କେଜ୍ରିୱାଲଙ୍କ ଜାମିନର ପ୍ରଭାବ: ହରିୟାଣାରେ କଂଗ୍ରେସ-ବିଜେପି ଭୋଟବ୍ୟାଙ୍କ କମିବ!

Advertisment

ସୁପ୍ରିମକୋର୍ଟ ଶୁକ୍ରବାର ହରିୟାଣା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏଭଳି ପରିସ୍ଥିତିରେ କେଜରିୱାଲଙ୍କ ଜାମିନ ପ୍ରଥମ ଥର ପାଇଁ ହରିୟାଣାରେ ଆପ୍‌‌ କ୍ଷମତା ଦଖଲ କରିବ କି? କାରଣ ଦଳ ପ୍ରଥମ ଥର ପାଇଁ ସମସ୍ତ ୯୦ ଆସନରେ ନିର୍ବାଚନ ଲଢୁଛି...

ସୁପ୍ରିମକୋର୍ଟ ଶୁକ୍ରବାର ହରିୟାଣା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏଭଳି ପରିସ୍ଥିତିରେ କେଜରିୱାଲଙ୍କ ଜାମିନ ପ୍ରଥମ ଥର ପାଇଁ ହରିୟାଣାରେ ଆପ୍‌‌ କ୍ଷମତା ଦଖଲ କରିବ କି? କାରଣ ଦଳ ପ୍ରଥମ ଥର ପାଇଁ ସମସ୍ତ ୯୦ ଆସନରେ ନିର୍ବାଚନ ଲଢୁଛି...

bail to ak

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୩ ଶୁକ୍ରବାର ଦିନ ଦିଲ୍ଲୀର ମଦନୀତି ମାମଲାରେ ଗତ ୧୫୬ ଦିନ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ ଏହି ସମୟ ମଧ୍ୟରେ କୋର୍ଟ ସିବିଆଇ ଗିରଫଦାରୀକୁ ଯଥାର୍ଥ ବୋଲି ବିବେଚନା କରିଥିଲେ। ସିବିଆଇ ତାଙ୍କୁ ଜୁନ ୨୬ରେ ଗିରଫ କରିଥିଲା। ଗିରଫ ବେଆଇନ ବୋଲି କହି ଦିଲ୍ଲୀ ସିଏମ ଦୁଇଟି ପିଟିସନ ଦାଖଲ କରିଥିଲେ।

ଏହାପୂର୍ବରୁ ସେ ଇଡି ହେପାଜତରେ ଥିଲେ। ତେବେ ଏବେ ହରିୟାଣା ବିଧାନସଭା ନିର୍ବଚାନ ପୂର୍ବରୁ ସୁପ୍ରିମକୋର୍ଟ ଜାମିନ୍‌‌ ପ୍ରଦାନ କରିଛନ୍ତି। ତାଙ୍କ ଦଳ ଆପ୍‌‌ ହରିୟାଣାର ୯୦ ବିଧାନସଭା ଆସନରେ ଲଢୁଛି। ଏଭଳି ପରିସ୍ଥିତିରେ କେଜ୍ରିୱାଲଙ୍କ ଜାମିନ ପାର୍ଟି ପାଇଁ ସହାୟକ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଅକ୍ଟୋବର ୫ରେ ହରିୟାଣାର ୯୦ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। ଏଭଳି ପରିସ୍ଥିତିରେ ନିର୍ବାଚନ ଋତୁରେ କେଜ୍ରିୱାଲ ଜାମିନ ପାଇବା ତାଙ୍କ ଏବଂ ତାଙ୍କ ଦଳ ପାଇଁ ଲାଇଫ ଲାଇନ ପାଇବା ଭଳି ସାବ୍ୟସ୍ତ ହୋଇଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଦିଲ୍ଲୀ ଏବଂ ପଞ୍ଜାବରେ ଆମ ଆଦମୀ ପାର୍ଟିର ସରକାର ଅଛି। ଏହି ଦୁଇ ଆପ୍‌‌ ସରକାରଙ୍କ ମଧ୍ୟରେ  ମଧ୍ୟରେ ହରିୟାଣା ରହିଛି।

ଗତ ୧୦ ବର୍ଷ ଧରି ଏଠାରେ ଏକ ବିଜେପି ସରକାର ଅଛି। କିନ୍ତୁ ବିରୋଧୀ ତରଙ୍ଗ ଯୋଗୁଁଁ ଏଥର ହରିୟାଣାରୁ ବିଜେପି କ୍ଷମତାଚ୍ୟୁତ ନିଶ୍ଚିତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏଭଳି ପରିସ୍ଥିତିରେ କେଜ୍ରିୱାଲ ଏବଂ ତାଙ୍କ ଦଳ ଏହାକୁ ଏକ ସୁଯୋଗ ଭାବରେ ଗ୍ରହଣ କରୁଛି।

ଏହା ପୂର୍ବରୁ ଲୋକସଭା ନିର୍ବାଚନରେ କଂଗ୍ରେସ ଏବଂ ଆପ୍‌‌ ହରିୟାଣାରେ ମିଳିତ ହୋଇ ଲଢ଼ିଥିଲେ। ଏଥର ମଧ୍ୟ ରାହୁଲ ଗାନ୍ଧୀ ମିଳିତ ହୋଇ ଲଢ଼ିବା ପ୍ରୟାସ କରିଥିଲେ। କିନ୍ତୁ ହରିୟାଣାର ସ୍ଥାନୀୟ ନେତାଙ୍କ ବିରୋଧ ଏବଂ ଆସନ ଅଙ୍କକଷାରେ କର୍ମୀମାନଙ୍କର ସହମତି ନ ଥିବାରୁ ଏହା ସମ୍ଭବ ହୋଇ ପାରି ନାହିଁ। ଏଭଳି ପରିସ୍ଥିତିରେ ଆପ୍‌‌ ୯୦ଟି ଆସନରେ ପ୍ରାର୍ଥୀ ଦେଇଛି। 

ଗୁରୁବାର ହରିୟାଣାରେ ନାମାଙ୍କନ ପାଇଁ ଶେଷ ଦିନ ଥିଲା। ଏବେ ହରିୟାଣାରେ ଆପ୍‌‌ ଜିତିବାର ଗୁରୁ ଦାୟିତ୍ୱ କେଜ୍ରିୱାଲଙ୍କ କାନ୍ଧରେ ପଡ଼ିଛି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଦଳ ଆସନ ନ ଜିତିଲେ ମଧ୍ୟ ଏହା ଉଭୟ କଂଗ୍ରେସ ଏବଂ ବିଜେପି ପାଇଁ କ୍ଷତି ଘଟାଇପାରେ। ବୋଧହୁଏ ସେଥିପାଇଁ ରାହୁଲ ଗାନ୍ଧୀ ମିଳିତ ହୋଇ ଲଢ଼ିବା ଉପରେ ଗୁରୁତ୍ୱାରୋପ କରୁଥିବା କୁହାଯାଉଛି।

ଅଧିକ ପଢ଼଼ନ୍ତୁ: ଏହି ସବୁ ସର୍ତ୍ତରେ ଦିଳ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କୁ ମିଳିଛି ଜାମିନ୍‌

ଆପ୍‌‌ ହରିୟାଣାରେ ଏହାର ସମର୍ଥନ ଆଧାର ବୃଦ୍ଧି କରିବାକୁ ଚେଷ୍ଟା କରୁଛି। କେଜ୍ରିୱାଲଙ୍କୁ ଦିଆଯାଇଥିବା ଜାମିନ ଦଳକୁ ଏକ ସୁଦୃଢ଼ ମାନସିକ ଆଧାର ଯୋଗାଇବାର ଆଶା ରହିଛି। କେଜ୍ରିୱାଲଙ୍କ ଜାମିନ ଯୋଗୁଁ କଂଗ୍ରେସର ଚିନ୍ତା ମଧ୍ୟ ବଢ଼଼ିଛି। କାରଣ ଆପ୍‌‌ କଂଗ୍ରେସର ଭୋଟବ୍ୟାଙ୍କକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ସେହିପରି କେଜ୍ରିୱାଲଙ୍କ ଜାମିନ ବିଜେପି ପାଇଁ ଅସୁବିଧାର କାରଣ ହୋଇପାରେ ବୋଲି କୁହାଯାଉଛି।

ଅଧିକ ପଢ଼଼ନ୍ତୁ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କୁ ମିଳିଲା ଜାମିନ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe