Advertisment

El Mencho's Death:ପ୍ରେମିକା ଯୋଗୁ ପ୍ରାଣ ହରାଇଲେ କୁଖ୍ୟାତ ଅପରାଧୀ ଏଲ୍ ମେଞ୍ଚୋ

Advertisment

ମେକ୍ସିକୋ ସେନା ମୋଷ୍ଟ ୱାଣ୍ଟେଡ୍ ଡ୍ରଗ୍ସ ମାଫିଆ ତଥା ଜାଲିସ୍କୋ ନ୍ୟୁ ଜେନେରେସନ୍ କାର୍ଟେଲ୍ (ସିଜେଏନଜି)ର ମୁଖ୍ୟ "ଏଲ୍ ମେଞ୍ଚୋ"କୁ ନିହତ କରିଛି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଲ୍ ମେଞ୍ଚୋ ପାଖରେ ପହଞ୍ଚିବା ପାଇଁ ତା’ ପ୍ରେମିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ମେକ୍ସିକୋ ସେନା ମୋଷ୍ଟ ୱାଣ୍ଟେଡ୍ ଡ୍ରଗ୍ସ ମାଫିଆ ତଥା ଜାଲିସ୍କୋ ନ୍ୟୁ ଜେନେରେସନ୍ କାର୍ଟେଲ୍ (ସିଜେଏନଜି)ର ମୁଖ୍ୟ "ଏଲ୍ ମେଞ୍ଚୋ"କୁ ନିହତ କରିଛି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଲ୍ ମେଞ୍ଚୋ ପାଖରେ ପହଞ୍ଚିବା ପାଇଁ ତା’ ପ୍ରେମିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

Untitled-13.jpg

Photograph: (google)

ମେକ୍ସିକୋ ସିଟି: ମେକ୍ସିକୋ ସେନା ମୋଷ୍ଟ ୱାଣ୍ଟେଡ୍ ଡ୍ରଗ୍ସ ମାଫିଆ ତଥା ଜାଲିସ୍କୋ ନ୍ୟୁ ଜେନେରେସନ୍ କାର୍ଟେଲ୍ (ସିଜେଏନଜି)ର ମୁଖ୍ୟ "ଏଲ୍ ମେଞ୍ଚୋ"କୁ ନିହତ କରିଛି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଲ୍ ମେଞ୍ଚୋ ପାଖରେ ପହଞ୍ଚିବା ପାଇଁ ତା’ ପ୍ରେମିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ୫୯ ବର୍ଷୀୟ କୁଖ୍ୟାତ ଅପରାଧୀ ଏଲ୍ ମେଞ୍ଚୋ, ଯାହାର ପ୍ରକୃତ ନାମ ନେମେସିଓ ଓସେଗୁଏରା ରୁବେନ୍ ସର୍ଭାଣ୍ଟେସ୍ ଥିଲା, ସେ ପଶ୍ଚିମ ମେକ୍ସିକୋର ମନୋରମ ଗାଁର ତାପାଲପାରେ ଲୁଚି ରହିଥିଲା। ରବିବାର ସୈନିକଙ୍କ ସହ ଗୁଳିବିନିମୟରେ ସେ ଆହତ ହୋଇଥିଲା ଏବଂ ହସ୍ପିଟାଲକୁ ନେବା ବାଟରେ ତା’ର ମୃତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ଭାଇରାଲ ଫଟୋ ନେଇ ଆୟର୍ଲାଣ୍ଡରେ ଉତ୍ତେଜନା: ବଢୁଛି ଜେନୋଫୋବିୟା

ଏଏଫଆଇ ରିପୋର୍ଟ ଅନୁଯାୟୀ, ମେକ୍ସିକୋର ସାମରିକ ଗୁଇନ୍ଦା ସଂସ୍ଥା ଯେତେବେଳେ ଜାଣିବାକୁ ପାଇଲା ଯେ ଏଲ୍ ମେଞ୍ଚୋଙ୍କ ଜଣେ ପ୍ରେମିକା ତାପାଲପାରେ ତାଙ୍କୁ ଭେଟିବାକୁ ଯାଉଛନ୍ତି, ସେତେବେଳେ ସାମରିକ ଅଭିଯାନ ଆରମ୍ଭ ହୋଇଥିଲା। ଆମେରିକା ସେନାର ନର୍ଦ୍ଦନ କମାଣ୍ଡ ମଧ୍ୟ ଏହି ଅଭିଯାନରେ ସହାୟତା କରିଥିଲା। ମହିଳା ଜଣକ ଏଲ୍ ମେଞ୍ଚୋଙ୍କ ଅନେକ ପ୍ରେମିକ ସାଥୀଙ୍କ ମଧ୍ୟରୁ ଜଣେ ଥିଲେ। ଏଲ୍ ମେଞ୍ଚୋଙ୍କ ଜଣେ ବିଶ୍ୱସ୍ତ ବ୍ୟକ୍ତି ତାଙ୍କୁ ତାପାଲପାସ୍ଥିତ ଏକ ଘରକୁ ଆଣିଥିଲେ। ସେ ଶନିବାର ଦିନ ଏଲ୍ ମେଞ୍ଚୋଙ୍କ ସହ ସାକ୍ଷାତ କରିଥିଲେ ଏବଂ ତା’ପରେ ଚାଲିଯାଇଥିଲେ। ଏଲ୍ ମେଞ୍ଚୋ ତାଙ୍କ ସୁରକ୍ଷା କର୍ମୀଙ୍କ ସହିତ ଘରେ ଥିବା ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ସେନା ସେହି ଅଞ୍ଚଳକୁ ଘେରି ଯାଇଥିଲା ଏବଂ ତାଙ୍କ ଆଡ୍ଡା ଭିତରକୁ ପ୍ରବେଶ କରିଥିଲା। ମେଞ୍ଜୋଙ୍କ ସହଯୋଗୀମାନେ ସୈନ୍ୟଙ୍କ ଉପରକୁ ବି ଲଗାତାର ଗୁଳିମାଡ଼ କରିଚାଲିଥିଲେ। ଏହାସହ ଏକ ସାମରିକ ହେଲିକପ୍ଟରକୁ ମଧ୍ୟ ଟାର୍ଗେଟ କରିଥିଲେ, ଯାହାକୁ ନିକଟସ୍ଥ ଏକ ଘାଟିରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ଏନକାଉଣ୍ଟରେ, ଏଲ୍ ମେଞ୍ଚୋ ଓ ତାଙ୍କର ଦୁଇ ଜଣ ସହଯୋଗୀ ଆହତ ହୋଇଥିଲେ। ତିନି ଜଣଙ୍କୁ ହେଲିକପ୍ଟର ଯୋଗେ ଗୁଆଡାଲାଜାରାର ଏକ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ରାସ୍ତାରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମୃତଦେହକୁ ଜେନେରାଲ ପବ୍ଲିକ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି। ସୁରକ୍ଷା ମନ୍ତ୍ରୀ ଓମାର ଗାର୍ସିଆ ହାର୍ଫୁଚ କହିଛନ୍ତି ଯେ ଓସେଗୁଏରାଙ୍କ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ।

ଆହୁରି ପଢ଼ନ୍ତୁ: ସମୁଦ୍ର ମଝିରେ କ୍ରାସ୍ ଲ୍ୟାଣ୍ଡିଂ କଲା ପବନ ହଂସ ହେଲିକପ୍ଟର: ୭ ଜଣଙ୍କ ଜୀବନ ବଞ୍ଚିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe