Heartwarming Video: ହାଡ଼ଭଙ୍ଗା ଶୀତରେ ହୃଦୟ ଜିଣିଲେ ବୃଦ୍ଧ: ବୁଲା କୁକୁରଙ୍କୁ ସାହା ହେଲେ, ଘରେ ଆଶ୍ରୟ ଦେଲେ…

Advertisment

ସେମାନେ ପଶୁ ହେଲେ କଣ ହେଲା, ସେମାନଙ୍କୁ ବି ଶୀତ ହୁଏ… ସେମାନେ ବି ଶୀତରେ ଥରନ୍ତି… ତାପରେ ପୁଣି କୁନି କୁନି କଅଁଳା ଛୁଆଗୁଡ଼ା, ଏଇ ଏବେଏବେ ଜନ୍ମ ହେଇଛନ୍ତି ଶୀତ ସମ୍ଭାଳିବା ସମ୍ଭବ ନୁହେଁ…

ସେମାନେ ପଶୁ ହେଲେ କଣ ହେଲା, ସେମାନଙ୍କୁ ବି ଶୀତ ହୁଏ… ସେମାନେ ବି ଶୀତରେ ଥରନ୍ତି… ତାପରେ ପୁଣି କୁନି କୁନି କଅଁଳା ଛୁଆଗୁଡ଼ା, ଏଇ ଏବେଏବେ ଜନ୍ମ ହେଇଛନ୍ତି ଶୀତ ସମ୍ଭାଳିବା ସମ୍ଭବ ନୁହେଁ…

newborn puppies

newborn puppies Photograph: (sambad.in)

ନୂଆଦିଲ୍ଲୀ: ସେମାନେ ପଶୁ ହେଲେ ବି ସେମାନଙ୍କ ଜୀବନ ଅଛି । ବାହାରେ ପ୍ରବଳ ଶୀତ । ଜାଡ଼ରେ ଥରୁଛି ହାଡ଼ । ମଣିଷ ଯେତେବେଳେ ଶୀତ ସହି ନପାରି ଘରେ ରହୁଛି । ସଞ୍ଜ ନଇଁଲେ ଘରୁ ବାହାରିବାକୁ ଇଚ୍ଛା କରୁନି । ଶୀତବସ୍ତ୍ର, କିମ୍ବା କମ୍ବଳ ଭିତରେ ପଶି ରହିବାକୁ ଚାହୁଁଛି । ଠିକ୍ ସେତେବେଳେ ଏ ବୁଲା କୁକୁରଗୁଡ଼ା ବାହାରେ କେମିତି ସହୁଥିବେ ଶୀତ ? ସେମାନେ ପଶୁ ହେଲେ କଣ ହେଲା, ସେମାନଙ୍କୁ ବି ଶୀତ ହୁଏ… ସେମାନେ ବି ଶୀତରେ ଥରନ୍ତି… ତାପରେ ପୁଣି କୁନି କୁନି କଅଁଳା ଛୁଆଗୁଡ଼ା, ଏଇ ଏବେଏବେ ଜନ୍ମ ହେଇଛନ୍ତି ଶୀତ ସମ୍ଭାଳିବା ସମ୍ଭବ ନୁହେଁ…

ଆହୁରି ପଢନ୍ତୁ- UttarPradesh: ୧୦ ବର୍ଷ ପରେ ଫେରିଲା ହଜିଲା ପୁଅ… ‘ଅପରେସନ ମୁସ୍କାନ’ ଫୁଟାଇଲା ମାଆ ମୁହଁରେ ହସ

ବାସ୍ ପଶୁଙ୍କ କଷ୍ଟକୁ ହୃଦୟଙ୍ଗମ କରି ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ଜଣେ ବୟସ୍କ ବ୍ୟକ୍ତି । ବାହାରେ ଶୀତ କାକରରେ ରାତି କାଟୁଥିବା ମାଆ କୁକୁର ଏବଂ ତାପିଲାଙ୍କୁ ନିଜ ଘରେ ଦେଲେ ଆଶ୍ରୟ । ନୂଆନୂଆ ଜନ୍ମ ହେଇ ବାହାରେ ରହୁଥିବା କୁନି କୁକୁର ଛୁଆଙ୍କୁ ନିଜ ପୋଷାକରେ ବୋହି ଆଣି ଘରେ କରିଥିବା ଏକ ଉଷ୍ମ ଆଶ୍ରୟସ୍ଥଳରେ ରଖିଲେ । 

ଆହୁରି ପଢନ୍ତୁ- Cold Wave: କୋରାପୁଟ ରାଜ୍ୟର ସବୁଠାରୁ ଥଣ୍ଡା ସହର, ଘନ କୁହୁଡ଼ିରେ ଯାତାୟତ ବାଧାପ୍ରାପ୍ତ

ଇଟା-ପଟାରେ ନିର୍ମାଣ ହୋଇଥିବା ଛୋଟ ଘରେ ଗରମ ହେବାକୁ ନଡା ଗୁଣ୍ଡ ପକାଇ ଘର ପ୍ରସ୍ତୁତ କରିଥିଲେ ଏ ପଶୁପ୍ରେମୀ । ଯେଉଁଥିରେ କୁନି କୁନି କୁକୁର ଛୁଆଙ୍କୁ ଛାଡ଼ିବା ପରେ ମାଆ କୁକୁରଟି ଖୁସିରେ ଖୁସିରେ ଯାଇ ଶୋଇଗଲା । ଆଉ ମନେମନେ ମଣିଷକୁ ସାହାଯ୍ଯ ପାଇଥିବା ପଶୁଟି ତା ନୀରିହ ଚାହାଣୀରେ ଧନ୍ୟବାଦ ଦେଉଥିଲେ । ସତରେ ସମାଜର ଏଭଳି ମଣିଷଙ୍କୁ ଶତ ଶତ ସଲାମ୍…ଯଦିଓ ଭିଡିଓଟି କେଉଁ ସ୍ଥାନର ଜଣାପଡିନି ମାତ୍ର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe