anmol-bishnoi Photograph: (@sambad.in)
ନୂଆଦିଲ୍ଲୀ: ଭାରତର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଆମେରିକା ସରକାର ପ୍ରତ୍ୟାର୍ପିତ କରିଛନ୍ତି। ଏହାପରେ ତାକୁ ଭାରତ ଅଣାଯିବାର ବ୍ୟବସ୍ଥା ହୋଇଛି। ନଭେମ୍ବର ୧୯ରେ ବିଷ୍ଣୋଇ ଦିଲ୍ଲୀରେ ପହଞ୍ଚିବ।
ଦେଶରେ ୩୨ରୁ ଅଧିକ ଅପରାଧିକ ମାମଲା ପଞ୍ଜିକୃତ
ତଦନ୍ତକାରୀଙ୍କ ଅନୁଯାୟୀ, ଅନମୋଲ ବିଷ୍ଣୋଇ ବିରୁଦ୍ଧରେ ସାରା ଦେଶରେ ୩୨ରୁ ଅଧିକ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି, ଯାହା ମଧ୍ୟରୁ ୨୦ ଟି ରାଜସ୍ଥାନରେ ଅଛି। ଏହି ମାମଲାରେ ଦାଦାବଟି ଆଦାୟ, ଅପହରଣ, ହତ୍ୟା ଚେଷ୍ଟା ଏବଂ ଟାର୍ଗେଟେଡ୍ କିଲିଂ ଭଳି ଗମ୍ଭୀର ଅପରାଧ ଜଡିତ।ଏଥିମଧ୍ୟରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏବଂ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମଧ୍ୟ ଜଡ଼ିତ ରହିଛି।
ଅନମୋଲ ଭାରତ ଫେରିବାକୁ ନେଇ ବିଷ୍ଣୋଇର ସମ୍ପର୍କୀୟ ଭାଇ କହିଛନ୍ତି, "ଆଇନ ତା'ର କାମ କରିବ। ଏଥିରେ କୌଣସି ପ୍ରକାର ବାଧା ଉପୁଜିବ ନାହିଁ। ଆମ ପରିବାର ଆଇନକୁ ପୂର୍ବରୁ ହିଁ ସମ୍ମାନ କରି ଆସିଛି ଓ କରିବ ମଧ୍ୟ। ଅନମୋଲ ନିର୍ଦ୍ଦୋଷ। ତାକୁ କେବଳ ଲରେନ୍ସର ସାନ ଭାଇ ହୋଇଥିବାରୁ ଦଣ୍ଡ ଦିଆଯାଉଛି। ଆମର ସମାଜ ଅହିଂସା ଉପରେ ବିଶ୍ୱାସୀ।
ଲରେନ୍ସର ଭାଇ ହୋଇଥିବାରୁ ପାଉଛି ଦଣ୍ଡ
ବାବା ସିଦ୍ଦିକି କିମ୍ବା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ଅନମୋଲ ଜଡ଼ିତ ଅଛି ସେ କଥା ଆମ ପରିବାର ବିଶ୍ବାସ ବି କରି ପାରୁ ନାହୁଁ। ଅନମୋଲ ଅନେକ ସମୟରେ କହିଛି ସେ ଲରେନ୍ସର ଭାଇ ହୋଇଥିବାରୁ ଅପରାଧ ନକରିବି ଦଣ୍ଡ ପାଉଛି। ଆମ ପରିବାରର ଏପରି କୌଣସି ରେକର୍ଡ ନାହିଁ। ଆମର ପରିବାର ସାଧୁମାନଙ୍କ ପରିବାର।"
ଭାରତ ଫେରିବା ପରେ ଅନମୋଲକୁ ତା’ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରସଙ୍ଗରେ ପଚରାଉଚରା କରାଯିବା । ଏହାପରେ ସତ୍ୟ କ’ଣ ତାହା ନିଶ୍ଚିତ ଭାବରେ ବାହାରକୁ ଆସିବ। କାାରଣ ସମୟ ସମୟରେ ଅପରାଧ ଜଣେ କରିଥିବା ବେଳେ ଅନ୍ୟ ଜଣେ ଏହାର ଦୋଷ ମୁଣ୍ଡାଇ ବୁଲୁଥାଏ ବର୍ଷବର୍ଷ ଧରି ଦଣ୍ଡପାଉଥାଏ। ତେଣୁ ମାମଲାର ନିଶ୍ଚିତ ଭାବେ ତଦନ୍ତ ହେବା ଜରୁରୀ।’
ଅଧିକପଢ଼ନ୍ତୁ:ଭାରତ ଅଣାଯାଉଛି ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇ
ଅଧିକପଢ଼ନ୍ତୁ:ରାସ୍ତା ପାରି ହେଉଥିବା ବେଳେ ପିଟିଲା ଗାଡ଼ି: ଘଟଣାସ୍ଥଳରେ ପ୍ରାଣ ହରାଇଲେ ଓଏସଆରଟିସି ଜିଲ୍ଲା ପରିଚାଳକ
Follow Us