ନୂଆଦିଲ୍ଲୀ: ଦିଲ୍ଲୀର ବହୁଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ଆଜି ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି ରାଉଜ୍ ଆଭେନ୍ୟୁ କୋର୍ଟ। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ସମସ୍ତ ୨୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସିବିଆଇ ଦ୍ୱାରା ଅଣାଯାଇଥିବା ସମସ୍ତ ଅଭିଯୋଗକୁ କୋର୍ଟ ଖାରଜ କରିବା ସହ ଏହା ପଛରେ ପର୍ଯ୍ୟାପ୍ତ ପ୍ରମାଣ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ କୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଆଜି ସିବିଆଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଦୁର୍ନୀତି ମାମଲାରେ ଚାର୍ଜଫ୍ରେମ୍ କରିବାକୁ ମନା କରି ଦେଇଥିବା ଟ୍ରାଏଲ୍ କୋର୍ଟର ବିସ୍ତୃତ ରାୟକୁ ବିରୋଧ କରି କେନ୍ଦ୍ରୀୟ ଏଜେନ୍ସି ଏକ ଫୌଜଦାରୀ ସଂଶୋଧନ ଆବେଦନ ଦାୟର କରିଛି।
Convocation: ସତ୍ୟ ଆଧାରିତ ସାମ୍ବାଦିକତା ପାଇଁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି
ସିବିଆଇର ସମସ୍ତ ଅଭିଯୋଗ ଖାରଜ
ଷଡ୍ଯନ୍ତ୍ରର ପ୍ରମାଣ ନାହିଁ: ଅଦାଲତ
ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ସିବିଆଇ
ଆଜି ରାଉଜ ଆଭେନ୍ୟୁ କୋର୍ଟ୍ର ସ୍ୱତନ୍ତ୍ର ବିଚାରପତି ଜିତେନ୍ଦ୍ର ସିଂହ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ଶୁଣାଣି କରି କହିଛନ୍ତି ଯେ, ସିବିଆଇ ଯେଉଁ ‘ଷଡ୍ଯନ୍ତ୍ର’ ଅଭିଯୋଗ ଆଣିଥିଲା, ତାହାକୁ ପ୍ରମାଣିତ କରିବାରେ ଏଜେନ୍ସି ସମ୍ପୂର୍ଣ୍ଣ ବିଫଳ ହୋଇଛି। ମନୀଷ ସିସୋଦିଆଙ୍କ କ୍ଷେତ୍ରରେ କୌଣସି ‘ଅାପରାଧିକ ଉଦ୍ଦେଶ୍ୟ’ ନଥିବା କୋର୍ଟ କହିଛନ୍ତି। ଏହାସହ ଅରବିନ୍ଦ କେଜ୍ରିୱାଲଙ୍କ ନାମ ପ୍ରଥମ ତିନୋଟି ଚାର୍ଜସିଟ୍ରେ ନଥିବା ଏବଂ କେବଳ ଚତୁର୍ଥ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ରେ ତାଙ୍କୁ ଅଭିଯୁକ୍ତ କରାଯାଇଥିବା ପ୍ରସଙ୍ଗକୁ ମଧ୍ୟ କୋର୍ଟ ଗମ୍ଭୀରତାର ସହ ନେଇଛନ୍ତି।
Forest Fire: ଜଂଗଲ ବିଭାଗର ସଚେତନ ସତ୍ତ୍ବେ ବଣରେ ଲାଗୁଛି ନିଆଁ
କୋର୍ଟ ରାୟ ପରେ ଅରବିନ୍ଦ କେଜ୍ରିୱାଲ ଭାବପ୍ରବଣ ହୋଇପଡ଼ିଥିଲେ। ସେ ନିଜ ସମର୍ଥକଙ୍କୁ ସମ୍ବୋଧିତ କରି କହିଛନ୍ତି, ମୁଁ ଦୁର୍ନୀତିଗ୍ରସ୍ତ ନୁହେଁ। କୋର୍ଟ ଆଜି ପ୍ରମାଣ କରିଦେଲେ ଯେ କେଜ୍ରିୱାଲ ଏବଂ ସିସୋଦିଆ ସଚ୍ଚୋଟ। ଅନ୍ୟପକ୍ଷରେ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏହାକୁ ‘ଶିବ ଶକ୍ତି’ର ଆଶୀର୍ବାଦ ଓ ସତ୍ୟର ଜୟ ବୋଲି କହିଛନ୍ତି। କୋର୍ଟ ଆଜି କେଜ୍ରିୱାଲ, ମନୀଷ ସିସୋଦିଆ ସମେତ କେ. କବିତା, ବିଜୟ ନାୟାର, ଅଭିଷେକ ବୋଇନପଲ୍ଲୀ, ଅରୁଣ ରାମଚନ୍ଦ୍ର ପିଲ୍ଲାଇ, ଅମନଦୀପ ସିଂହ, କୁଲଦୀପ ସିଂହ, ନରେନ୍ଦ୍ର ସିଂହ, ମୁଥା ଗୌତମ ପ୍ରମୁଖ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/28/dgdagdgzvc-2026-02-28-01-22-31.jpg)