funeral Photograph: (sambad.in)
ଭୋପାଲ: ସମ୍ମାନ ପାଇଁ ଶବ ସାଜିଲା ଝିଅ । ପ୍ରେମ କରି ବାହା ହେଲା ବୋଲି ଝିଅକୁ ଶବ ସଜେଇଦେଲେ ପରିବାର ଲୋକେ । ଆଉ କୋକେଇ କାନ୍ଧେଇ ଶ୍ମଶାନରେ କୁଶପୁତ୍ତଳିକା ଜାଳିଲେ । ସତ ପ୍ରେମ ବିବାହର ମିଛ ଶବସତ୍କାର ଏବେ ଚର୍ଚ୍ଚା ସୃଷ୍ଟି କରିଛି ଆଉ ପ୍ରେମ ବିବାହକୁ ବିରୋଧର ଏ ପ୍ରତିକାତ୍ମକ ଛବି ସମାଜରେ ପ୍ରେମୀ ଯୁଗଳଙ୍କ ପାଇଁ ଏକ ନକରାତ୍ମକ ଦିଗ ତିଆରିଛି । ଝିଅ ପରିବାରକୁ ବଦନାମ କରିବା ପରେ ତା ସହ ପରିବାର ଲୋକେ କେମିତି ଘୃଣ୍ୟ ବ୍ୟବହାର କରିପାରନ୍ତି ତାର କରୁଣ ଚିତ୍ର ଆସିଛି ମଧ୍ଯପ୍ରଦେଶରୁ…
ଆହୁରି ପଢନ୍ତୁ- Bangladesh Violence: ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା, ବଢି ଚାଲିଛି ଅତ୍ୟାଚାର....
ପ୍ରେମ କରିବା କଣ ପାପ ?
ମଧ୍ଯପ୍ରଦେଶ ବିଦିଶା ଅଞ୍ଚଳର ୨୩ ବର୍ଷର ଯୁବତୀ ନିଜ ପରିବାର ବିରୋଧରେ ଯାଇ ନିଜ ପ୍ରେମିକକୁ ବିବାହ କରିବା ପରେ ଏଭଳି କରୁଣ ପରିଣତି ଦେଖିବାକୁ ମିଳିଛି । ଯୁବତୀ କବିତା କୁଶଓ୍ଵାହାଙ୍କ ବିବାହ ପରିବାର ଲୋକେ ଅନ୍ୟତ୍ର ଠିକ୍ କରିଥିଲେ । ମାତ୍ର କବିତା ପରିବାର ଲୋକଙ୍କ କଥାରେ ରାଜି ନହୋଇ ନିଜ ପ୍ରେମିକ ସହ ଘରୁ ପଳାଇ ଯାଇଥିଲେ । ଝିଅକୁ ଖୋଜାଖୋଜି କରିବା ପରେ ପୋଲିସ ସାହାଯ୍ଯରେ ପରିବାର ଲୋକେ ଯୁବତୀଙ୍କ ଠିକଣା ପାଇଥିଲେ ବି ଝିଅ କିନ୍ତୁ ଘରକୁ ଫେରିବାକୁ ରାଜି ନଥିଲେ । ସେ ଯାହାକୁ ଭଲପାଉଛନ୍ତି ତାଙ୍କୁ ସେ ବିବାହ କରିଥିବା କଥା ସିଧାସିଧା କବିତା ଶୁଣାଇଦେବା ପରେ ନିଜ ପରିବାର ଲୋକେ ସଙ୍ଗେସଙ୍ଗେ ତାଙ୍କୁ ପ୍ରତ୍ୟାଖାନ କରିଥିଲେ ଆଉ ବଞ୍ଚି ଥାଉ ଥାଉ ପରିବାର ପାଇଁ ଝିଅ ମରିଯାଇଥିବା ଘୋଷଣା କରିଥିଲେ ।
ଆହୁରି ପଢନ୍ତୁ- Pakistan Threatened India: ପାକିସ୍ତାନ, ବାଂଲାଦେଶ ଏବଂ ଚୀନ୍ ଏକାଠି ଭାରତ ଉପରେ ଆକ୍ରମଣ କଲେ ବିଜୟ ନିଶ୍ଚିତ: ପାକ୍ ନେତା
ସତ ପ୍ରେମର ମିଛ ଶବସତ୍କାର…
ତେବେ ସେତିକିରେ ସରିନଥିଲା ପରିବାରର ରାଗ । ଝିଅ ସେମାନଙ୍କ ପାଇଁ ମରିଯାଇଛି ବୋଲି ପରିବାର ଲୋକେ ଏକ ପ୍ରତୀକାତ୍ମକ ଶବ ଶୋଭାଯାତ୍ର ବି କରିଥିଲେ । ଝିଅର ଶେଷକୃତ୍ୟ କରିବାକୁ ନିଷ୍ପତ୍ତି ନେଇ ଅଟାରେ କବିତାଙ୍କ ମୃତଦେହ ତିଆରି କରି ତାକୁ କୋକେଇରେ ମଶାଣୀ ନେଇଥିଲେ । ଯେଉଁଠାରେ ରୀତିନୀତି ଅନୁସାରେ ଜୁଇ ଜାଳି ଅନ୍ତିମ ସଂସ୍କାର କରିଥିଲେ । ବଞ୍ଚି ଥାଉ ଥାଉ ଝିଅକୁ ଶୁଦ୍ଧି ହେବା ଘଟଣା ତ ଆପଣ ପୂର୍ବରୁ ଅନେକ ଶୁଣିଥିବେ ହେଲେ ଜୀବନ ଥାଉ ଥାଉ ଝିଅର ଶବ ଶୋଭାଯାତ୍ର କରିବା ଏବଂ ତାର କୁଶପୁତ୍ତଳିକାକୁ ଶ୍ମଶାନରେ ଜାଳିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
Follow Us