100 grams of gold: ଫରିଦାବାଦ: ୧୦୦ ଗ୍ରାମ ସୁନାକୁ ଅଳିଆ ଭାବି ଫିଙ୍ଗି ଦେଇଥିଲେ, ୪ ମାସ ପରେ ଫେରାଇଲେ ସ୍କ୍ରାପ୍‌ ଡିଲର

Advertisment

ଫରିଦାବାଦର ଜଣେ ବ୍ୟକ୍ତି ଦୀପାବଳି ସମୟରେ ଘର ସଫେଇବେଳେ ଭୁଲ୍‌ରେ ସୁନା ଅଳଙ୍କାରକୁ ଅଳିଆ ଭାବେ ଫିଙ୍ଗି ଦେଇଥିଲେ। ୧୦୦ ଗ୍ରାମ ମୂଲ୍ୟର ଏହି ସୁନାକୁ ସେ ଚାରି ମାସ ପରେ ପାଇବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା‌ର ବିଷୟ ହୋଇଛି।

ଫରିଦାବାଦର ଜଣେ ବ୍ୟକ୍ତି ଦୀପାବଳି ସମୟରେ ଘର ସଫେଇବେଳେ ଭୁଲ୍‌ରେ ସୁନା ଅଳଙ୍କାରକୁ ଅଳିଆ ଭାବେ ଫିଙ୍ଗି ଦେଇଥିଲେ। ୧୦୦ ଗ୍ରାମ ମୂଲ୍ୟର ଏହି ସୁନାକୁ ସେ ଚାରି ମାସ ପରେ ପାଇବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା‌ର ବିଷୟ ହୋଇଛି।

100 grams of gold

100 grams of gold Photograph: (sambad.in)

ଫରିଦାବାଦ: ଫରିଦାବାଦର ଜଣେ ବ୍ୟକ୍ତି ଦୀପାବଳି ସମୟରେ ଘର ସଫେଇବେଳେ ଭୁଲ୍‌ରେ ସୁନା ଅଳଙ୍କାରକୁ ଅଳିଆ ଭାବେ ଫିଙ୍ଗି ଦେଇଥିଲେ। ୧୦୦ ଗ୍ରାମ ମୂଲ୍ୟର ଏହି ସୁନାକୁ ସେ ଚାରି ମାସ ପରେ ପାଇବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା‌ର ବିଷୟ ହୋଇଛି। ଜଣେ ସ୍କ୍ରାପ୍‌ ଡିଲର ୧୫ ଲକ୍ଷ ଟଙ୍କାର ଏହି ସବୁ ସାମଗ୍ରୀ ଫେରାଇଥିବାରୁ ସମସ୍ତେ ତାଙ୍କର ସଚ୍ଚୋଟତାର ପ୍ରଶଂସା କରିଛନ୍ତି। ଅଶୋକ ଶର୍ମା ନାମକ ଜଣେ ବ୍ୟକ୍ତି ଦୀପାବଳି ସମୟରେ ଘରର ପୁରୁଣା ଭଙ୍ଗାରୁଜା ସାମଗ୍ରୀ ସ୍କ୍ରାପ୍‌ ଡିଲରକୁ ବିକ୍ରି କରିଦେଇଥିଲେ।

ଅଳିଆ ଭାବି ସ୍କ୍ରାପ୍‌ ଡିଲରକୁ ବିକି ଦେଇଥିଲେ

ଗତବର୍ଷ ଜାନୁଆରିରେ ଶର୍ମାଙ୍କ ପରିବାର କୁମ୍ଭମେଳା ବୁଲିବାକୁ ଯାଇଥିଲେ। ଚୋରି ନ ହେବା ପାଇଁ ଘରର ସମସ୍ତ ସୁନା ଅଳଙ୍କାର ଏକ ବାକ୍ସରେ ପୂରାଇ ଏକ ବସ୍ତାରେ ଭରି କରି ରଖି ଦେଇଥିଲେ। କୁମ୍ଭମେଳାରୁ ଫେରିବା ପରେ ସେମାନେ ଏକଥା ଭୁଲି ଯାଇଥିଲେ। ଦୀପାବଳି ସମୟରେ ଘର ସଫାସଫି କରିବା‌ବେଳେ ଏହି ବସ୍ତାକୁ ଭୁଲରେ ସେମାନେ ଅଳିଆ ଭାବି ସ୍କ୍ରାପ୍‌ ଡିଲରକୁ ବିକି ଦେଇଥିଲେ।

ଚାରି ମାସ ପରେ ମିଳିଲା ସୁନା

ଶର୍ମାଙ୍କ ପରିବାର ଏ ବିଷୟରେ ଜାଣିବା ପରେ ସ୍କ୍ରାପ୍‌ ଡିଲରଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ସ୍କ୍ରାପ୍‌ ଡିଲର ସେତେବେଳେ ସାମଗ୍ରୀ କେଉଁଠି ଅଛି ଠାବ କରିପାରିନଥିଲେ ଓ ଶର୍ମାଙ୍କ ପରିବାର ନିରାଶ ହୋଇ ଫେରିଥିଲା। ଚାରି ମାସ ପରେ ସ୍କ୍ରାପ ଡିଲର ହାଜି ଅଖତାର ଖାନ୍‌ ଅଳିଆ ଭିତରୁ କାଗଜରେ ଗୁଡ଼ା ହୋଇଥିବା ସୁନା ଅଳଙ୍କାର ସବୁ ପାଇଥିଲେ। ବିଳମ୍ବ ନ କରି ସେ ବଲ୍ଲଭଗଡ଼ ପୁଲିସକୁ ନେଇ ତାହା ହସ୍ତାନ୍ତର କରିଥିଲେ। ପୁଲିସ ଏହାକୁ ଶର୍ମା ପରିବାରକୁ ହସ୍ତାନ୍ତର କରିଛି। ବଲ୍ଲଭଗଡ଼ ଏସିପି ଜିତେଶ ମଲହୋତ୍ରା ଖାନ୍‌ଙ୍କ ସଚ୍ଚୋଟତାର ପ୍ରଶଂସା କରିଛନ୍ତି। ଖାନ୍‌ କହିଥିଲେ, ସୁନା ଅଳଙ୍କାର ପାଇବା ପରେ ଏହାର ପ୍ରକୃତ ମାଲିକଙ୍କ ଫେରାଇବାକୁ ନିଷ୍ପତ୍ତି ନେଇଥିଲି ଓ ମୋ ପରିବାର ମୋତେ ଏଥିରେ ସମର୍ଥନ କରିଥିଲା।

ଆହୁରି ପଢ଼ନ୍ତୁ: 39 Poachers Surrendered ଶିମିଳିପାଳ ଅଭୟାରଣ୍ୟରେ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କଲେ ୩୭ ଶିକାରୀ, ୯ଟି ବନ୍ଧୁକ ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe