Heliconia plant in modi-putins meet Photograph: (sambad.in)
ନୂଆଦିଲ୍ଲୀ: ପୁଟିନଙ୍କ ଦୁଇ ଦିନିଆ ଭାରତ ଗସ୍ତ ଥିବା ବେଳେ ସାରା ଦେଶ ସହ ସାରା ବିଶ୍ବର ନଜର ମୋଦୀ ଏବଂ ପୁଟିନଙ୍କ ଉପରେ ଥିଲା । ଯଦିଏ ଗସ୍ତ ସାରି ପୁଟିନ ଫେରିଯାଇଛନ୍ତି । ହେଲେ ତାଙ୍କ ଗସ୍ତ ବେଳେ ଅନେକ ଘଟଣା ଏବେ ଚର୍ଚ୍ଚା ସାଉଁଟୁଛି । ଯେତେବେଳେ ମୋଦୀ-ପୁଟିନ ବୈଠକ କରୁଥିଲେ ସେତେବେଳେ ଦୁଇ ବିଶ୍ବ ନେତାଙ୍କ ଆଚରଣ, ଉଚ୍ଚାରଣ, ଅଙ୍ଗଭଙ୍ଗୀ, ହାତ ମିଳେଇବା ଏବଂ ସେମାନଙ୍କ ଘୋଷଣା ଉପରେ ସମସ୍ତଙ୍କ ନଜର ଥିବା ବେଳେ ହଠାତ୍ କିନ୍ତୁ ମୋଦୀ-ପୁଟିନଙ୍କ ବୈଠକ ମଝିରେ ଥିବା ଏକ ଫୁଲ ଗଛ ଏବଂ ସେହି ଗଛର କମଳା ରଙ୍ଗର ଫୁଲ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହେଇଗଲା । ଆଉ ଉକ୍ତ ଫୁଲକୁ ନେଇ ଚର୍ଚ୍ଚା ଆରମ୍ଭ ହେଲା । ମୋଦୀ-ପୁଟିନଙ୍କ ବୈଠକରେ କାହିଁକି ସେ ଫୁଲକୁ ଗୁରୁତ୍ବ ଦିଆଗଲା ? କାହିଁକି ମୋଦୀ-ପୁଟିନଙ୍କ ମଝିରେ ସେହି ଫୁଲ ଗଛକୁ ରଖାଗଲା ? କଣ ସେହି ଫୁଲ ପଛର ରହସ୍ୟ ? ତା ଉପରେ ଏବେ ଭାରି ଜୋରରେ ଚର୍ଚ୍ଚା ହେଉଛି ।
ଆହୁରି ପଢନ୍ତୁ- Gifts to Vladimir Putin: ଗୀତା, କାଶ୍ମୀର କେଶର, ରୂପାର ଘୋଡ଼ା… ଜାଣନ୍ତୁ ପୁଟିନଙ୍କୁ ଆଉ କେଉଁ କେଉଁ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଫୁଲର ନାଁ କଣ ?
ମୋଦୀ-ପୁଟିନଙ୍କ ମଝିରେ ଥିଲା ଏହି ଫୁଲର ନାଁ ହେଲିକୋନିଆ । ଦୁଇ ଶୀର୍ଘ ନେତା ଯେତେବେଳେ କଥା ହେଉଥିଲେ । ସେହି ସମୟରେ ସେମାନଙ୍କ ପଛରେ ଥିବା ହେଲିକୋନିଆ ଗଛ ଉପରେ ସମସ୍ତଙ୍କ କ୍ୟାମେରା ପଡିଥିଲା । ଏହି ଗଛର ଉଜ୍ଜ୍ୱଳତା ଏବଂ ଲାଲ-ହଳଦିଆ ରଙ୍ଗ ସମସ୍ତଙ୍କ ହୃଦୟ ଜିଣିବା ସହ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରିଥିଲା।
ଆହୁରି ପଢନ୍ତୁ- Trump Gets A Peace Prize: ଅପେକ୍ଷାର ଅନ୍ତ ଘଟିଲା, ନୋବେଲ ନୁହେଁ ଟ୍ରମ୍ପଙ୍କୁ ଶାନ୍ତି ପୁରସ୍କାର ପ୍ରଦାନ କଲା ଫିଫା
ହୃଦୟ ଜିତିଲା ହେଲିକୋନିଆ
ହେଲିକୋନିଆ ଉଦ୍ଭିଦ ନିଜର ଆକର୍ଷଣୀୟ ରଙ୍ଗ ଏବଂ ଦୀର୍ଘସ୍ଥାୟୀ ଫୁଲ ପାଇଁ ଜଣାଶୁଣା। ଏହି ଉଦ୍ଭିଦକୁ 'ଫଲ୍ସ ବାର୍ଡ ଅଫ୍ ପାରାଡାଇଜ୍' କିମ୍ବା 'ଲବଷ୍ଟର କ୍ଲ' ଭାବରେ ମଧ୍ୟ ଜଣାଶୁଣା। ଏହି ଗଛର ଫୁଲ ଗୁଡିକ ଲାଲ କିମ୍ବା କମଳା ରଙ୍ଗର ଯାହାର ଅଗ୍ରଭାଗରେ ହଳଦିଆ ରଙ୍ଗ ଥାଏ।
ହେଲିକୋନିଆ ପଛର ରହସ୍ୟ
‘ହେଲିକୋନିଆ’କୁ ସକରାତ୍ମକ ଶକ୍ତିର ପ୍ରତୀକ ଭାବେ ଗଣାଯାଏ । ବିକାଶ ଏବଂ ସମୃଦ୍ଧି, ସମାନତା ଏବଂ ସୌହାର୍ଦ୍ଧ୍ୟର ଶ୍ରେଷ୍ଠ ପ୍ରତୀକ ବୋଲି ବି କୁହାଯାଏ । କୌଣସି କାମର ଶୁଭାରମ୍ଭ କିମ୍ବା ଅଗ୍ରଗତିର ପ୍ରତୀକ ସ୍ବରୂପ ଏହି ହେଲିକୋନିଆକୁ ବିଭିନ୍ନ ବୈଠକ, ଶୁଭକାମରେ ବ୍ୟବହାର କରାଯାଏ । ଦେଶ ଦେଶ ଭିତରେ କୌଣସି ଉଚ୍ଚସ୍ତରୀୟ କୂଟନୀତିର ବୈଠକରେ ଏହାକୁ ବୈଠକ ହେଉଥିବା କୋଠରୀରେ ରଖାଯାଏ । ଏହି ଫୁଲ ଗଛ ବୈଠକରେ ସକାରାତ୍ମକତା, ସହଭାଗୀତା ଏବଂ ପ୍ରଗତି ବିଷୟରେ ବାର୍ତ୍ତା ଦିଏ ।
Follow Us