ମୁମ୍ବାଇ: ଆଗାମୀ ବର୍ଷ ଭାରତ ଏବଂ ଶ୍ରୀଲଙ୍କାରେ ହେବାକୁ ଥିବା ଟି-୨୦ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ତେବେ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀକୁ ନେଇ ବିବାଦ ଦେଖାଦେଇଛି। ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚଳିତ ଟି-୨୦ ବିଶ୍ୱକପର ଫାଇନାଲ ଆୟୋଜନ ପାଇଁ ଅହମଦାବାଦକୁ ଚୟନ କରିବା ପାଇଁ ସମାଲୋଚନା କରିଛନ୍ତି ଏବଂ ଏହା ପକ୍ଷପାତିତାପୂର୍ଣ୍ଣ ରାଜନୀତି ବୋଲି ଅଭିଯୋଗ ଆଣିଛନ୍ତି।

Advertisment

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ପ୍ରଶ୍ନ ଉଠାଇଛନ୍ତି ଯେ, ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା T20 ବିଶ୍ୱକପ୍ ଫାଇନାଲ୍ ପାଇଁ ମୁମ୍ବାଇ କାହିଁକି ସ୍ଥାନ ହୋଇପାରିଲା ନାହିଁ।

ଆହୁରି ପଢ଼ନ୍ତୁ:Union Cabinet Decisions: ଚୀନ୍‌କୁ ପାନେ ଦେବାକୁ ଯୋଜନା: ବିରଳ ଧାତୁ ଚୁମ୍ବକ ପାଇଁ ୭୨୮୦ କୋଟି ଟଙ୍କା ନିବେଶ ପ୍ରସ୍ତାବକୁ ଅନୁମୋଦନ

ଫାଇନାଲ୍ ମୁମ୍ବାଇରେ କାହିଁକି ନୁହେ?

ସେ କହିଛନ୍ତି ପ୍ରତ୍ୟେକ ଫାଇନାଲ୍ ଅହମଦାବାଦରେ ଆୟୋଜନ କରିବାର କ୍ରେଜ୍ କ'ଣ? ଏହା କ'ଣ ଏକ ପାରମ୍ପରିକ କ୍ରିକେଟ୍ ସ୍ଥାନ ? ମୁମ୍ବାଇ କାହିଁକି ନୁହେଁ? ୱାଙ୍ଖଡେ (ମୁମ୍ବାଇର ଷ୍ଟାଡିୟମ୍) ଟି-୨୦ ବିଶ୍ୱକପ୍ ଫାଇନାଲ୍ ପାଇଁ ସର୍ବୋତ୍ତମ ସ୍ଥାନ। ଅହମଦାବାଦ ଷ୍ଟାଡିୟମ୍ ପୂର୍ବରୁ ଏକ ବିଶ୍ୱକପ୍ ଫାଇନାଲ୍ ଆୟୋଜନ କରିସାରିଛି। ଆଶା କରୁଛି, ଆଇସିସି ରାଜନୀତି ଏବଂ ପକ୍ଷପାତିତାରେ ଲିପ୍ତ ହେବ ନାହିଁ।

ସେ କହିଛନ୍ତି ଯେ, ଭାରତର ଅନ୍ୟ ସ୍ଥାନଗୁଡ଼ିକ ମଧ୍ୟ ଫାଇନାଲ୍ ଆୟୋଜନ କରିବାକୁ ସକ୍ଷମ।  ଇଡେନ୍ ଗାର୍ଡେନ୍ସ (କୋଲକାତା), ଏମଏ ଚିଦାମ୍ବରମ୍ ଷ୍ଟାଡିୟମ୍ (ଚେନ୍ନାଇ), ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମ୍ (ମୋହାଲି) ଟି-୨୦ ବିଶ୍ୱକପ୍ ଫାଇନାଲ୍ ଆୟୋଜନ ପାଇଁ ଉତ୍କୃଷ୍ଟ ସ୍ଥାନ। କିନ୍ତୁ ହଠାତ୍ ଏହି ପକ୍ଷପାତିତାର ରାଜନୀତି ଯୋଗୁ ଆମ ସହିତ ଅନ୍ୟାୟ କରାଯାଉଛି।

ଦକ୍ଷିଣ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ୩୩,୫୦୦ ଲୋକଙ୍କ ବସିବା କ୍ଷମତା ଥିବା ବେଳେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକକାଳୀନ ୧.୩୨ ଲକ୍ଷ ଦର୍ଶକ ବସିପାରିବେ।

ଆହୁରି ପଢ଼ନ୍ତୁ:Mizoram-Manipur's Bnei Menashe to Return Israel: ମିଜୋରାମ-ମଣିପୁରରୁ ଇହୁଦୀଙ୍କର ହଜିଲା ଜନଜାତିଙ୍କୁ ଫେରାଇ ନେବେ ନେତାନ୍ୟାହୁ

ସୂଚନାଯୋଗ୍ୟ, ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ ୨୦୨୬ ଫେବ୍ରୁଆରି ୭ ତାରିଖରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଆଠଟି ସ୍ଥାନରେ (ଭାରତରେ ପାଞ୍ଚ ଏବଂ ଶ୍ରୀଲଙ୍କାରେ ତିନୋଟି) ଅନୁଷ୍ଠିତ ହେବ। ବିଶ୍ୱକପ୍ ମ୍ୟାଚ୍ ଦିଲ୍ଲୀ, କୋଲକାତା, ଅହମଦାବାଦ, ଚେନ୍ନାଇ, ମୁମ୍ବାଇ, କଲମ୍ବୋ ଏବଂ କାଣ୍ଡିରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୫୫ଟି ମ୍ୟାଚ୍ ଖେଳାଯିବ।