Arun Prakash asked to establish identity: ପୂର୍ବତନ ନୌସେନା ମୁଖ୍ୟଙ୍କୁ ଦେବାକୁ ପଡ଼ିବ ନାଗରିକତା ପ୍ରମାଣ: ନିର୍ବାଚନ କମିସନ ଜାରି କଲେ ନୋଟିସ୍

Advertisment

ନିର୍ବାଚନ କମିସନ ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ ଅରୁଣ ପ୍ରକାଶଙ୍କୁ ଏକ ନୋଟିସ୍ ଜାରି କରି ଭୋଟର ତାଲିକାର ସ୍ପେସାଲ ଇଣ୍ଟେନସିଭ୍ ରିଭିଜନ୍(ଏସ୍‌ଆଇଆର୍)ଅନ୍ତର୍ଗତ ତାଙ୍କର ପରିଚୟ ପ୍ରମାଣିତ କରିବା ପାଇଁ ଉପସ୍ଥିତ ହେବାକୁ କହିଛନ୍ତି।

ନିର୍ବାଚନ କମିସନ ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ ଅରୁଣ ପ୍ରକାଶଙ୍କୁ ଏକ ନୋଟିସ୍ ଜାରି କରି ଭୋଟର ତାଲିକାର ସ୍ପେସାଲ ଇଣ୍ଟେନସିଭ୍ ରିଭିଜନ୍(ଏସ୍‌ଆଇଆର୍)ଅନ୍ତର୍ଗତ ତାଙ୍କର ପରିଚୟ ପ୍ରମାଣିତ କରିବା ପାଇଁ ଉପସ୍ଥିତ ହେବାକୁ କହିଛନ୍ତି।

Arun Prakash

Arun Prakash asked to establish identity Photograph: (sambad.in)

ନୂଆଦିଲ୍ଲୀ: ନିର୍ବାଚନ କମିସନ ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ ଅରୁଣ ପ୍ରକାଶଙ୍କୁ ଏକ ନୋଟିସ୍ ଜାରି କରି ଭୋଟର ତାଲିକାର ସ୍ପେସାଲ ଇଣ୍ଟେନସିଭ୍ ରିଭିଜନ୍(ଏସ୍‌ଆଇଆର୍)ଅନ୍ତର୍ଗତ ତାଙ୍କର ପରିଚୟ ପ୍ରମାଣିତ କରିବା ପାଇଁ ଉପସ୍ଥିତ ହେବାକୁ କହିଛନ୍ତି। ଅବସର ଗ୍ରହଣ ପରଠାରୁ ଗୋଆରେ ରହୁଥିବା ଆଡମିରାଲ ଏନେଇ କହିଛନ୍ତି, ଯଦି ଏସ୍‌ଆଇଆର୍‌ ଫର୍ମଗୁଡ଼ିକ ଆବଶ୍ୟକୀୟ ସୂଚନା ଗ୍ରହଣ କରୁନାହିଁ, ତେବେ ସେଗୁଡ଼ିକୁ ସଂଶୋଧନ କରାଯିବା ଉଚିତ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ପୂର୍ବତନ ନୌସେନା ମୁଖ୍ୟଙ୍କର ବ୍ୟକ୍ତିଗତ ବିବରଣୀ ଶେଷ ଥର ପାଇଁ ୨୦୦୨ରେ ଅପଡେଟ୍ ହୋଇଥିବା ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇନାହିଁ। ତେଣୁ ସେ "ଅନ୍‌ମ୍ୟାପ୍‌" ବର୍ଗରେ ରହିଛନ୍ତି।

ପ୍ରଶ୍ନ କରୁଛନ୍ତି ଲୋକେ

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କିଛି ଲୋକ ପ୍ରଶ୍ନ କରିଛନ୍ତି, ପୂର୍ବତନ ନୌସେନା ମୁଖ୍ୟଙ୍କ ପିପିଓ(ପେନସନ୍ ପେମେଣ୍ଟ ଅର୍ଡର) ଏବଂ ଜୀବନ ପ୍ରମାଣପତ୍ର ପୂର୍ବରୁ ସରକାରୀ ଡାଟାବେସରେ ଉପଲବ୍ଧ ଥିବା ବେଳେ ଏସ୍‌ଆଇଆର୍‌ ଦଳଙ୍କୁ ଅନ୍ୟ କେଉଁ ଅଧିକ ସୂଚନାର ଆବଶ୍ୟକତା ରହିଛି ? ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ନିଜର ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ବୀରଚକ୍ର ପୁରସ୍କାରପ୍ରାପ୍ତ ଆଡମିରାଲ ପ୍ରକାଶଙ୍କୁ ପରିଚୟ ପ୍ରମାଣ ପାଇଁ ରିଟର୍ଣ୍ଣିଂ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବାକୁ କୁହାଯାଇଛି।

ମୋତେ କୌଣସି ବିଶେଷ ସୁବିଧାର ଆବଶ୍ୟକତା ନାହିଁ: ପ୍ରକାଶ

ନୋଟିସ୍ ନେଇ ଅନଲାଇନ୍‌ରେ ଚର୍ଚ୍ଚା ଆରମ୍ଭ ହେବା ପରେ, ଆଡମିରାଲ ପ୍ରକାଶ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ମୋତେ କୌଣସି ବିଶେଷ ସୁବିଧାର ଆବଶ୍ୟକତା ନାହିଁ କିମ୍ବା ୨୦ ବର୍ଷ ପୂର୍ବେ ମୋର ଅବସର ପରଠାରୁ ମୁଁ କେବେ କୌଣସି ଅନୁରୋଧ କରିନାହିଁ। ମୁଁ ଏବଂ ମୋ ପତ୍ନୀ ଆବଶ୍ୟକୀୟ ଏସ୍‌ଆଇଆର୍‌ ଫର୍ମ ପୂରଣ କରିଥିଲୁ ଏବଂ ନିର୍ବାଚନ କମିସନଙ୍କର ୱେବସାଇଟରେ ଗୋଆର ୨୦୨୬ ଡ୍ରାଫ୍ଟ ଭୋଟର ତାଲିକାରେ ଆମର ନାମ ଦେଖି ଖୁସି ହୋଇଥିଲୁ। ତେବେ ଏବେ ଆମେ ନିର୍ବାଚନ କମିସନଙ୍କର ନୋଟିସ୍ ଅନୁସାରେ କାର୍ଯ୍ୟପନ୍ଥା ଗ୍ରହଣ କରିବୁ।

ଅନ୍ୟ ଏକ ପୋଷ୍ଟରେ ସେ ଲେଖିଛନ୍ତି, ମୁଁ ନିର୍ବାଚନ କମିସନଙ୍କୁ ଜଣାଇବାକୁ ଚାହୁଁଛି ଯେ, ଯଦି ଏସ୍‌ଆଇଆର୍ ଫର୍ମଗୁଡ଼ିକ ଆବଶ୍ୟକୀୟ ସୂଚନା ସଂଗ୍ରହ କରି ପାରୁନାହିଁ, ତେବେ ସେଗୁଡ଼ିକୁ ସଂଶୋଧନ କରାଯିବା ଉଚିତ। ବୁଥ୍ ସ୍ତରୀୟ ଅଧିକାରୀ(ବିଏଲ୍‌ଓ) ଆମକୁ ତିନିଥର ଭେଟିଥିଲେ। ସେତେବେଳେ ସେମାନେ ଆମକୁ ଅତିରିକ୍ତ ସୂଚନା ମାଗିପାରିଥାନ୍ତେ। ଏବେ ମତେ ୮୨ ବର୍ଷ ଓ ମୋ ପତ୍ନୀଙ୍କୁ ୭୮ ବର୍ଷ । ଏଭଳି ବୟସରେ ଆମକୁ ୧୮ କିଲୋମିଟର ଦୂରରେ ଦୁଇଟି ଭିନ୍ନ ତାରିଖରେ ରିଟର୍ଣ୍ଣିଂ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବାକୁ କୁହାଯାଇଛି।

ମତେ ଲାଗୁଛି ଏହା ଏକ ସଫ୍ଟୱେର୍ ତ୍ରୁଟି

ଏନେଇ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଟି.ଏସ୍. ଆନନ୍ଦ ଲେଖିଛନ୍ତି, ମତେ ଲାଗୁଛି ଏହା ଏକ ସଫ୍ଟୱେର୍ ତ୍ରୁଟି ଯୋଗୁ ଘଟି ଥାଇପାରେ। କିନ୍ତୁ ଯଦି ଏପରି ନୋଟିସ୍ ଜାରି କରାଯାଏ, ତେବେ ପାଖରେ ଆଇନଗତ କାଗଜପତ୍ର ଥିବା ଯେକୌଣସି ନାଗରିକ ଯାଇ ତାହା ଦେଖାଇପାରିବେ। ଏଥିରେ କିଛି ଭୁଲ୍ ନାହିଁ। ତେଣୁ, ଆଡମିରାଲ ଅରୁଣ ପ୍ରକାଶ ସାର୍‌ଙ୍କ କ୍ଷେତ୍ରରେ, ତାଙ୍କର ପିପିଓ/ଭେଟେରାନ୍ କାର୍ଡ ଯଥେଷ୍ଟ ପ୍ରମାଣ। ପ୍ରୋଟୋକଲ୍ ଅନୁସାରେ ଏସ୍‌ଆଇଆର୍‌ ଦଳ ତାଙ୍କ ଘରକୁ ମଧ୍ୟ ଯାଇପାରିବେ।

ଆହୁରି ପଢ଼ନ୍ତୁ: 'Acting President of Venezuela: ଟ୍ରମ୍ପ ଭେନେଜୁଏଲାର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି! ଟ୍ରୁଥ୍ ସୋସିଆଲରେ ସେୟାର ହୋଇଥିବା ବିବାଦୀୟ ପୋଷ୍ଟ୍ ନେଇ ଆଲୋଡ଼ନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe