PM POSHAN Scheme: ‘‘ପିଏମ୍‌ ପୋଷଣ’’ ଯୋଜନାରେ ଖାଦ୍ୟ ତାଲିକା

ନିୟମିତ ଗୋଟିଏ ଅଣ୍ଡା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହେବା ସହ ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ। ଅଣ୍ଡା ଏକ ସୁସ୍ଥ ଓ ପୃଷ୍ଟିଯୁକ୍ତ ଖାଦ୍ୟ ଭାବେ ଜଣାଶୁଣା।

61b2ffea-f4d0-4b41-863a-f3375f98db14

PM POSHAN Scheme Photograph: (@ business standard.com)

୧୯୫୯ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହୋଇଥିଲା ମିଡ୍‌ ଡେ ମିଲ୍‌ ଯୋଜନା। ଦେଶବ୍ୟାପୀ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇ ପାଠପଢ଼ା ପ୍ରତି ଆକୃଷ୍ଟ କରିବା ହିଁ ଥିଲା ଏହାର ମୂଳ ଲକ୍ଷ୍ୟ। ଉପସ୍ଥାପନା ବିଢ଼ାଇବା ଉଦ୍ଦେଶ୍ୟରେ ଏହି ଯୋଜନାରେ ୬ରୁ ୧୪ ବର୍ଷ ପିଲାଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। 

ପିଏମ୍ ପୋଷଣ’ ଯୋଜନା

୨୦୨୧ରେ ସୁପ୍ରିମକୋର୍ଟ ଏହି ଯୋଜନାକୁ ବାଧ୍ୟତାମୂଳକ କରି ପ୍ରତି ସରକାରୀ ସ୍କୁଲରେ ରନ୍ଧାଖାଦ୍ୟ ଦେବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ୨୦୨୧ରେ ଏହାର ନାଁ ବଦଳାଇ ‘ପିଏମ୍ ପୋଷଣ’ ଯୋଜନା ରଖିଛନ୍ତି। ‘ପିଏମ୍ ପୋଷଣ’ ଯୋଜନା ଅଧିନରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। 

ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିନକୁ ଥରେ ରନ୍ଧାଖାଦ୍ୟ ଦିଆଯାଉଥିବାବେଳେ ଏବେ ଏହି ଯୋଜନାରେ ପ୍ରି- ପ୍ରାଇମେରି ପିଲାଙ୍କୁ ସାମିଲ କରାଯାଇଛି । ରାଜ୍ୟର ପ୍ରାୟ ୫୦ ହଜାର ବିଦ୍ୟାଳୟରେ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ ଖାଉଛନ୍ତି। ଏଥିରୁ ପିଲାଙ୍କୁ ଉଚିତ ପୋଷଣ ଓ ସ୍ମରଣ ଶକ୍ତି ମଧ୍ୟ ବଢ଼ିପାରିବ।ଏହି ମଧ୍ୟାନ ଭୋଜନରେ ଏକ ସାପ୍ତାହିକ ତାଲିକା ମଧ୍ୟ ଅର୍ନ୍ତୁଭୁକ୍ତ କରାଯାଇଛି। 

ସାପ୍ତାହିକ ତାଲିକା: 
ସୋମବାର- ଭାତ ଓ ଡାଲମା
ମଙ୍ଗଳବାର- ଭାତ ଓ ସୋୟାବଡ଼ି ତରକାରି
ବୁଧବାର- ଭାତ ଓ ଅଣ୍ଡା ତରକାରି
ଗୁରୁବାର- ଭାତ ଓ ଡାଲମା
ଶୁକ୍ରବାର- ଭାତ ଓ ସୋୟାବଡ଼ି ତରକାରି
ଶନିବାର- ଭାତ ଓ ଅଣ୍ଡା ତରକାରି

ଅଣ୍ଡା ଏକ ସୁସ୍ଥ ଓ ପୃଷ୍ଟିଯୁକ୍ତ ଖାଦ୍ୟ ଭାବେ ବେଶ ଜଣାଶୁଣା

ଅଣ୍ଡା-ନିୟମିତ ଗୋଟିଏ ଅଣ୍ଡା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହେବା ସହ ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ। ଅଣ୍ଡା ଏକ ସୁସ୍ଥ ଓ ପୃଷ୍ଟିଯୁକ୍ତ ଖାଦ୍ୟ ଭାବେ ଜଣାଶୁଣା। ଅଣ୍ଡାକୁ ସିଝାଇ ଖାଇଲେ ଏହାର ପୋଷକତତ୍ତ୍ବ ଶରୀରକୁ ଠିକ୍ ଭାବେ ମିଳେ। ଅଣ୍ଡାର ଧଳା ଅଂଶରେ କୋଲେଷ୍ଟୋରଲ୍ ନଥାଏ। ପ୍ରୋଟିନ୍‌ଯୁକ୍ତ ଅଣ୍ଡାର ଧଳା ଭାଗ ଖାଇଲେ ଶୀଘ୍ର ଭୋକ ମଧ୍ୟ ଲାଗେନାହିଁ। ଦୀର୍ଘ ୨ ବର୍ଷ ଅଣ୍ଡାକୁ ନେଇ ଅନୁଧ୍ୟାନ କରିବା ପରେ ଆମେରିକାନ୍ କେମିକାଲ୍ ସୋସାଇଟି ମତ ବ୍ୟକ୍ତ କରିଛି, ଅଣ୍ଡାର ଧଳା ଅଂଶରେ ମହଜୁଦ୍ ତତ୍ତ୍ବ ରକ୍ତଚାପକୁ କମ୍ କରେ। କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ସୋଡିୟମ୍, ଭିଟାମିନ୍ ବି-୬, ବି-୧୨ ଇତ୍ୟାଦି ପୋଷକତତ୍ତ୍ବ ଭରପୂର ଅଣ୍ଡାର ଧଳା ଅଂଶ ଖାଇଲେ ଆମ କେଶର ଘନତ୍ବ ବଢ଼ିବା ସହ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହେଉଥିବାର ବିଶେଷଜ୍ଞଙ୍କ ମତ। ଶରୀରର ହାଡ଼କୁ ଶକ୍ତ କରିବା ପାଇଁ ମଧ୍ୟ ଅଣ୍ଡାର ଧଳା ଅଂଶ ବେଶ ସହାୟକ। ଗୋଟିଏ ଅଣ୍ଡାରେ ଆମେ ୪.୭୯ ଗ୍ରାମ୍‌ ପ୍ରୋଟିନ୍‌ ପାଉଛେ। 

ସୋୟାବିନ୍‌- ସୋୟାବିନ ସେବନ ଦ୍ୱାରା ହୃଦୟ ସୁସ୍ଥ ରହିଥାଏ। ଏହା ହୃଦୟରେ ରକ୍ତ ସଞ୍ଚାଳନ ଠିକ ଭାବରେ କରିଥାଏ। ସୋୟାବିନରେ ଫାଇବରର ଭଲ ସ୍ରୋତ ରହିଛି। ଏଥିରେ ହାଇ ଫାଇବର ରହିଛି। ଗୋଟିଏ କପ ସୋୟାବିନରେ ୧୦ଗ୍ରାମ ଫାଇବର ରହିଥାଏ। ଏହାକୁ ସେବନ କରିବା ଦ୍ୱାରା ପାଚନ ପ୍ରଣାଳୀ ସୁସ୍ଥ ରହିଥାଏ ଓ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ସୋୟାବିନକୁ ପ୍ରୋଟିନର ଭଲ ସ୍ରୋତ ଭାବରେ ଗ୍ରହଣ କରାଯାଇଥାଏ। ସୋୟାବିନରେ ଆମିନୋଏସିଡ ରହିଛି। ଏହା ମାଂସପେଶୀ ଓ ହାଡ଼କୁ ମଜବୁତ କରିଥାଏ। ପ୍ରତି କପ୍‌ ସୋୟାବିନରେ ପାଖାପାଖି ୯ ମିଲିଗ୍ରାମ ଆଇରନ ରହିଥାଏ। ୧୦୦ ଗ୍ରାମ୍‌ ସୋୟାବିନ୍‌ରେ ଆମେ ୩୬ରୁ ୪୦ ଗ୍ରାମ୍‌ ପ୍ରୋଟିନ୍‌ ପାଉଛେ।

ଅଧିକପଢ଼ନ୍ତୁ:ଭାରତର ଦମଦାର ବିଜୟ, ଅଷ୍ଟ୍ରେଲିଆକୁ ୪୮ ରନରେ ହରାଇଲା

ଅଧିକପଢ଼ନ୍ତୁ:ବିଳାସପୁର ରେଳ ଦୁର୍ଘଟଣା ପାଇଁ ଦାୟୀ କିଏ? ପ୍ରତ୍ୟେକ୍ଷଦର୍ଶୀଙ୍କ ପ୍ରତିକ୍ରିୟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe