Bus gutted fire in Kurnool district of Andhra Pradesh. Photograph: (File photo)
କୁର୍ଣ୍ଣୁଲ: ରାଜସ୍ଥାନରେ ଗତ ୧୪ ତାରିଖ ଦିନ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଦେଶବାସୀ ଭୁଲିପାରି ନଥିବା ବେଳେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଆଜି ସକାଳୁ ସମାନ ପ୍ରକାରର ପରିସ୍ଥିତି ଦେଖିବାକୁ ମିଳିଛି। ଯାତ୍ରୀବାହୀ ବସ୍ରେ ଅଗ୍ନିକାଣ୍ଡ ହେବାରୁ ଏଥିରେ ଅନେକ ଯାତ୍ରୀମାନଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ହାଇଦ୍ରାବାଦ-ବେଙ୍ଗାଲୁରୁ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୁର୍ଣ୍ଣୁଲ ମଣ୍ଡଳର ଚିନ୍ନାତେକୁର ଅଞ୍ଚଳରେ ଏକ ବସରେ ନିଆଁ ଲାଗିଯିବାରୁ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ଟି କିଛି ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ ଜଳିଯାଇଥିଲା। ପରେ ଅଗ୍ନିଶମ ବିଭାଗର ଆଗ୍ନିକମାନେ ପହଞ୍ଚିବାରୁ ନିଆଁକୁ ନିୟନ୍ତ୍ରଣ କରାଯାଇଛି।
ବସ୍ରେ ଥିଲେ ୪୨ ଜଣ ଯାତ୍ରୀ
ପ୍ରାଥମିକ ସୂଚନା ଅନୁଯାୟୀ, ବେଙ୍ଗାଲୁରୁ-ହାଇଦ୍ରାବାଦ ରାଜପଥରେ କାଳେଶ୍ୱରମ୍ ଟ୍ରାଭେଲ୍ସ ବସ୍ ଏକ ବାଇକ୍ ସହିତ ଧକ୍କା ହୋଇଥିଲା, ଯାହା ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ପୁଲିସ କହିଛି ଯେ, ଦୁର୍ଘଟଣା ସମୟରେ ଡ୍ରାଇଭର ଏବଂ ସହାୟକ ସମେତ ମୋଟ ୪୨ ଜଣ ଯାତ୍ରୀ ଥିଲେ। ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ: ଯୋଧପୁରରେ ଜଳିଗଲା ବସ୍: ୨୦ ଜୀବନ୍ତଦଗ୍ଧ
ଦୁଃଖ ପ୍ରକାଶ କଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି, କୁର୍ଣ୍ଣୁଲ ଜିଲ୍ଲାର ଚିନ୍ନାତେକୁର ଗାଁ ନିକଟରେ ଘଟିଥିବା ଭୟଙ୍କର ବସ୍ ଦୁର୍ଘଟଣା ନେଇ ମୁଁ ମର୍ମାହତ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି। ଆହତ ଏବଂ ପ୍ରଭାବିତ ପରିବାରକୁ ସରକାର ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବେ।
ଆହୁରି ପଢ଼ନ୍ତୁ: Anil Agarwal meets the Chief Minister: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନିଲ ଅଗ୍ରୱାଲ: ଲକ୍ଷେ କୋଟି ନିବେଶ, ଲକ୍ଷେ ନିଯୁକ୍ତି’
ରାଜସ୍ଥାନରେ ଜଳିଥିଲା ବସ୍, ୨୦ ଯାତ୍ରୀ ମୃତ
ସୂଚନାଯୋଗ୍ୟ, ରାଜସ୍ଥାନର ଯୋଧପୁର ରାଜପଥରେ ଗତ ୨୦ ତାରିଖ ଦିନ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଜୀବନ୍ତଦଗ୍ଧ ହୋଇଥିଲେ। ଜୈସଲମେର୍ରୁ ୨୦ କିଲୋମିଟର୍ ଦୂରରେ ଅବସ୍ଥିତ ୱାର୍ ମ୍ୟୁଜିୟମ୍ ନିକଟରେ ଏକ ଘରୋଇ ବସ୍ରେ ହଠାତ ନିଆଁ ଲାଗି ଏହା ସଂପୂର୍ଣ୍ଣ ଜଳିଯାଇଥିଲା। ଘଟଣାଦିନ ବସ୍ରେ ୫୭ ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ଆହତଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି, ଯେଉଁମାନେ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ବସ୍ଟି ଜୈସଲମେର୍ରୁ ଯୋଧପୁରକୁ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଯାତ୍ରା କରୁଥିଲା। ବସ୍ର ପଛ ଭାଗରୁ ଆକସ୍ମିକ ଭାବେ ନିଆଁ ଲାଗିଯାଇଥିଲା ଏବଂ କିଛି ମିନିଟ୍ ମଧ୍ୟରେ ପୂରା ବସ୍ ଏକ ଅଗ୍ନିପିଣ୍ଡୁଳା ପାଲଟି ଯାଇଥିଲା। ପ୍ରାଥମିକ ତଦନ୍ତରୁ ବସ୍ରେ ସଟ୍ ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। କିନ୍ତୁ ନିର୍ଦ୍ଦିଷ୍ଟ କାରଣ ସ୍ପଷ୍ଟ ହୋଇନାହିଁ।
Follow Us