Advertisment

Vande Bharat Express: ପୁଣି ବଦନାମ ବନ୍ଦେ ଭାରତ ଏକ୍ସପ୍ରେସ୍ ! ଏକ୍ସପାଏରି ସସକୁ ନେଇ ଦାମୀ ଟ୍ରେନରେ ପ୍ରବଳ ହଙ୍ଗାମା…

Advertisment

ବନ୍ଦେ ଭାରତ ଏକ୍ସପ୍ରେସ୍  ଯାଉଛନ୍ତି କି ? ଟ୍ରେନରେ ମିଳୁଥିବା ଖାଦ୍ୟକୁ ଭଲରେ ଦେଖନ୍ତୁ । ଦିଆଯାଉଥିବା ଖାଦ୍ୟ ଖାଇବା ପୂର୍ବରୁ ଯାଞ୍ଚ କରନ୍ତୁ । ନହେଲେ ଆପଣ ଖାଇପାରନ୍ତି ଏକ୍ସପାଏରି ଖାଦ୍ୟ । ସାମ୍ନାକୁ ଆସିଲା ଏକ୍ସପାଏରି ଖାଦ୍ୟର ସାଙ୍ଘାତିକ ସତ

ବନ୍ଦେ ଭାରତ ଏକ୍ସପ୍ରେସ୍  ଯାଉଛନ୍ତି କି ? ଟ୍ରେନରେ ମିଳୁଥିବା ଖାଦ୍ୟକୁ ଭଲରେ ଦେଖନ୍ତୁ । ଦିଆଯାଉଥିବା ଖାଦ୍ୟ ଖାଇବା ପୂର୍ବରୁ ଯାଞ୍ଚ କରନ୍ତୁ । ନହେଲେ ଆପଣ ଖାଇପାରନ୍ତି ଏକ୍ସପାଏରି ଖାଦ୍ୟ । ସାମ୍ନାକୁ ଆସିଲା ଏକ୍ସପାଏରି ଖାଦ୍ୟର ସାଙ୍ଘାତିକ ସତ

Vande Bharat Express

Vande Bharat Express Photograph: (sambad.in)

ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସ୍  ଯାଉଛନ୍ତି କି ? ଟ୍ରେନରେ ମିଳୁଥିବା ଖାଦ୍ୟକୁ ଭଲରେ ଦେଖନ୍ତୁ । ଦିଆଯାଉଥିବା ଖାଦ୍ୟ ଖାଇବା ପୂର୍ବରୁ ଯାଞ୍ଚ କରନ୍ତୁ । ନହେଲେ ଆପଣ ଖାଇପାରନ୍ତି ଏକ୍ସପାଏରି ଖାଦ୍ୟ । ସାମ୍ନାକୁ ଆସିଲା ଏକ୍ସପାଏରି ଖାଦ୍ୟର ସାଙ୍ଘାତିକ ସତ । ଟ୍ରେନରେ ଏକ୍ସପାଏରି ସସ୍ ଧରି ହଙ୍ଗାମା କଲେ ଯାତ୍ରୀ । 

ଏକ୍ସପାଏରି ସସକୁ ନେଇ ଯାତ୍ରୀଙ୍କ ଜୋରଦାର ହଙ୍ଗାମା । ବନ୍ଦେ ଭାରତ ଏକ୍ସପ୍ରେସରେ ହୋହଲ୍ଲା କଲେ ଯୁବକ । ଖାଇବାକୁ ଯାଉଥିଲେ, ହଠାତ୍ ଚିହିଁଙ୍କି ଉଠିଲେ । କ୍ୟାଚଅପର ତାରିଖ ଦେଖି ଅଚାନକ ଚିଲେଇଲେ । ମାସେ କି ଦୁଇ ମାସ୍ ନୁହେଁ ବରଂ ଟ୍ରେନରେ ଦିଆଯାଇଥିବା ସସ୍ ୨-୩ ବର୍ଷ ତଳର ବୋଲି ଅଭିଯୋଗ ଆଣିଥିଲେ ଯାତ୍ରୀ । ଦାମୀ ଟ୍ରେନରେ ଯାତ୍ରୀଙ୍କୁ ଏକ୍ସପାଏରି ସସ୍ ଦିଆଯାଉଥିବା ନେଇ ସଙ୍ଗୀନ୍ ଅଭିଯୋଗ ଆସିବା ପରେ ନିଆଁ ପରି ଉକ୍ତ ଭିଡ଼ିଓ ଭାଇରାଲ ହେଉଛି । ଯାହା ବନ୍ଦେ ଭାରତ ଏକ୍ସପ୍ରେସର ଖାଦ୍ୟର ମାନ ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇଛି ।

ତେବେ ଟ୍ରେନଟି ଗୋରଖପୁରରୁ ପାଟଣା ଯାଉଥିବା ବେଳେ ଯାତ୍ରୀ ଜଣଙ୍କ ଏକ୍ସପାଏରି ସସକୁ ନେଇ ଆପତ୍ତି ଉଠାଇଥିଲେ । ଯୁବକ ଜଣଙ୍କ ସାଙ୍ଘାତିକ ଅଭିଯୋଗ ଆଣିବା ବେଳେ ଭିଡିଓ କରୁଥିଲେ ଯେଉଁଠି ଆରପିଏଫର ଜଣେ କର୍ମଚାରୀ ଘଟଣାକୁ ବଡ଼ ଧରଣର ନକରିବାକୁ କହୁଛନ୍ତି ଆଉ ଏକ୍ସପାଏରି ସସ୍ ନେଇ ଟିଟିଇ ଚୁପ୍ ରହୁଛନ୍ତି । ତେବେ ଘଟଣାଟି କେବେ ଯଦିଓ ସ୍ପଷ୍ଟ ହେଉନି ମାତ୍ର ଏହା ଇଣ୍ଟରନେଟରେ ଏବେ ଖୁବ୍ ଭାଇରାଲ୍ ହେଉଛି ଏବଂ ଏହା ୨୦୨୫ର ବୋଲି କେହି କେହି କହୁଛନ୍ତି ।

ଆହୁରି ପଢନ୍ତୁ- Dharmendra Pradhan: ଉତ୍ତରଦାୟିତ୍ୱ ସ୍ଥିର ହେବ, କାର୍ଯ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

ତେବେ ଖାଲି ଏକ୍ସପାଏରି ସସ୍ ନୁହେଁ ପୂର୍ବରୁ ମଧ୍ଯ ଅନେକ ଥର ଖାଦ୍ୟ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍ ବଦନାମ ହୋଇଛି । କେବେ ପାଣିଆ ଡାଲି ପାଇଁ ତ କେବେ ଖାଦ୍ୟରେ ଅସରପା ଏବଂ ପୋକ ବାହାରିବା ପାଇଁ ବଦନାମ୍ ମୁଣ୍ଡେଇଛି । ଆଉ ଏବେ ଏକ୍ସପାଏରି ସସ୍ ପାଇଁ ପୁଣି ବଦନାମ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ।

ଆହୁରି ପଢନ୍ତୁ- Police: ପଶ୍ଚିମବଙ୍ଗ ପୁଲିସ କର୍ମଚାରୀଙ୍କୁ ଠେଲାପେଲା ଘଟଣାରେ କାର୍ଯ୍ୟାନୁଷ୍ଠାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe