର ଜୀବନ ପ୍ରତି ବିପଦ ରହିଛି ସତ ତାପରେ ବି ତା କ୍ୟାରିୟର କଥା ବି ଦେଖିବାକୁ ପଡିବ ବୋଲି ସେ କହିଛନ୍ତି । ତେବେ ପୀଡିତାଙ୍କ ଓଡିଶା ଫେରିବା ନେଇ ବି ସୂଚନା ଦେଇଛନ୍ତି ବାପା । କହିଛନ୍ତି- ଦିନେ ଦୁଇ ଦିନ କିମ୍ବା ଶୁକ୍ରବାର ସୁଦ୍ଧା ଫେରିପାରନ୍ତି ବୋଲି ସେ କହିଛନ୍ତି । 

ସେପଟେ ଗଣଦୁଷ୍କର୍ମ ମାମଲାରେ ଏଯାଏଁ ଦୋଷୀଙ୍କୁ ମିଳିନି ଦଣ୍ଡ । ଇତି ମଧ୍ୟରେ ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପୁଲିସ ତଦନ୍ତ କରୁଛି । ଆସନ୍ତାକାଲି ରିମାଣ୍ଡ ଅବଧି ସରୁଥିବାରୁ କୋର୍ଟରେ ହାଜର ହେବେ ଅଭିଯୁକ୍ତ । ୪ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । ରିମାଣ୍ଡ ପରେ ଟିଆଇ ପରେଡ୍ କରାଯିବ । ଅନ୍ୟପଟେ ସାଇଣ୍ଟିଫିକ୍‌ ଟିମ୍ ବି ସ୍ପଟରେ ତଦନ୍ତ କରୁଛି ।

 rape | gangrape | West Bengal | Odisha 

ଆହୁରି ପଢନ୍ତୁ-

Salute to Police ଦିୱାଲିରେ ଦିଲ୍ ଜିତିଲେ ପୋଲିସ ବାବୁ: ବାଣ ନୁହେଁ ହସ ଫୁଟାଇଲେ, ଦୀପ ଦୋକାନୀଙ୍କୁ ୫୦ ବଦଳରେ ୫୦୦ ଦେଲେ…