Anurag Thakur On E-Cigarette: ସଂସଦରେ ବସି ଇ-ସିଗାରେଟ୍ ପିଉଛନ୍ତି ଟିଏମସି ସାଂସଦ: ଅନୁରାଗ ଠାକୁର

Advertisment

ସଂସଦରେ ସିଗାରେଟ୍ ପିଉଛନ୍ତି ଟିଏମସି ସାଂସଦ। ଏଭଳି ଅଭିଯୋଗ ଆଣିଲେ ବିଜେପି ସାଂସଦ ଅନୁରାଗ ଠାକୁର। କୌଣସି ସାଂସଦଙ୍କ ନାମ ନେଇନଥିଲେ ବି ସାଂସଦଜଣଙ୍କ ତୃଣମୂଳ କଂଗ୍ରେସ(ଟିଏମସି)ର ବୋଲି ସେ କହିଛନ୍ତି।

ସଂସଦରେ ସିଗାରେଟ୍ ପିଉଛନ୍ତି ଟିଏମସି ସାଂସଦ। ଏଭଳି ଅଭିଯୋଗ ଆଣିଲେ ବିଜେପି ସାଂସଦ ଅନୁରାଗ ଠାକୁର। କୌଣସି ସାଂସଦଙ୍କ ନାମ ନେଇନଥିଲେ ବି ସାଂସଦଜଣଙ୍କ ତୃଣମୂଳ କଂଗ୍ରେସ(ଟିଏମସି)ର ବୋଲି ସେ କହିଛନ୍ତି।

Anurag Thakur

Anurag Thakur On E-Cigarette Photograph: (sambad.in)

ନୂଆଦିଲ୍ଲୀ: ସଂସଦରେ ସିଗାରେଟ୍ ପିଉଛନ୍ତି ଟିଏମସି ସାଂସଦ। ଏଭଳି ଅଭିଯୋଗ ଆଣିଲେ ବିଜେପି ସାଂସଦ ଅନୁରାଗ ଠାକୁର। ଏବେ ଲୋକସଭାରେ ଶୀତକାଳୀନ ଅଧିବେଶନ ଚାଲିଛି। ପ୍ରତିଦିନ ବିିଭିନ୍ନ ପ୍ରସଙ୍ଗକୁ ନେଇ ଦଳ ମୁହାଁମୁହିଁ ହେଉଛନ୍ତି। ଆଜି ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ଏହି ବୟାନ ଗୃହରେ ହଟ୍ଟଗୋଳର କାରଣ ପାଲଟିଥିଲା ବୋଲି ଜଣାପଡ଼ିଛି। କୌଣସି ସାଂସଦଙ୍କ ନାମ ନେଇନଥିଲେ ବି ସାଂସଦଜଣଙ୍କ ତୃଣମୂଳ କଂଗ୍ରେସ(ଟିଏମସି)ର ବୋଲି ସେ କହିଛନ୍ତି।

ସଂସଦକୁ ଇ-ସିଗାରେଟ୍ ଆଣିଲେ କିପରି?

"ଦେଶରେ ଇ-ସିଗାରେଟ୍ ନିଷିଦ୍ଧ ହୋଇସାରିଛି। ଆପଣ ଏହାକୁ ସଂସଦ ଭିତରକୁ ଆଣିବା ପାଇଁ ଅନୁମତି ଦେଇଛନ୍ତି କି?" ବୋଲି ଠାକୁର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପଚାରିଥିଲେ। ଯାହାର ଉତ୍ତରରେ ବିର୍ଲା କହିଥିଲେ ଯେ, ତାଙ୍କ ଦ୍ୱାରା ଏପରି କୌଣସି ଅନୁମତି ଦିଆଯାଇନାହିଁ। ଏହା ପରେ ଅନୁରାଗ ଠାକୁର କହିଥିଲେ ଯେ, "ସାର୍ ଟିଏମସି ସାଂସଦ ନିରନ୍ତର ଧୂମପାନ କରିଆସୁଛନ୍ତି।" ନିୟମ ଉଲ୍ଲଂଘନ ପାଇଁ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଲୋକସଭା ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ଏହା ପରେ ନିୟମ ଉଲ୍ଲଂଘନ ପାଇଁ ଦୋଷୀ ସାବ୍ୟସ୍ତ ହେଲେ ଟିଏମସି ସାଂସଦଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିର୍ଲା ପ୍ରତିଶ୍ରୁତି ଦେଇଥିଲେ।

୨୦୧୯ରେ ଲଗାଯାଇଥିଲା ପ୍ରତିବନ୍ଧକ

୨୦୧୯ ମସିହାରେ, କେନ୍ଦ୍ର ସରକାର ଭାରତରେ ଇ-ସିଗାରେଟ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ନିଷେଧ ସତ୍ତ୍ୱେ, ଏହି ସିଗାରେଟ୍‌ର ବିକ୍ରୟ ଭାରତରେ ବୃଦ୍ଧି ପାଇବାରେ ଲାଗିଛି। ୨୦୨୩ ମସିହାରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଇଲେକ୍ଟ୍ରୋନିକ୍ ସିଗାରେଟ୍ ନିଷେଧ ଆଇନ (PECA) ଅଧୀନରେ ଏହି ଉଲ୍ଲଂଘନଗୁଡ଼ିକୁ ରିପୋର୍ଟ କରିବା ପାଇଁ ଏକ ଅନଲାଇନ୍ ପୋର୍ଟାଲ୍ ଆରମ୍ଭ କରିଥିଲା।

ଆହୁରି ପଢ଼ନ୍ତୁ: Humayun Kabir On Babri Masjid: ବାବ୍ରି ନିର୍ମାଣ ପାଇଁ ମୋ ମୁସଲମାନ ଭାଇ କୋଟି କୋଟି ଟଙ୍କା ଦେଉଛନ୍ତି: ହୁମାୟୁନ କବୀର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe