Earthquake shakes Turkey again: 7 injured after people jump from windows in fear Photograph: (sambad.in )
ଆଙ୍କରା: ତୁର୍କୀ ପୁଣିଥରେ ଭୂକମ୍ପରେ ଥରିଛି। ତୁର୍କୀର ବିପର୍ଯ୍ୟୟ ପରିଚାଳନା ସଂସ୍ଥା କହିଛି ଯେ, ମଙ୍ଗଳବାର ସକାଳେ ଦକ୍ଷିଣ-ପଶ୍ଚିମ ତୁର୍କୀର ଉପକୂଳବର୍ତ୍ତୀ ସହର ମାରମାରିସ ନିକଟରେ ୫.୮ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଥିଲା। ଏଥିରେ ସାତ ଜଣ ଆହତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ଆମକୁ ବୁଝାଇବାର ଆବଶ୍ୟକତା ନାହିଁ: ଆମେରିକା ଯିବା ପୂର୍ବରୁ ପାକିସ୍ତାନ ବିଷୟରେ ଟ୍ରମ୍ପ୍ଙ୍କୁ ଶଶି ଥରୁରଙ୍କ ବାର୍ତ୍ତା
ସୂଚନାଯୋଗ୍ୟ, ତୁର୍କୀ ଅନେକ ସକ୍ରିୟ ଫଲ୍ଟ ରେଖା ଉପରେ ଅବସ୍ଥିତ ତେଣୁ ସେଠାରେ ପ୍ରତିଦିନ ଭୂକମ୍ପ ଘଟିଥାଏ। ଏଠାରେ ଛୋଟ ଭୂମିକମ୍ପ ଯେକୌଣସି ସମୟରେ ବଡ଼ ରୂପ ନେଇପାରେ। ୨୦୨୩ମସିହାରେ, ୭.୮ ତୀବ୍ରତାର ଏକ ଭୟଙ୍କର ଭୂକମ୍ପରେ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ପ୍ରଦେଶରେ ୫୩ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଲକ୍ଷ ଲକ୍ଷ କୋଠା ନଷ୍ଟ ହେବା ସହ ବହୁ କୋଠା କ୍ଷତିଗ୍ରସ୍ତ ହୋଇଥିଲା। ସମାନ ଭୂକମ୍ପରେ ଉତ୍ତର ସିରିଆରେ ମଧ୍ୟ ପ୍ରାୟ ୬ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।
ଭୂକମ୍ପ ପରେ ସୋସିଆଲ ମିଡିଆରେ ଆସିଥିବା ଅନେକ ଫଟୋରେ ଦେଖାଯାଉଛି ଯେ, ଭୂକମ୍ପ କେତେ ଶକ୍ତିଶାଳୀ ଥିଲା। ଭୂକମ୍ପ ଯୋଗୁ ଘରର ଛାତରେ ଲାଗିଥିବା ପଙ୍ଖା ଏବଂ ଝୁଲୁଥିବା ଜିନିଷଗୁଡ଼ିକ ଏବଂ ଝରକାଗୁଡ଼ିକ ହଲିବାରେ ଲାଗିଛି। ସେହିପରି କିଛି ଫୁଟେଜ୍ରେ ଲୋକଙ୍କୁ ମଧ୍ୟ ଦେଖିବାକୁ ମିଳୁଛି, ଯେଉଁମାନେ ଭୂମିକମ୍ପରେ ଭୟଭୀତ ହୋଇ ଦୌଡୁଛନ୍ତି।
ଅଧିକ ପଢ଼ନ୍ତୁ: ୧୫ ଲକ୍ଷର ବ୍ରାଉନସୁଗାର ଜବତ : ୨ ଗିରଫ
turkey | earthquake
Follow Us