Footsteps of civil war in Lebanon!: Hezbollah ready to lay down arms Photograph: (sambad.in)
ଜେରୁଜେଲମ୍/ବେରୁଟ: ଇସ୍ରାଏଲ ଏବଂ ଆମେରିକା ଲେବାନନ୍ ସରକାରଙ୍କ ଉପରେ ହିଜବୋଲାକୁ ଅସ୍ତ୍ର ତ୍ୟାଗ କରିବା ପାଇଁ ଚାପ ପକାଉଛନ୍ତି।ଚାପ ଯୋଗୁ ଲେବାନନ୍ ସଂସଦ ହେଜବୁଲ୍ଲାର ନିରସ୍ତ୍ରୀକରଣ ସମ୍ପର୍କିତ ଏକ ଆଇନକୁ ମଞ୍ଜୁର କରିଛି। ଏହି ପଦକ୍ଷେପ ହେଜବୁଲ୍ଲାକୁ କ୍ରୋଧିତ କରିଛି, ଯାହା ଦେଶରେ ପୁଣି ଥରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ବଢ଼ାଇ ଦେଇଛି।
ହେଜବୁଲ୍ଲାର ସଂସଦୀୟ ବ୍ଲକ "ଲୟାଲିଟି ଟୁ ଦି ରେଜିଷ୍ଟାନ୍ସ"ର ନେତା ମହମ୍ମଦ ରାଦଙ୍କ ପକ୍ଷରୁ ଅଲ-ମନାର ଟିଭିକୁ ଏକ ସାକ୍ଷାତକାର ଦିଆଯାଇଛି। ସେ ସାକ୍ଷାତକାରରେ କହିଛନ୍ତି ଯେ,ସମୟ ଆଉ ସେମାନଙ୍କ ସପକ୍ଷରେ ନାହିଁ। ତେଣୁ ଆମେରିକା ଏବଂ ଇସ୍ରାଏଲ ଲେବାନନ ସରକାରଙ୍କ ଉପରେ ସେମାନଙ୍କର ସର୍ତ୍ତ ଲଦିବାକୁ ଚେଷ୍ଟା କରୁଛନ୍ତି।
ମହମ୍ମଦ ରାଦ କହିଛନ୍ତି ଯେ,ପ୍ରତିବାଦର ଅସ୍ତିତ୍ୱ ହିଁ ତାଙ୍କୁ ପ୍ରକୃତରେ ଚିନ୍ତିତ କରୁଛି। ସେ ଚେତାବନୀ ଦେଇ କହିଛନ୍ତି,ଯଦି ପ୍ରତିବାଦକୁ ଦୁର୍ବଳ କରିବା ପାଇଁ ନିଷ୍ପତ୍ତି ନିଆଯାଏ, ତେବେ ଏହା ଶତ୍ରୁଙ୍କ ପାଇଁ ଦେଶର ଆଭ୍ୟନ୍ତରୀଣ ସ୍ଥିରତାକୁ ବାଧା ଦେବାର ସୁଯୋଗ ହୋଇପାରେ, ସମ୍ଭବତଃ ଏହାକୁ ଲେବାନନ୍-ଇସ୍ରାଏଲ ପ୍ରସଙ୍ଗ ନୁହେଁ ବରଂ ଏକ ଘରୋଇ ପ୍ରସଙ୍ଗ କରିବା ଲକ୍ଷ୍ୟରେ କରାଯାଉଛି।
ରାଦ କହିଛନ୍ତି,ଯଦିଓ ଲେବାନନ୍ ସରକାର ଦେଶର ପ୍ରଶାସନ ପରିଚାଳନା କରିପାରିବ, କିନ୍ତୁ ଏହା ଶତ୍ରୁମାନଙ୍କୁ ସାମ୍ନା କରିବାକୁ ସକ୍ଷମ ନୁହେଁ। ସେ କହିଛନ୍ତି, ୧୯୮୨ ରୁ ୨୦୨୫ ପର୍ଯ୍ୟନ୍ତ ପ୍ରତିରୋଧ ଅସ୍ତ୍ର ଲେବାନନ୍କୁ ସୁରକ୍ଷା ଦେଇଛି।ଏହାକୁ ମୁକ୍ତ କରିଛି ଏବଂ ବିଜୟ ଆଣିଛି। ଏହି ଅସ୍ତ୍ରଗୁଡ଼ିକ ଶତ୍ରୁର ବିସ୍ତାରବାଦୀ ଯୋଜନାକୁ ବନ୍ଦ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏରିସ୍ଥଳେଇସ୍ରାଏଲ ଲେବାନନ୍ ସରକାରଙ୍କ ଉପରେ ନିଜର ସର୍ତ୍ତାବଳୀ ଲଦିବାକୁ ଚେଷ୍ଟା କରୁଛି।କାରଣ ସେମାନେ ଅନୁଭବ କରନ୍ତି ଯେ,ସମୟ ସେମାନଙ୍କ ସପକ୍ଷରେ ରହିଛି।
ଅଧିକ ପଢ଼ନ୍ତୁ:ରାହୁଲଙ୍କ 'ଭୋଟ୍ ଚୋରି' ଅଭିଯୋଗ: ବିରୋଧୀ ହେଲେ ଏକଜୁଟ
ସେ କହିଛନ୍ତି, ଅସ୍ତ୍ର ଛାଡିବା ହେଉଛି ନିଜ ସମ୍ମାନ ଛାଡିବା ଭଳି। ଅସ୍ତ୍ର ଛାଡିବା ହେଉଛି ନିଜକୁ ଶେଷ କରିବା ସହିତ ସମାନ। ଅସ୍ତ୍ର ତ୍ୟାଗ କରିବା ହେଉଛି ନିଜକୁ ହତ୍ୟା କରିବା।
ଆମେ କେବେ ତାହା କରିବୁ ନାହିଁ। ଆପଣ ସେନାକୁ ପଚାରନ୍ତୁ, ସେମାନେ କ'ଣ ସେମାନଙ୍କର ଅସ୍ତ୍ର ଛାଡିବେ ଯାହା ସେମାନଙ୍କ ସମ୍ମାନର ପ୍ରତୀକ? ସେମାନେ କ'ଣ ଅସ୍ତ୍ର ଛାଡି ବିଶ୍ୱକୁ ଆମ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାର ସୁଯୋଗ ଦେବେ? ଯଦି ଆମେ ଅସ୍ତ୍ର ଛାଡି ଦେଉ, ତେବେ ଆମର ସାର୍ବଭୌମତ୍ୱ ଏବଂ ଦେଶକୁ କିଏ ରକ୍ଷା କରିବ ବୋଲି ସେ ପ୍ରଶ୍ନ କରିଛନ୍ତି।
ଅଧିକ ପଢ଼ନ୍ତୁ:ଜୟପୁରରୁ ଭୁବନେଶ୍ୱରକୁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍: ମୁଖ୍ୟମନ୍ତ୍ରୀ
israel | Hezbollah Israel War | lebanon
Follow Us