England sets 180-run target for South Africa Photograph: (sambad.in)
କରାଚି: ପାକିସ୍ତାନର କରାଚିର ନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଚାମ୍ପିଅନ୍ସ ଟ୍ରଫି-୨୦୨୫ର ଗ୍ରୁପ୍-ବିର ଶେଷ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଥିଲା।
ଇଂଲଣ୍ଡ ୩୮.୨ ଓଭରରେ ଅଲଆଉଟ୍ ହୋଇ ୧୭୯ ରନ୍ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ଲକ୍ଷ୍ୟ ୧୮୦ ରନ୍ ରହିଛି।
ଦକ୍ଷିଣ ଆଫ୍ରିକା ବୋଲିଂର ସାମ୍ନା ନକରି ପାରି ଇଂଲଣ୍ଡ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ବେନ ଡକେଟ ୨୪ ରନ୍ କରିଥିବାବେଳେ ଜୋ ରୁଟ୍ ୩୭ ରନ୍ କରିଥିଲେ। ସେହିପରି ହ୍ୟାରି ବ୍ରୁକ୍ ୧୯ ରନ୍, ଜୋସ ବଟଲର ୨୧ ରନ୍, ଜେମି ଓଭରଟନ୍ ୧୧ ରନ୍, ଜୋଫ୍ରା ଆର୍ଚର ୨୫ ରନ୍ କରିଥିଲେ।
ଅଧିକ ପଢ଼ନ୍ତୁ: ରାଜ୍ୟରେ ମହିଳା ନିର୍ଯାତନାକୁ ନେଇ ସରକାରଙ୍କୁ ଟର୍ଗେଟ୍ କଲା କଂଗ୍ରେସ
ସେହିପରି ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜନସେନ୍ ୩ ୱିକେଟ ନେଇଥିବାବେଳେ କେଶଭ ମହାରାଜ ୨ ୱିକେଟ ନେଇଥିଲେ। ଅପରପକ୍ଷରେ କାଗିସା ମରାବାଡ଼ା ଗୋଟିଏ ୱିକେଟ, ୱଆନ ମୁଲଡର ୩ ୱିକେଟ ନେଇଥିଲେ। ଲୁଙ୍ଗି ଏନଗିଡି ଗୋଟିଏ ୱିକେଟ ନେଇଥିଲେ।
ଅଧିକ ପଢ଼ନ୍ତୁ: ମହାକୁମ୍ଭରୁ ରାହୁଲ-ପ୍ରିୟଙ୍କାଙ୍କ ଦୂରତା: ଆବଶ୍ୟକତା ନା ବାଧ୍ୟବାଧକତା
Follow Us