England gave Team India a target of 166 runs Photograph: (Sambad.in)
ଚେନ୍ନାଇ: ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଶନିବାର ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ଦୁଇଦେଶ ମଧ୍ୟରେ ଖେଳାଯାଉଥିବା ଟି-୨୦ ପାଞ୍ଚଟିକିଆ ସିରିଜ୍ର ଦ୍ବିତୀୟ ମ୍ୟାଚ୍ରେ ମୁହାଁମୁହିଁ ହୋଇଛି।
ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ସହିତ ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ଧାର୍ଯ୍ୟ ୨୦ ଓଭରରେ ଇଂଲଣ୍ଡ ଦଳ ୯ ୱିକେଟ ହରାଇ ୧୬୫ ରନ୍ ସଂଗ୍ରହ କରିଛି। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୧୬୬ ରନ୍ ରହିଛି।
ଅଧିକ ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହ କ୍ଲବରେ ସାମିଲ ହେଲେ ଦୁଇ ଅତିଥି
ଜାମି ସ୍ମିଥ ୧୨ ବଲରେ ୨୨ ରନ୍ର ଭଲ ଇନିଂସ ଖେଳିଥିଲେ । ସେ ତାଙ୍କ ଇନିଂସରେ ଗୋଟିଏ ଚୌକା ଏବଂ ୨ ଛକା ମାରିଥିଲେ ମଧ୍ୟ ଭଲ ଆରମ୍ଭକୁ ଏକ ବଡ଼ ଇନିଂସରେ ପରିଣତ କରିବାରେ ବିଫଳ ହୋଇଥିଲେ। ଏହା ବ୍ୟତୀତ ହ୍ୟାରି ବ୍ରୁକ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍ ଏବଂ ଜାମି ଓଭରଟନଙ୍କ ଭଳି ବ୍ୟାଟ୍ସମ୍ୟାନମାନେ ନିରାଶ ହୋଇଥିଲେ। ତେବେ ନିମ୍ନ କ୍ରମରେ, ବିର୍ଡେନ କେସ୍ ୧୭ ବଲ୍ରେ ୩୧ ରନର ଭଲ ଇନିଂସ ଖେଳିଥିଲେ।
ଭାରତୀୟ ବୋଲରଙ୍କ ମଧ୍ୟରୁ ଅକ୍ଷର ପଟେଲ ଏବଂ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଅର୍ଶଦୀପ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର ଏବଂ ଅଭିଷେକ ଶର୍ମା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଅଧିକ ପଢ଼ନ୍ତୁ: ଆରାକାନ ସେନାର ନିର୍ଯାତନା: ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ରୋହିଙ୍ଗ୍ୟା
Follow Us