Elon Musk: ଦରମା ବୃଦ୍ଧି ପାଇବା ପରେ ରୋବର୍ଟ ସହିତ ଝୁମିଲେ ଏଲନ

୧ ଟ୍ରିଲିୟନ ଡଲାର ଦରମା ପ୍ୟାକେଜକୁ ମଞ୍ଜୁର ପରେ ଟେସଲାର ବାର୍ଷିକ ବୈଠକରେ ଏଳଡ଼ ମସ୍କ ତାଙ୍କର ହ୍ୟୁମାନୋଏଡ୍ ରୋବର୍ଟ ଅପ୍ଟିମସ୍ ସହିତ ଖୁସିରେ ଝୁମି ଯାଇଥିଲେ। ଭିଡିଓ ହେ‌ଉଛି ଭାଇରାଲ।

Untitled-5yti

elon musk dance with robot Photograph: (@sambad.in)

ନୂଆଦିଲ୍ଲୀ: ଥରେ ଭାବି ଦେଖନ୍ତୁ ତ ଆପଣ ମାସକୁ ମାସ ଯେତିକି ଦରମା ପାଉଛନ୍ତି ତାହା ହଠାତ ଦିନେ ବୃଦ୍ଧି ପାଇ ଆପଣଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତିକୁ ଦ୍ୱିଗୁଣିତ କରିଦେବ ତେବେ କିପରି ଅନୁଭବ କରିବେ। ନିଶ୍ଚିତ ଭାବେ ଖୁସିରେ ଝୁମିଯିବେ ନା...। ନିଜର ଖୁସିକୁ ଶବ୍ଦରେ ବଖାଣି ପାରିବେ ନାହିଁ ନା....। ସମାନ ଘଟଣା ଏଲନ ମସ୍କଙ୍କ ସହିତ ଘଟିଛି।

ନିକଟରେ ଟେସଲାର ସେୟାରହୋଲ୍ଡରମାନେ ଏଲନ ମସ୍କଙ୍କ ପାଇଁ ୧ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ଦରମା ପ୍ୟାକେଜକୁ ମଞ୍ଜୁର କରି ଦେଇଛନ୍ତି। ଏଭଳି ପ୍ୟାକେଜ ପାଇବା ପରେ ଟେସଲାର ବାର୍ଷିକ ବୈଠକରେ ମସ୍କ ତାଙ୍କର ହ୍ୟୁମାନୋଏଡ୍ ରୋବର୍ଟ ଅପ୍ଟିମସ୍ ସହିତ ଖୁସିରେ ଝୁମି ଯାଇଥିଲେ।

ରୋବର୍ଟ ସହିତ ନୃତ୍ୟ କଲେ ଏଲନ ମସ୍କ

ଏଲନ ମସ୍କ ରୋବର୍ଟ ସହିତ ନୃତ୍ୟ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଲୋକମାନେ ବି ମସ୍କଙ୍କ ନୃତ୍ୟକୁ ପସନ୍ଦ କରିବା ସହିତ ନିଜନିଜ ଆକାଉଣ୍ଟରେ ଭିଡିଓ ସେୟାର କରିଛନ୍ତି।

ମସ୍କଙ୍କୁ ବାନ୍ଧି ରଖିବା ପାଇଁ ଟେସଲାର ପ୍ରୟାସ

ଟେସଲାର ବାର୍ଷିକ ବୈଠକରେ କମ୍ପାନିର ଜଣେ ଶୀର୍ଷ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, ’୭୫ ପ୍ରତିଶତରୁ ଅଧିକ ସେୟାରଧାରୀମାନେ ଏଲନ ମସ୍କଙ୍କ ପାଇଁ ପ୍ରସ୍ତୁତ ଏହି ମେଗା ପେ ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏହି ଚୁକ୍ତି କେବଳ ଏକ ପୁରସ୍କାର ନୁହେଁ ବରଂ ମସ୍କଙ୍କୁ ଦୀର୍ଘ ସମୟ ପାଇଁ ଟେସଲା ସହିତ ବାନ୍ଧି ରଖିବା ପାଇଁ ଏକ ପ୍ରୟାସ।ଆମର ଆଶା ମସ୍କ କମ୍ପାନିକୁ ନବସୃଜନ ଦିଗରେ ଆଗେଇ ନେବେ।

ଟେସଲା ଚାହୁଁନାହିଁ ଯେ ମସ୍କଙ୍କ ପରି ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତା, ଯିଏକି ଏଆଇ ଏବଂ ରୋବଟିକ୍ସରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ କାମ କରୁଛନ୍ତି, ସେ କମ୍ପାନି ଛାଡିଦିଅନ୍ତୁ। ଏହି ପ୍ୟାକେଜର ପ୍ରକୃତ ଉଦ୍ଦେଶ୍ୟ ଆଗାମୀ ସାଢ଼େ ସାତ ବର୍ଷ ନିଶ୍ଚିତ ଯେ ମସ୍କ କମ୍ପାନିର ନେତୃତ୍ୱ ନେବେ। ଯାହା ଆମ ପାଇଁ ଏକ ଆଶ୍ବସ୍ତିର ପ୍ରସଙ୍ଗ।’

ଅଧିକପଢ଼ନ୍ତୁ:ମୃତ ପାଇଲଟଙ୍କ ବାପାଙ୍କୁ ସୁପ୍ରିମକୋର୍ଟ ଦେଲେ ଆଶ୍ବସ୍ତି

ଅଧିକପଢ଼ନ୍ତୁ:କମ୍ବଳ-ବେଡ଼ସିଟ ମାଗିବାରୁ ଯବାନଙ୍କୁ ହତ୍ୟା କଲେ ରେଳ କର୍ମଚାରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe