Advertisment

East India Company: ୧୬୦ ବର୍ଷ ପରେ ଇଷ୍ଟ୍‌ ଇଣ୍ଡିଆ କମ୍ପାନିରେ ପୁଣି ତାଲା ପଡ଼ିଲା

Advertisment

ଇଷ୍ଟ୍‌ ଇଣ୍ଡିଆ କମ୍ପାନି ଭାରତକୁ ବ୍ୟବସାୟ କରିବାକୁ ଆସିଥିଲା। ସେହି କମ୍ପାନି ଜରିଆରେ ବ୍ରିଟିଶମାନେ ଭାରତକୁ ଶାସନ କରିଥିଲେ। ୧୮୫୭ର ସିପାହୀ ବିଦ୍ରୋହ ପରେ କମ୍ପାନିରେ ପ୍ରଥମ ଥର ପାଇଁ ତାଲା ପଡ଼ିଥିଲା।

ଇଷ୍ଟ୍‌ ଇଣ୍ଡିଆ କମ୍ପାନି ଭାରତକୁ ବ୍ୟବସାୟ କରିବାକୁ ଆସିଥିଲା। ସେହି କମ୍ପାନି ଜରିଆରେ ବ୍ରିଟିଶମାନେ ଭାରତକୁ ଶାସନ କରିଥିଲେ। ୧୮୫୭ର ସିପାହୀ ବିଦ୍ରୋହ ପରେ କମ୍ପାନିରେ ପ୍ରଥମ ଥର ପାଇଁ ତାଲା ପଡ଼ିଥିଲା।

27bbs_20_27022026_112

ଲଣ୍ଡନ: ଇଷ୍ଟ୍‌ ଇଣ୍ଡିଆ କମ୍ପାନି ଭାରତକୁ ବ୍ୟବସାୟ କରିବାକୁ ଆସିଥିଲା। ସେହି କମ୍ପାନି ଜରିଆରେ ବ୍ରିଟିଶମାନେ ଭାରତକୁ ଶାସନ କରିଥିଲେ। ୧୮୫୭ର ସିପାହୀ ବିଦ୍ରୋହ ପରେ କମ୍ପାନିରେ ପ୍ରଥମ ଥର ପାଇଁ ତାଲା ପଡ଼ିଥିଲା। ଏହାର ୧୬୦ ବର୍ଷରୁ ଅଧିକ ସମୟ ପରେ ପୁଣି ଥରେ ସେହି କମ୍ପାନି ବନ୍ଦ ହୋଇଛି। ଇଷ୍ଟ୍‌ ଇଣ୍ଡିଆ କମ୍ପାନିର ପୁନରୁଦ୍ଧାର କରିବା ଲାଗି ଭାରତୀୟ ଉଦ୍ୟୋଗୀ ସଞ୍ଜୀବ ମେହେଟ୍ଟା କିଛି ଅଂଶଧନକାରୀଙ୍କଠାରୁ କମ୍ପାନିକୁ କିଣିଥିଲେ। ୨୦୧୦ରେ ସେ ଲଣ୍ଡନରେ ତାହାକୁ ଏକ ବିଳାସପୂର୍ଣ୍ଣ ଖାଦ୍ୟ ଓ ପାନୀୟ ବ୍ରାଣ୍ଡ୍‌ ଭାବେ ଉପସ୍ଥାପନ କରିଥିଲେ। କମ୍ପାନି ଷ୍ଟୋର୍‌ରେ ଚା, ଚକୋଲେଟ୍‌ ଓ ଅନ୍ୟାନ୍ୟ ବିଳାସପୂର୍ଣ୍ଣ ସାମଗ୍ରୀ ବିକ୍ରି ହେଉଥିଲା। ତେବେ କମ୍ପାନି ଗ୍ରାହକଙ୍କ ଦ୍ବାରା ବିଶେଷ ଆଦୃତ ହୋଇନଥିଲା। ଏହାର ଷ୍ଟୋର୍‌ରୁ ଜିନିଷ ଶେଷ ହୋଇଯାଇଥିଲା। 

ଆହୁରି ପଢନ୍ତୁ: 🔴 LIVE News Updates 2026 February 27: ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ରାଜସ୍ବ ନିରୀକ୍ଷକ; ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ବେଳେ ଅଟୋ ଦୁର୍ଘଟଣା, ୫ ଛାତ୍ରୀ ଗୁରୁତର

ଇଷ୍ଟ ଇଣ୍ଡିଆ କମ୍ପାନି ସମେତ ମେହେଟ୍ଟାଙ୍କ ଅନ୍ୟ କମ୍ପାନିଗୁଡ଼ିକ ବନ୍ଦ ବନ୍ଦ ହୋଇଛି। କମ୍ପାନିଗୁଡ଼ିକୁ ବନ୍ଦ କରିବାକୁ ଗତବର୍ଷ ଅକ୍ଟୋବରରେ ଲିକ୍ବିଡେଟର ନିଯୁକ୍ତ କରାଯାଇଥିଲା। ଏହି ସଂସ୍ଥାକୁ ବ୍ରିଟିଶ ଭର୍ଜିନ ଆଇଲ୍ୟାଣ୍ଡ୍‌ରେ ପଞ୍ଜିକୃତ କରାଯାଇଥିଲା। ମୁମ୍ବାଇର ଏକ ଗୁଜରାଟୀ ପରିବାରରେ ଜନ୍ମ ହୋଇଥିବା ସଞ୍ଜୀବଙ୍କ ଜେଜେବାପା ବେଲଜିୟମରେ ହୀରା ବ୍ୟବସାୟ କରୁଥିଲେ। ମୁମ୍ବାଇରେ ପାଠପଢ଼ା ଶେଷ କରିବା ପରେ ସେ ଆମେରିକା ପଢ଼ିବାକୁ ଯାଇଥିଲେ। ସେଠାରେ ସେ ନିଜ ବାପାଙ୍କ ହୀରା ବ୍ୟବସାୟରେ ଯୋଗଦେଇଥିଲେ। ୧୧୯୮୯ରେ ସେ ଲଣ୍ଡନ ଚାଲିଯାଇଥିଲେ। ସୋଭିଏତ ୟୁନିୟନରେ ଔଷଧ ବିକ୍ରି କରୁଥିବା ତାଙ୍କ ଶ୍ବଶୁର ୨୦୦୦ ମସିହା ବେଳକୁ ତାଙ୍କୁ ନିଜ ବ୍ୟବସାୟ ଆରମ୍ଭ କରିବାରେ ସାହାଯ୍ୟ କରିଥିଲେ।

ଆହୁରି ପଢନ୍ତୁ: Cricket: ଅଭିଷେକଙ୍କ ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହେଲେ ଗାଭାସ୍କର

ଅତୀତରେ ଇଷ୍ଟ ଇଣ୍ଡିଆ କମ୍ପାନି ଭାରତୀୟଙ୍କୁ ଅକଥନୀୟ ନିର୍ଯ୍ୟାତନା ଓ ଶୋଷଣ ଲାଗି କୁଖ୍ୟାତି ହାସଲ କରିଥିଲା। ବିଦ୍ରୋହ ପରେ କମ୍ପାନି ନିଜର ଅସ୍ତିତ୍ବ ହରାଇଥିଲା। ଉନବିଂଶ ଶତାବ୍ଦୀ ଆରମ୍ଭ ବେଳକୁ ଭାରତରେ ଇଷ୍ଟ୍‌ ଇଣ୍ଡିଆ କମ୍ପାନିର ୨,୫୦,୦୦୦ରୁ ଅଧିକ ନିଜସ୍ବ ସୈନିକ ଥିଲେ। ଅତୀତର ଇଷ୍ଟ୍‌ ଇଣ୍ଡିଆ କମ୍ପାନି ଭାରତୀୟ ଇତିହାସରେ ଏକ ବଡ଼ କଳାଦାଗ ହୋଇରହିଛି। କମ୍ପାନି କ୍ରୀତଦାସ ବିନିମୟରେ ଲିପ୍ତ ଥିବା ଅଭିଯୋଗ ରହିଛି। କିନ୍ତୁ ଦେଢ଼ ଶତାବ୍ଦୀ ପରେ ଉକ୍ତ କମ୍ପାନିକୁ କିଣି ତାହାକୁ ପୁନରୁଦ୍ଧାର କରିବାକୁ ସଞ୍ଜୀବ କରିଥିବା ଉଦ୍ୟମ ବିଫଳ ହୋଇଛି। ଏଥର ନିରବରେ କମ୍ପାନିରେ ତାଲା ପଡ଼ିଯାଇଛି। ତୃତୀୟ ଥର ପୁନରୁଦ୍ଧାରର କୌଣସି ସମ୍ଭାବନା ବି ଦେଖାଯାଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe