ଭୟ ଓ ଆତଙ୍କର ଅନ୍ୟ ନାମ କୁହାଯାଉଥିବା କୁଖ୍ୟାତ ଆତଙ୍କବାଦୀ ମୌଲାନା ମାସୁଦ ଆଝାର  ଏକ ପୁରୁଣା କଥାକୁ ମନେ ପକାଇ ଏବେ ବି ଭୟରେ ଶିହିରି ଉଠିଛି । ଘଟଣାଟି ପ୍ରାୟ ୩୦ ବର୍ଷ ତଳେ ଘଟିଥିଲେ ବି ତାହାକୁ ମନେପକାଇଲେ ଏବେ ବି ରାତିରେ ଶୋଇପାରୁନି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଅଡିଓ କ୍ଲିପରେ ନିଜେ ଆଝାର ଏକଥା କହିଛି । ଘଟଣାଟି ବର୍ଣ୍ଣନା କରିବା ବେଳେ ତା ସ୍ବରରୁ ଭୟ, ଆତଙ୍କ ଓ ଦରଦ ସ୍ପଷ୍ଟ ବାରିହେଉଛି ।

Advertisment

ଘଟଣାଟି ଘଟିଥିଲା ୯୦ ଦଶକରେ… ଯେତେବେଳେ ମାସୁଦ ଆଝାର ଜମ୍ମୁର କୋଟ ବଲଓ୍ବାଲ ଜେଲରେ ଥିଲା । ୧୯୯୪ରେ ସେ ଗିରଫ ହେବା ପରେ ତାକୁ  ଶ୍ରୀନଗର ଜେଲରେ ରଖା ନଯାଇ ଉଚ୍ଚ ସୁରକ୍ଷା ବିଶିଷ୍ଟ କୋଟ ବଲଓ୍ବାଲ ଜେଲରେ ରଖାଯାଇଥିଲା । ଏହି ଜେଲରେ ଥିବା ବେଳେ ସେ ଆଉ ଜଣେ ଆତଙ୍କବାଦୀ ସଜ୍ଜାଦ ଆଫଗାନି ସହ ମିଶି ଜେଲ ଭିତରେ ଏକ ସୁଡ଼ଙ୍ଗ ଖୋଳି ଫେରାର ହେବାକୁ ଉଦ୍ୟମ କରିଥିଲା । କିନ୍ତୁ ଏହି ସୁଡ଼ଙ୍ଗ ଦେଇ ଫେରାର ହେବା ସମୟରେ ଜେଲର ସୁରକ୍ଷା ଦାୟିତ୍ବରେ ଥିବା ସିଆରପିଏଫ ଯବାନମାନେ ଉଭୟଙ୍କୁ ଦେଖିପକାଇଥିଲେ । ସୁଡ଼ଙ୍ଗର ଆଗେ ଆଗେ ଆଫଗାନି ଯାଉଥିଲା ଓ ତା ପଛରେ ଥିଲା ଆଝାର । ସୁଡ଼ଙ୍ଗର ବାହାର ପଟେ ଯେତେବେଳେ ଆଫଗାନିର ମୁଣ୍ଡ ବାହାରକୁ ବାହାରିଲା ସେତେବେଳେ ପ୍ରହରା ଦେଉଥିବା ଜଣେ ସିଆରପିଏଫ ଯବାନ ତାକୁ ଦେଖିପକାଇଥିଲେ । ହଠାତ ଏକ ଗୁଳି ଯବାନଙ୍କ ବନ୍ଧୁକରୁ ବାହାରି ଆଫଗାନିର ମୁଣ୍ଡରେ ବାଜିଥିଲା । ସେ ସେହିଠାରେ ହଁ ଟଳିପଡ଼ିଥିଲା । ଏହି ଅଣଓସାରିଆ ସୁଡ଼ଙ୍ଗର ମୁହଁ ପାଖରେ ତାହାର ମୃତଦେହ ପଡିରହିଥଲା । ପଛେ ପଛେ ଆସୁଥିବା ମାସୁଦ ଆଝାର ନା ଆଗକୁ ଯାଇପାରିଲା ନା ପଛକୁ ଫେରିପାରିଲା । ସେହିଠାରେ ହିଁ ଧରାପଡ଼ିଲା । ଯବାନ ଜଣକ ତାକୁ ମଜାରେ କହିଲେ “ମୌଲାନା ସାହେବ.. ଯଦି ଫେରାର ହେବାର ଅଛି, ତେବେ ସୁଡ଼ଙ୍ଗକୁ ଚଉଡ଼ା କର ନଚେତ୍ ନିଜର ପେଟ କମାଅ” । 

ଆହୁରି ପଢନ୍ତୁ : Courage Of Youth: ଯୁବକଙ୍କ ସାହସିକତା: ୪ ଲୁଟେରାଙ୍କୁ କାବୁ କଲେ

ଆଝାରକୁ ପୁଣି ଗିରଫ କରି ଜେଲର ସବୁଠାରୁ କଷ୍ଟକର ସେଲକୁ ନିଆଗଲା । ଏହା ପରେ ତାଉପରେ ଅତ୍ୟାଚାର ଆରମ୍ଭ ହୋଇଗଲା । ତାକୁ ବାନ୍ଧି ଦିଆଯାଇ ଲୁହା ଶିଙ୍କୁଳିରେ ନିର୍ମମଭାବେ ମାଡ଼ ମରାଗଲା । ଏତେ ମାଡ଼ ମରାଗଲା ଯେ ତାହାର ଶରୀର ଫାଟିରକ୍ତ ବାହାରିଲା, ମୁହଁରୁ ବି ରକ୍ତ ବାହରିଲା । ତାପରଦିନ ତାକୁ ଜେରା କରାଗଲା ବେଳେ ବି ସମାନ ପ୍ରକାରର ମାଡ଼ ମରାଗଲା । କିଏ ଫେରାର ହେବାରେ ସାହାଯ୍ୟ କରିଥିଲା ? ଜେଲ ଭିତରକୁ ସୁଡ଼ଙ୍ଗ ଖୋଳିବା ସାମଗ୍ରୀ କିପରି ଆସିଲା ? ଏପରି ପ୍ରଶ୍ନ ପଚାରି ତା ଉପରେ ମାଡ଼ ହେଉଥାଏ। ଖାଲି ମାଡ଼ ମରାଯାଉନଥିଲା, ତାକୁ ଖାଇବାକୁ ଦିଆଯାଉନଥିଲା, ଏପରିକି ପରିସ୍ରା କରିବା ବି ମନା ଥିଲା । ଏ ସଂପର୍କରେ ସେ କହିଛି, “ମାରି ମାରି ମୋତେ ଓ ମୋ ସାଥୀମାନଙ୍କୁ ଡବଲ ରୋଟି ପରି ଫୁଲେଇ ଦେଇଥିଲେ। ତା ସହିତ ଗାଳି ଦେଉଥିଲେ ।”

ଆହୁରି ପଢନ୍ତୁ : India Vs South Africa : ଅସୁସ୍ଥତା ପାଇଁ ଶେଷ ୨ଟି ଟି-୨୦ରୁ ବାଦ ପଡ଼ିଲେ ଅକ୍ଷର ପଟେଲ

ପରେ ୧୯୯୯ ମସିହାରେ ଏୟାରଇଣ୍ଡିଆ ବିମାନ ଅପହରଣ ମାଧ୍ୟମରେ ତାକୁ ଭାରତ ସରକାର ମୁକ୍ତ କରିଥିଲେ । କିନ୍ତୁ ସେଦିନର ନିସ୍ତୁକ ମାଡ଼ କଥା ମନେପକାଇ ଏବେ ବି ଆଖିରୁ ଲୁହ ଝରାଉଛି ଆଝାର । ଏବେ ବି ଆତଙ୍କରେ ଶିହିରି ଉଠୁଛି ଭାରତରେ ଆତଙ୍କ ଖେଳାଉଥିବା ଏହି ଆତଙ୍କବାଦୀ।